ଝାରସୁଗୁଡ଼ା,୨୩।୧୦: ଝାରସୁଗୁଡ଼ା ଜିଲା ଲଇକେରା ଥାନା କୁଅଁରମାଲ ଗାଁରେ ଏକ ସଶସ୍ତ୍ର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ଘର ଲୋକଙ୍କୁ ବାନ୍ଧି ବନ୍ଧୁକ ଏବଂ ଭୁଜାଲି ଦେଖାଇ ଟଙ୍କା ସହ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। ୪ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘଟଣା ପରେ ଫେରାର ହୋଇଯାଇଥିବା ଜଣାପଡିଛି।
ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଗାଁ ଲୋକେ ଭୟଭିତ ହୋଇପଡିଛନ୍ତି। ଏନେଇ ପୋଲିସ ଏକ ମାମଲା ରୁଜୁ କରିଛି।


