୧୫ ଦେଶରେ ବ୍ୟାପିଲା ମଙ୍କିପକ୍ସ

ଜେନେଭା,୧୬।୮: ଏବେ ବିଶ୍ୱର ଅନେକ ଦେଶରେ ମଙ୍କିପକ୍ସ ଜୀବାଣୁର ଭୟ ବ୍ୟାପିଛି। ଏହି ସମୟରେ ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ମଙ୍କିପକ୍ସର ଏକ ମାମଲା ରୁଜୁ ହୋଇଛି, ଯାହାକି ଦେଶରେ ଏହି ରୋଗର ପ୍ରଥମ ଘଟଣା। ପାକିସ୍ତାନରେ ମଙ୍କିପକ୍ସ ମାମଲା ସାମ୍ନାକୁ ଆସିବା ପରେ ଭାରତ ପାଇଁ ମଧ୍ୟ ଆଲାର୍ମ ଘଣ୍ଟି ବଜାଇବା ଆରମ୍ଭ ହୋଇଛି। ତେବେ ଏହି ରୋଗ ଭାରତ ଉପରେ କି ପ୍ରଭାବ ପକାଇବ ସେନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ, ମଙ୍କିପକ୍ସ ଏପର୍ଯ୍ୟନ୍ତ ୭୦ଟି ଦେଶରେ ବ୍ୟାପି ସାରିଛି। ହେଲେ ଏବେ ବିଶ୍ୱର ୧୫ଟି ଦେଶରେ ସଦ୍ୟତମ ଭାବେ ଏହି ସଂକ୍ରମଣ ଦେଖାଦେଇଛି। ତେବେ ଭାରତୀୟ ଡାକ୍ତରମାନେ ଏହି ଜୀବାଣୁକୁ ଦେଶ ପାଇଁ କୌଣସି ବିପଦ ବୋଲି ବିଚାର କରୁନାହାଁନ୍ତି। କିନ୍ତୁ ସର୍ବଭାରତୀୟ ଜନସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦେଶରେ ଏକ ସତର୍କ ସୂଚନା ଜାରି କରିଛି। ଏଥିସହ ଲୋକଙ୍କୁ ଏହି ଜୀବାଣୁ ପ୍ରତି ସତର୍କ ରହିବାକୁ କୁହାଯାଇଛି। ଡବ୍ଲୁଏଚଓ ଏହାକୁ ନେଇ ଏକ ଆଡଭାଇଜରୀ ଜାରି କରି କହିଛି ଯେ ଯଦି କାହାର ଚର୍ମରେ ଦାଗ ବା କ୍ଷତ ଦେଖାଯାଏ, ତେବେ ସେମାନେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍‌। କାରଣ ଏହା ମଙ୍କିପକ୍ସ ହୋଇପାରେ। ସୂଚନାଯୋଗ୍ୟ, ମଙ୍କିପକ୍ସ ଏକ ସଂକ୍ରାମକ ରୋଗ ଏବଂ ପରସ୍ପର ସହିତ ଯୋଗାଯୋଗ ମାଧ୍ୟମରେ ଏହା ବ୍ୟାପିଥାଏ।

ମଙ୍କିପକ୍ସ ଜୀବାଣୁ ଏପର୍ଯ୍ୟନ୍ତ ବିଶ୍ୱର ୭୦ ଟି ଦେଶରେ ବ୍ୟାପିଛି, କିନ୍ତୁ ୧୫ ଟି ଦେଶରେ ତାଜା ସଂକ୍ରମଣ ହୋଇଛି। ପଡୋଶୀ ପାକିସ୍ତାନର ନାମ ମଧ୍ୟ ଏହି ଦେଶରେ ଅନ୍ତର୍ଭୁକ୍ତ ହୋଇଛି। ଏହା ବ୍ୟତୀତ ମଙ୍କିପକ୍ସ ଉଗାଣ୍ଡା, କଙ୍ଗୋ, ରୁୱାଣ୍ଡା, କେନିଆ, ବୁରୁଣ୍ଡି ଏବଂ ସ୍ବଡେନକୁ ମଧ୍ୟ ବ୍ୟାପିଛି। ସୂଚନାଯୋଗ୍ୟ, ୨୦୨୨ ମସିହାରେ ଏହି ମହାମାରୀ ଆମେରିକା ଏବଂ ବ୍ରିଟେନରେ ମଧ୍ୟ ବ୍ୟାପି ଯାଇଥିଲା। ଏହି ରୋଗରେ ସଂକ୍ରମିତ ୨୭ହଜାର ଲୋକଙ୍କୁ ଚିହ୍ନଟ କରାଯାଇଛି । ଯେଉଁଥିରୁ ୧୦୦୦ ଲୋକ ପ୍ରାଣ ହରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri