ଭୁବନେଶ୍ୱର,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଟୁଇଟ୍ କରି କହିଛନ୍ତି, ଆପଣଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଭାରତକୁ ନୂତନ ଦିଗଦର୍ଶନ ଦେଇଛି। ଓଡ଼ିଶା ସମେତ ସମଗ୍ର ଦେଶରେ ବିକାଶର ସଫଳତା ସମ୍ଭବ ହୋଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଉତ୍ତମ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା। ଆପଣ ଜାତୀୟ ସେବାର ମହାନ କାର୍ଯ୍ୟକୁ ଆହୁରି ଆଗକୁ ନିଅନ୍ତୁ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୭୫ ବର୍ଷ ବୟସରେ ପଦାର୍ପଣ କରୁଛନ୍ତି। ଏହି ଅବସରରେ ଭାଜପା ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଜନକଲ୍ୟାଣକାରୀ ଓ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯିବ। ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶରୁ ସାରା ଦେଶରେ ସ୍ବାସ୍ଥ୍ୟ ଓ ପୋଷଣ ଅଭିଯାନ ପକ୍ଷ ଆରମ୍ଭ କରିବେ। ସେ ଧର୍ରୁ ‘ସୁସ୍ଥ ନାରୀ ସଶକ୍ତ ପରିବାର’ ଏବଂ ଅଷ୍ଟମ ଜାତୀୟ ପୋଷଣ ମାସର ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ଅନ୍ୟ କେତେକ ବିକାଶମୂଳକ ପଦକ୍ଷେପ ଉନ୍ମୋଚନ କରିବା ସହ ଏକ ଜନସଭାକୁ ମଧ୍ୟ ଉଦ୍ବୋଧନ ଦେବେ ବୋଲି ସରକାରୀ ବିବୃତିରେ କୁହାଯାଇଛି।