କୁପାରୀରେ ପୁଣି ମାଙ୍କଡ଼ା ଚୋରାଚାଲାଣ

ଖଇରା, ୮।୧୧(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ କୁପାରୀ ଓ ବର୍ତ୍ତନା ରାଜସ୍ବ କ୍ଷେତ୍ରରେ କିଛି ଦିନର ନୀରବତା ପରେ ଏବେ ପୁଣିଥରେ ମାଙ୍କଡା ଚୋରାଚାଲାଣ ଆରମ୍ଭ ହୋଇଛି। ୧ମାସ ଧରି ଲୁଟେରାମାନେ ରାତିସାରା ଉଜାଗର ରହି ରାଣୀତାଲ-କୁପାରୀ, ଆମ୍ବହତା କେନାଲ ରାସ୍ତା, କୁପାରୀ-ଆଗରପଡା ଓ ସୋର-କୁପାରୀ ରାସ୍ତାରେ ବିଭିନ୍ନ ଅଞ୍ଚଳକୁ ମାଙ୍କଡ଼ା ଚୋରାଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି। ଏଥିରେ କେତେଜଣ ରାଜସ୍ବ ଅଧିକାରୀଙ୍କ ସମ୍ପୃକ୍ତି ଥିବା କୁହାଯାଉଛି। ତୁରନ୍ତ ଏହା ଉପରେ ଅଙ୍କୁଶ ଲଗାଇବାକୁ ଗଡ଼ପୋଖରୀ, ବାଉଁଶଗଡିଆ, କୁପାରୀ, ରଟିଣା, ବର୍ତ୍ତନା, ହରିପୁର ପଞ୍ଚାୟତର ଜନସାଧାରଣ ଦାବି କରିଛନ୍ତି।
କୁପାରୀ ରାଜସ୍ବ କ୍ଷେତ୍ରର ବରପଦା, ବାରାଯୋଡି, କୁପାରୀ କଲେଜ ନିକଟ ଏଲ୍‌ ଆଣ୍ଡ ଟି ପଡିଆ ଏବଂ ବର୍ତ୍ତନା ରାଜସ୍ବ କ୍ଷେତ୍ରର ବିଭିନ୍ନ ସ୍ଥାନରୁ ମାଙ୍କଡା ଖୋଳି ମାଫିଆମାନେ କୋଟି କୋଟି ଟଙ୍କାର ରାଜସ୍ବ ଲୁଟ୍‌ କରୁଥିଲେ। ଖୋଳାଯିବା ପରେ ପରିତ୍ୟକ୍ତ ଖଣିରେ ପାଣି ଭର୍ତ୍ତି ପରେ ଏ କୃତ୍ରିମ ପୋଖରୀଗୁଡିକ ଉଭୟ ମଣିଷ ପ୍ରାଣୀଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା। ଉଭୟ ଗୃହପାଳିତ ଓ ବନ୍ୟଜନ୍ତୁମାନେ ପାଣି ପିଇବାକୁ ଆସି ମୃତ୍ୟୁମୁଖରେ ପଡୁଥିଲେ। ସେହିଭଳି କେତେଜଣ ବୟସ୍କ ବ୍ୟକ୍ତି, ଛୋଟ ପିଲା ଗାଧୋଇବା ତଥା ଶୌଚ ହେବାକୁ ଆସି ଜୀବନ ହାରିବା ପରେ ଗ୍ରାମବାସୀଙ୍କ ତରଫରୁ ପ୍ରତିବାଦର ସ୍ବର ଉଠିଥିଲା। ସ୍ଥାନୀୟ ଗ୍ରାମବାସୀଙ୍କର ପ୍ରବଳ ବିରୋଧ ପରେ କିଛି ମାସ ହେଲା ଏହା ବନ୍ଦ ହୋଇପଡିବା ପରେ ଏବେ ପୁଣି ପାଖାପାଖି ୧ମାସ ହେବ ପୁଣି ଏହି ମାଙ୍କଡା ମାଫିଆମାନେ ସକ୍ରିୟ ହୋଇପଡିଛନ୍ତି। ବରପଦା ତଥା ଅନ୍ୟ କିଛି ଅଞ୍ଚଳରେ ପୁଣି ସରକାରୀ ତଥା ବେସରକାରୀ ଜମିରେ ରାତିଅଧିଆ ମାଙ୍କଡା ଖୋଳି ଚାଲାଣ କରିବା ଆରମ୍ଭ କରିଛନ୍ତି। ସେପଟେ ଚାଷଜମି ନିକଟରେ ବଡ ବଡ ଗାତ ସୃଷ୍ଟି ହେଉଥିବା ଚାଷଜମି ଶୁଖିଲା ପଡିଯାଉଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ପାଣି ଅଭାବରୁ ଶହ ଶହ ଏକର ଚାଷଜମିରେ ମରୁଡି ଆଶଙ୍କା ଦେଖାଦେଇଛି। ସେପଟେ ମାଫିଆମାନେ କିଛି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ହାତ କରି ଅଳ୍ପ କିଛି ଅର୍ଥ ଲୋଭ ଦେଖାଇ ଜମି ନିଲାମରେ ନେଇ ମାଙ୍କଡା ଖୋଳି ବିକ୍ରି କରିବା ଆରମ୍ଭ କରିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଘଟଣାକ୍ରମେ ନିକଟରେ ୩ନଂ. ଜୋନ ଜିଲା ପରିଷଦ ସଭ୍ୟ ଗଜେନ୍ଦ୍ର ପ୍ରସାଦ ଦାସ ଓ ବହୁ ଲୋକପ୍ରତିନିଧି ଖଇରାଠାରେ ଅନୁଷ୍ଠିତ ଜନଶୁଣାଣି ଶିବିରରେ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କୁ ଭେଟି ଚୋରି ରୋକିବାକୁ ମାଙ୍କଡା ଖଣିଗୁଡିକୁ ନିଲାମ ପ୍ରକ୍ରିୟାରେ ଚଳାଇ ରାଜସ୍ବ ସଂଗ୍ରହ ପାଇଁ ଲିଖିତ ଭାବେ ଦାବି କରିଥିଲେ। ଏହାଦ୍ୱାରା ଶ୍ରମିକଙ୍କୁ ରୋଜଗାର ମିଳିପାରିବ ବୋଲି ଯୁକ୍ତି ଦର୍ଶାଇଥିଲେ। ଏ ସମ୍ପର୍କରେ ଅତିରିକ୍ତ ତହସିଲଦାର ସନ୍ଦୀପ ଶୁଭଦର୍ଶନ ଧଳଙ୍କୁ ଯୋଗାଯୋଗ କରିବାରେ ଅଭିଯୋଗ ପରେ ରାଜସ୍ବ ନିରୀକ୍ଷକଙ୍କୁ ପଠାଇଥିଲେ ହେଁ କେହି ଖଣି ଖୋଳୁ ନ ଥିବା ଆରଆଇ ରିପୋର୍ଟ କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri