ନୂଆ ଦଳ ଗଠନ ଉପରେ ବଡ଼ ସୂଚନା ଦେଲେ ମୋକିମ୍‌: ଆସନ୍ତା ୧୨ ତାରିଖରେ…

ଭୁବନେଶ୍ୱର,୫।୧: ଆସନ୍ତା ୧୨ ତାରିଖରେ ମୋକିମ୍‌ଙ୍କ ନୂଆ ଦଳ ପାଇଁ ପଡ଼ିବ ମୂଳଦୁଆ। ଏନେଇ ଏକ ଗଣମାଧ୍ୟମକୁ ମହମ୍ମଦ ମୋକିମ୍‌ ପ୍ରତିକ୍ରିୟା ଦେଇ ଏହି ସୂଚନା ଦେଇଛନ୍ତି। ଜାତୀୟ ଯୁବ ଦିବସରେ ନୂଆ ଦଳ ପାଇଁ ମୂଳଦୁଆ ପଡ଼ିବ । ମାର୍ଚ୍ଚ ଶେଷ ସପ୍ତାହରେ ନୂଆ ଦଳ ଗଠିତ ହେବ। ଉପକୂଳ ଜିଲାର ଯୁବ ନେତୃତ୍ୱ ଏକାଠି ହେବେ। ଦଳରେ ଯୁବକଙ୍କୁ ପ୍ରାଧାନ୍ୟ ମିଳିବ, ଦଳର ନାମ କଂଗ୍ରେସ ସହ ରହିବ। କେଉଁ ନାମ ରହିବ ତାକୁ ନେଇ ଜ୍ୟୋତିଷଙ୍କ ସହ ବିଚାରବିମର୍ଶ ଚାଲିଛି। ଝିଅ ସୋଫିଆ ର୍ଫିଦ୍ଦୋସ ନିଜ ନିଷ୍ପତ୍ତି ନିଜେ ନେବେ ବୋଲି ମୋକିମ କହିଛନ୍ତି।

 

Dharitri – The Largest & Most Trusted Odia Daily

Share
Tags: odisha