ଗେମିଂ ଆପ୍‌ରେ ଲୋକଙ୍କୁ ଖେଳାଇ ଟଙ୍କା ହଡ଼ପ: ଜଣଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର,୧୩ା୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀରରେ ଗେମିଂ ଆପ୍‌ରେ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଗେମିଂ ଆପ୍ଲିକେଶନରେ ଲୋକଙ୍କୁ ଖେଳାଇ ଟଙ୍କା ହଡ଼ପ କରାଯିବା ଅଭିଯୋଗରେ ଜିଲାର ସଇଁତଳା ଅଞ୍ଚଳର ଜଣେ ଯୁବକଙ୍କୁ ସାଇବର ସେଲ୍‌ ପକ୍ଷରୁ ଗିରଫ କରାଯାଇଛି। ଓ୍ବେବ୍‌ ଡୋମେନ୍‌ରେ ଗେମିଂ ଆପ୍ଲିକେଶନ ଖୋଲି ଖେଳାଉଥିଲେ। ଏଥିରେ ଲୋକଙ୍କୁ ଖେଳାଇ ମୋଟା ଅଙ୍କର ଟଙ୍କା ହଡ଼ପ କରୁଥିଲେ ଉକତ ଯୁବକ। ତେବେ ତାଙ୍କଠାରୁ ୭ ଲକ୍ଷ ଜବତ କରାଯାଇଥିବାବେଳେ ୨୫ ଲକ୍ଷ ଟଙ୍କା ଥିବା ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଜବତ କରାଯାଇଛି।

Share
Tags: gaming app