ମୋହନ ମାଝୀଙ୍କ ବ୍ଲୁ ପ୍ରିଣ୍ଟ୍‌: ନବୀନ ପଟ୍ଟନାୟକଙ୍କ ହାତ ଛାଡ଼ିବେ ଅମର ପଟ୍ଟନାୟକ, ରାଜନୀତିରେ ହଲଚଲ

ଭୁବନେଶ୍ୱର,୩ା୧୧: ବିଜେଡିର ପୂର୍ବତନ ରାଜ୍ୟସଭା ଏମ୍‌ପି ଅମର ପଟ୍ଟନାୟକ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତ ଛାଡ଼ି ଦେବେ ବୋଲି ରାଜନୈତିକ ମହଲରେ ଜୋର୍‌ଦାର ଚର୍ଚ୍ଚା ହେଉଛି। ତେବେ ଅମର ବିଜେଡି ଛାଡ଼ି ଭାଜପାରେ ସାମିଲ ହେବା ନେଇ ଆଲୋଚନା ହେଉଛି। ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଅମର ଆଜି ପଦ୍ମ ଧରିବେ।

ଅମରଙ୍କ ସହ ଆଜି ଆଉ ଦୁଇ ବିଜେଡି ନେତା ଭାଜପାରେ ମଧ୍ୟ ସାମିଲ ହେବେ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରିସାରିଛନ୍ତି। ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଏବଂ ବିଜେଡିରୁ ବିତାଡ଼ିତ ଶ୍ରୀମୟୀ ମିଶ୍ର ଭାଜପାରେ ସାମିଲ ହେବେ। ରାଜ୍ୟସଭାରେ ଅମରଙ୍କ କାର୍ଯ୍ୟକାଳ ସରିଯାଇଛି। ସେ ଏବେ ଦଳର ଆଇଟି ସେଲ୍‌ କଥା ବୁଝୁଛନ୍ତି। ସେହିପରି ଶ୍ରମୀୟୀ ଦଳ ବିରୋଧୀ ମନ୍ତବ୍ୟ ଦେଇ ବାରମ୍ବାର ଚର୍ଚ୍ଚାକୁ ଆସିବା ପରେ ଦଳରୁ ବିତାଡ଼ିତ ହୋଇଛନ୍ତି।

Dharitri – Odisha’s No.1 Trusted Odia Daily