ଖଣି ଦୁର୍ନୀତି କଥା ଉଠାଇ ବୋମାମାଡ଼ର ଶିକାର ହୋଇଥିଲେ ମୋହନ

ଭୁବନେଶ୍ୱର/କେନ୍ଦୁଝର,୧୨ା୬ (ସୁନିତ୍‌ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲାର ଟାଣୁଆ ନେତା ତଥା ବିଧାୟକ ମୋହନ ଚରଣ ମାଝୀ ଓଡ଼ିଶାର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଶପଥ ନେବାକୁ ଯାଉଛନ୍ତି। ଏ ସମ୍ପର୍କରେ ଭାଜପା ବିଧାୟକ ଦଳ ବୈଠକ ପରେ ଘୋଷଣା ହେବା ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ଯାଉଥିବା ମୋହନ ତାଙ୍କ ଜୀବନରେ ବହୁ ବାଧାବିଘ୍ନର ସାମ୍ନା କରିଛନ୍ତି। ଏପରିକି ତାଙ୍କ ଉପରକୁ ବୋମାମାଡ଼ ହୋଇଥିବାବେଳେ ସେ ନିଜ ଜୀବନ ରକ୍ଷା କରିପାରିଛନ୍ତି। ୨୦୨୧ ଅକ୍ଟୋବର ୧୦ରେ ବାଂଶପାଳସ୍ଥିତ ଓଏମ୍‌ସି ଖଣି ଦୁର୍ନୀତି ଘଟଣାକୁ ନେଇ ସେ ଆନ୍ଦୋଳନ କରୁଥିବାବେଳେ ତାଙ୍କ ଉପରକୁ ବୋମାମାଡ଼ କରାଯାଇଥିଲା। ସେ ସବୁବେଳେ ଜିଲାର ଖଣି ଦୁର୍ନୀତିକୁ ନେଇ ସ୍ବର ଉତ୍ତୋଳନ କରିଆସୁଥିଲେ। ସେହିପରି ଡିଏମ୍‌ଏଫ୍‌ ପାଣ୍ଠିର ଅସଦ୍‌ ବ୍ୟବହାର ଏବଂ ଦୁର୍ନୀତିକୁ ନେଇ ବାରମ୍ବାର ଆପତ୍ତି ଉଠାଇ ଆସୁଥିଲେ। ଖଣି ମହାଦୁର୍ନୀତିକୁ ନେଇ ତାଙ୍କ ଡାକରାରେ ଭାଜପାର ଏକ ଟିମ୍‌ ଯୋଡା, ବଡ଼ବିଲ୍‌ ଖଣି ଅଞ୍ଚଳ ଗସ୍ତ କରି ସରକାରଙ୍କୁ ଘେରିଥିଲେ। ସେହିପରି ବାଂଶପାଳ ବ୍ଲକ ଗନ୍ଧମାର୍ଦ୍ଦନ ଖଣିରେ ଦୁର୍ନୀତିକୁ ନେଇ ସେ ବିରୋଧ କରିବା ସମୟରେ ବିରୋଧୀଙ୍କ ଆକ୍ରୋଶର ଶିକାର ମଧ୍ୟ ହୋଇଥିଲେ। କେନ୍ଦୁଝର ଜିଲା ଦେଇ ନୂଆଦିଲ୍ଲୀକୁ ଯାତ୍ରୀବାହୀ ରେଳ ଚଳାଚଳ, ଜିଲାରେ ମେଡିକାଲ କଲେଜ, ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଆଦିକୁ ନେଇ ମଧ୍ୟ ସେ ଦାବି କରିଆସୁଥିଲେ। ସେହିପରି ଟ୍ରକ ମାଲିକଙ୍କ ସମସ୍ୟାକୁ ମଧ୍ୟ ପ୍ରାଧାନ୍ୟ ଦେଇ ସ୍ବର ଉତ୍ତୋଳନ କରିଥିଲେ। ମୁଖ୍ୟମନ୍ତ୍ରୀ ହେବାପରେ ଜିଲାରେ ବୃହତ୍‌ ଇସ୍ପାତ ଶିଳ୍ପ ପ୍ରତିଷ୍ଠା, ଡିଏମ୍‌ଏଫ୍‌ ପାଣ୍ଠି ଦୁର୍ନୀତିର ପର୍ଦ୍ଦାଫାଶ୍‌, ମେଡିକାଲ କଲେଜରେ ଉତ୍ତମ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଭଳି ଗୁରୁତ୍ୱପୂର୍ଣ୍ଣ ଦାବି ପୂରଣ ହେବା ନେଇ ଲୋକଙ୍କ ଆଶା ବଢ଼ିଛି। ଖଣି ଓ ଶିଳ୍ପ ସମୃଦ୍ଧ କେନ୍ଦୁଝର ଜିଲାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ନେଇ ମଧ୍ୟ ଲୋକେ ଆଶାବାଦୀ ଅଛନ୍ତି। ତାଙ୍କର ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ବିରୋଧୀ ନିରବୀ ଯାଇଥିବାବେଳେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଗରିବ, ଆଦିବାସୀ ସମସ୍ତେ ଖୁସିବ୍ୟକ୍ତ କରି ଆଶାବାଦୀ ହୋଇପଡ଼ିଥିବା ଯୁବ ଓ ଶ୍ରମ ବିକାଶ ମଞ୍ଚ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri