ଭୁବନେଶ୍ୱରରେ ପହଞ୍ଚିଲେ ମୋହନ ଭାଗବତ, ଭାଜପା ସଭାପତିକୁ ନେଇ ନେବେ ବଡ଼ ନିଷ୍ପତ୍ତି!

ଭୁବନେଶ୍ୱର,୩୦।୧: ଭୁବନେଶ୍ୱରରେ ପହଞ୍ଚିଛନ୍ତି RSSର ସଙ୍ଘଚାଳକ ଡ. ମୋହନ ଭାଗବତ। ୫ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ମୋହନ ଭାଗବତ। ଆଜି ଏକ ସ୍ମୃତିସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଆସନ୍ତାକାଲିଠାରୁ ସାଙ୍ଗଠନିକ ବୈଠକ କରିବେ ମୋହନ।

ସୂଚନାଥାଉ କି, ଭାଜପା ରାଜ୍ୟ ସଭାପତି ଫେବ୍ରୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ଘୋଷଣା ହେବ। ଏନେଇ ଗୁରୁବାର ସୂଚନା ଦେଇଛନ୍ତି ରାଜ୍ୟ ର୍ନିବାଚନ ସହ ଅଧିକାରୀ ସୁକାନ୍ତ ପାଣିଗ୍ରାହୀ। ରାଜ୍ୟ ର୍ନିବାଚନ ଅଧିକାରୀ ଓଡ଼ିଶା ଆସି ଆଲୋଚନା କରିଛନ୍ତି। ଖୁବଶୀଘ୍ର ବାକି ୧୪ ଜିଲାର ସଭାପତିଙ୍କ ନାଁ ଘୋଷଣା ହେବ ବୋଲି ସେ କହିଛନ୍ତି।

Share