ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି । ବାପାଙ୍କ ସହ ମିଶି ନିର୍ବାଚନ ଲଢ଼ିଲେ, ଏଥର ଡବଲ ମାର୍ଜିନରେ ଜିତିବେ ବୋଲି ଆଭାସ ମଧ୍ୟ ଦେଇସାରିଛନ୍ତି ସୋଫିଆ । କିନ୍ତୁ ଏହାକୁ ଗମ୍ଭୀରତାରେ ନେଇଛି ବିଜେଡି । କଟକ ସଂସଦୀୟ କ୍ଷେତ୍ରର ବିଜେଡି ପ୍ରାର୍ଥୀମାନେ ଏକଜୁଟ ହୋଇ ବିରୋଧୀଙ୍କୁ ମାତ୍‌ ଦେବାକୁ ରଣକୌଶଳ ସ୍ଥିର କରିଛନ୍ତି ।

କେବଳ ବିଧିବଦ୍ଧ ଘୋଷଣାକୁ ବାକି ଥିବାବେଳେ, ବାରବାଟୀ-କଟକ ଆସନରୁ ଲଢ଼ିବା ପାଇଁ ଏକଦମ ପ୍ରସ୍ତୁତ ହୋଇଗଲେଣି କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ । ସୋଫିଆଙ୍କ ପ୍ରାର୍ଥିତ୍ୱକୁ ମୋକିମଙ୍କ ସମର୍ଥକ ଓ କଟକର କଂଗ୍ରେସ ନେତାମାନେ ମଧ୍ୟ ଗ୍ରହଣ କରିସାରିଲେଣି । ନିକଟରେ ମୋକିମଙ୍କ ଘରେ ବସିଥିବା ବୈଠକରେ ସୋଫିଆ କହିଛନ୍ତି, ‘ବାପା ନିର୍ବାଚନ ଲଢୁଥିଲେ, ଏଥର ସେ ଲଢ଼ିବେ’ । ତେଣୁ ଏଥର ବିଜୟ ମାର୍ଜିନ ଡବଲ ହେବ । ସେପଟେ ମୋକିମ କହିଛନ୍ତି, ‘ତାଙ୍କର ୫ ବର୍ଷର କାର୍ଯ୍ୟକାଳ ଭିତରେ କଟକ ସହରରେ ଯେଉଁ ବିକାଶ ହୋଇଛି ତାହା ଗତ ୧୯ ବର୍ଷ ମଧ୍ୟରେ ହୋଇ ନ ଥିଲା । ତାଙ୍କ ପ୍ରତି କଟକ ସହରବାସୀଙ୍କ ପୂର୍ଣ୍ଣ ସମର୍ଥନ ଥିବାରୁ ଏହି ବିକାଶ ଧାରା ଆହୁରି ବଢ଼ିବ’।

ତେବେ ସୋଫଇଆ ଲଢିବା ନେଇ ଏକରକମ ଫିକ୍ସ ହୋଇ ଯାଇଥିବାବେଳେ ତାଙ୍କୁ ଧୂଳି ଚଟେଇବାକୁ ବିଜେଡି ପ୍ରସ୍ତୁତ କରଛି ସ୍ବତନ୍ତ୍ର ରଣନୀତି । ବାରବାଟୀ-କଟକର ବିଜେଡି ପ୍ରାଥୀ ପ୍ରକାଶ ବେହେରା, କଟକର ଏମପି ପ୍ରାର୍ଥୀ ସଂତୃପ୍ତ ମିଶ୍ର, ରାଜ୍ୟ ସଭା ଏମପି ଦେବାଶିଷ ସାମନ୍ତରାୟ ଇତ୍ୟାଦି ପ୍ରମୁଖ ଏକ ବୈଠକରେ ଏକାଠି ହୋଇ ବିଜୟ ଷ୍ଟ୍ରାଟେଜି ସଂପର୍କରେ ଆଲୋଚନା କରିଛନ୍ତି ।

ବିଜେଡି ଓ କଂଗ୍ରେସ ପରେ ଏବେ ସମସ୍ତଙ୍କ ନଜର ଭାଜପା ଉପରେ କେନ୍ଦ୍ରୀଭୂତ ହୋଇଛି । କାରଣ ଏହି ଆସନରେ ଏଯାଏଁ ଦଳ ପ୍ରାର୍ଥୀ ଦେଇନାହିଁ । ଅନୁଭବ, ଅରିନ୍ଦମ, ଶ୍ରୀତମଙ୍କ ସହ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ରଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri