ବିରିପୁରରେ ମାଙ୍କଡ଼ ଆତଙ୍କ: ୮ ଆହତ, ଭୟଭୀତ ଗ୍ରାମବାସୀ

ଗଞ୍ଜାମ,୫।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ବିରିପୁର ଗ୍ରାମରେ ମାଙ୍କଡ଼ ଆତଙ୍କ ଯୋଗୁଁ ଭୟଭୀତ ଅବସ୍ଥାରେ ଗ୍ରାମବାସୀ । ଗୋଟିଏ ମାଙ୍କଡ଼ ଆତଙ୍କ ଖେଳାଇଥିବା ନେଇ ଜଣାପଡିଛି । କିଛି ଦିନ ମଧ୍ୟରେ ଗ୍ରାମର ୮ଜଣକୁ କାମୁଡି ଦେଇଥିବା ଅଭିଯୋଗ ହୋଇଛି । ଯାହାକୁନେଇ ଗ୍ରାମବାସୀ ବାଡ଼ି ଧରି ବିଭିନ୍ନ ଅଞ୍ଚଳକୁ ଯିବାଆସିବା କରୁଥିବା ଦେଖାଯାଇଛି ।

ରାସ୍ତାରେ ଯାଉଥିବା ବେଳେ ଗଛରୁ ଓଲ୍ଲାଇ ଦୁଇ ଗୋଡ଼କୁ ଭିଡି ଧରି କାମୁଡିବା ପରେ ପୁଣି ଗଛ ଉପରକୁ ଚଢ଼ି ଯାଉଛି । କାମା ମୁଦୁଲି, ପଞ୍ଚୁ ମୁଦୁଲି, ପିଣ୍ଟୁ ମୁଦୁଲି, ହାଡୁ ବେହେରା, ଉମା ମୁଦୁଲି, ତରା ମୁଦୁଲି, ଦଣ୍ଡୁ ମୁଦୁଲି ଓ ବିପ୍ର ଚରଣ ବେହେରା ପ୍ରମୁଖ ମାଙ୍କଡ଼ କାମୁଡାରେ ଆହାତ ହୋଇ ଛତ୍ରପୁର ମେଡିକାଲରୁ ଚିକିତ୍ସିତ ହୋଇ ଫେରିଥିବା ଜଣା ପଡିଛି । ଏନେଇ ଗ୍ରାମବାସୀ ଛତ୍ରପୁର ବନ ବିଭାଗକୁ ଖବର ଦେଇଥିଲେ ସୁଧା ଦୁଇଜଣ ବନ କର୍ମଚାରୀ ଗ୍ରାମକୁ ଆସି ଫେରି ଯାଇଥିବା ଅଭିଯୋଗ ହୋଇଛି । ତୁରନ୍ତ ବନ ବିଭାଗ ପକ୍ଷରୁ ମାଙ୍କଡ଼ କାବୁ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ ହୋଇଛି ।

 

Dharitri – Odisha’s No.1 Odia Daily

Share