ଶିକ୍ଷକ ବଦଳି ପାଇଁ ଅର୍ଥ ଲୁଟ୍‌: ଅଡିଓ ଭାଇରାଲ, କିଛି ଦଳୀୟ କର୍ମୀଙ୍କୁ ହାତ ଥିବା ଅଭିଯୋଗ

ଦାରିଙ୍ଗବାଡି, ୨।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଶିକ୍ଷକଙ୍କୁ ବଦଳି କରାଇଦେବା ନାମରେ ଅର୍ଥକୁ ହରିଲୁଟ କରାଯାଇଥିବା ନେଇ ଏବେ ଅଡିଓ ମୋବାଇଲକୁ ମୋବାଇଲ ଘୁରିବୁଲୁଛି। ମିଳିଥିବା ସୂତ୍ର ପ୍ରକାରେ, ଫିରିଙ୍ଗିଆ ବ୍ଲକରେ କାର୍ଯ୍ୟରତ ଶିକ୍ଷକ ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ବଦଳି ହୋଇଆସିବା ପାଇଁ ଚାହୁଁଥିବାବେଳେ ବ୍ରାହ୍ମଣୀଗାଁ ଅଞ୍ଚଳର ଜଣେ ନିର୍ଦ୍ଦିଷ୍ଟ ଦଳର କର୍ମୀ ଯିଏକି ବଦଳି କରାଇଦେବା ନାମରେ କୁଆଡେ ସେ ୪୦ ହଜାର ଟଙ୍କା ଦେବାକୁ କହି ଆଗୁଆ ୨୦ ହଜାର ନେଇଥିଲେ ବଦଳି କରିବା ପରେ ଆଉ ୨୦ ହଜାର ଦେବାକୁ ସେ ଦଳୀୟ କର୍ମୀ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ବ୍ୟକ୍ତି ୨୦ ହଜାର ନେଇ ଆଉ ବଦଳି କରାଇଦେଇ ନ ଥିଲେ। ସେ ଏହି ଅର୍ଥ କୌଣସି ଜଣେ ବରିଷ୍ଠ ଲୋକପ୍ରତିନିଧିଙ୍କ ନାମରେ ଓ ଦଳର ନାମ ନେଇ କେବଳ ଜଣେ ଶିକ୍ଷକ ନୁହଁନ୍ତି ଏକାଧିକ ଶିକ୍ଷକଙ୍କଠାରୁ ବଦଳି କରେଇବା ନାମରେ ଏହି ଅର୍ଥ ଆଦାୟ କରୁଥିବା ଜଣାପଡିଛି। ଉକ୍ତ ଅଡିଓ ରେକର୍ଡରେ ଠକାମିର ଶିକାର ହୋଇଥିବା ଶିକ୍ଷକ ଉକ୍ତ ଦଳର ଜଣେ କର୍ମୀଙ୍କୁ ନିଜ ଗୁହାରି କହୁଥିବା ଜଣାପଡିଛି।
ପ୍ରକାଶ ଯେ, ରାଜ୍ୟ ସରକାର ଶିକ୍ଷୟିତ୍ରୀଶିକ୍ଷକଙ୍କ ବଦଳି ପାଇଁ ଏମପି, ବିଧାୟକମାନଙ୍କୁ ସୁପାରିସ କରିବାର କ୍ଷମତା ଦେଇଥିବା ବେକେ ଏହାର ଫାଇଦା ନେଇ କିଛି ଦଳୀୟ କର୍ମୀମାନେ ସାଧାରଣ କର୍ମଚାରୀଙ୍କୁ ଠକିବା ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି। ଏଥିପ୍ରତି ଜିଲା ପ୍ରଶାସନ ଏବଂ ବିଧାୟକ, ଏମପି ମାନେ ସଚେତନ ହୋଇ ଏଭଳି ଠକାମି କରୁଥିବା କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri