ଅସ୍ଥିରତା ମଧ୍ୟରେ ଭଲ ପ୍ରଦର୍ଶନ କରୁଛି ଟଙ୍କା: ଶକ୍ତିକାନ୍ତ

ନୂଆଦିଲ୍ଲୀ,୭।୯: ଗତ କିଛି ମାସ ହେବ ସାରା ବିଶ୍ୱରେ ମାନ୍ଦାବସ୍ଥା ଜାରି ରହିଛି। ଏପରିକି ମୁଦ୍ରା ବିନିମୟ ବଜାରରେ ଘୋର ଅସ୍ଥିରତା ସତ୍ତ୍ବେ ମଧ୍ୟ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ପ୍ରଦର୍ଶନ ଭଲ ରହିଛି। ସେହିଭଳି ଅନ୍ୟ ଦେଶଗୁଡ଼ିକର ମୁଦ୍ରା ଦୁର୍ବଳ ପ୍ରଦର୍ଶନ କରୁଥିବା ବେଳେ ଭାରତୀୟ ଟଙ୍କାର ମୂଲ୍ୟରେ ସୁଧାର ସାଙ୍ଗକୁ ପୂର୍ବ ସ୍ଥିତିର କାରବାର ବଜାୟ ରଖିପାରିଛି। ସେହିପରି ମୁଦ୍ରାବଜାରରେ ଲାଗି ରହିଥିବା ଅସ୍ଥିରତାକୁ ରୋକିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ମଧ୍ୟ ଆବଶ୍ୟକ ପଦକ୍ଷେପ ସାଙ୍ଗକୁ କାରବାର ସମୟରେ ହସ୍ତକ୍ଷେପ କରୁଛନ୍ତି। ଫଳରେ ଦେଶରେ ଥିବା ୫୬,୧୦୦ କୋଟି ଡଲାରର ଗଚ୍ଛିତ ବୈଦେଶିକ ମୁଦ୍ରାଭଣ୍ଡାର ଦୈନିକ ହ୍ରାସର ମୁକାବିଲା କରିବାରେ ସହାୟକ ହେଉଛି ବୋଲି ଆର୍‌ବିଆଇର ଗଭର୍ନର ଶକ୍ତିକାନ୍ତ ଦାସ ଏଭଳି ମତବ୍ୟକ୍ତ କରିଛନ୍ତି। ନିକଟରେ ଜାତୀୟସ୍ତରର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଦାସ କହିଛନ୍ତି,ବିଶ୍ବର ବହୁ ଦେଶ ମାନ୍ଦାବସ୍ଥା କିମ୍ବା ଅଭିବୃଦ୍ଧିରେ ହ୍ରାସ ଭଳି ସ୍ଥିତିର ମୁକାବିଲା କରୁଥିବା ବେଳେ ଭାରତ ଦ୍ରୁତଗତିରେ ଆଗକୁ ବଢୁଛି। ଆସନ୍ତା ଆର୍ଥିକ ବର୍ଷ ଶେଷ ସୁଦ୍ଧା ମୁଦ୍ରାସ୍ଫୀତି ହାର ନିୟନ୍ତ୍ରଣ ମଧ୍ୟକୁ ଆସିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ସୋଭରେନ୍‌ ଗ୍ରୀନ୍‌ ବଣ୍ଡ୍‌ ଜାରି କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ସରକାର ମିଳିତ ଭାବେ କାମ କରୁଛନ୍ତି ବୋଲି ସେ କହିଛନ୍ତି। ଅପରପକ୍ଷରେ ଆମେରିକାର ଫେଡେରାଲ ରିଜର୍ଭ ଅଧ୍ୟକ୍ଷ ଜେରୋମି ପାୱେଲ ଜ୍ୟାକ୍‌ସନ୍‌ ହୋଲ୍‌ ସିମ୍ପୋଜିୟମ୍‌-୨୦୨୨କୁ ସମ୍ବୋଧିତ କରିବା ପରେ ଷ୍ଟକ୍‌ ବଜାର କାରବାର ଅସ୍ଥିର ଓ ଅନିଶ୍ଚିତ ରହିଛି। ଆଜି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଦୁର୍ବଳ ହୋଇ ୭୯.୮୦ ଟଙ୍କା ହୋଇଯାଇଥିଲା। ଏଭଳି ସ୍ଥିତିରେ ଆର୍‌ବିଆଇର ହସ୍ତକ୍ଷେପ ପରେ ସେଥିରେ ମଧ୍ୟ ସୁଧାର ଘଟିଥିଲା। ପରିଶେଷରେ ବଜାର ବନ୍ଦ ହେବା ବେଳକୁ ଟଙ୍କାର ମୂଲ୍ୟ ୭୯. ୮୪ ଟଙ୍କାରେ ରହିଥିଲା। ଭାରତୀୟ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାକୁ ବେଶ୍‌ ଦୃଢ ଭାବେ ବର୍ଣ୍ଣନା କରି ଶକ୍ତିକାନ୍ତ କହିଛନ୍ତି , ଦେଶ ବାହାରେ ଘଟୁଥିବା ଘଟଣାଗୁଡ଼ିକର ପ୍ରଭାବ ମୁକାବିଲା କରିବା ଲାଗି ବ୍ୟାଙ୍କଗୁଡ଼ିକ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri