Posted inଖେଳ

ଧରାପଡ଼ିଲା ମହମ୍ମଦ ଶାମିଙ୍କ ମିଛ: ପୋଲ୍‌ ଖୋଲିଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୫।୧୦:ନିକଟରେ ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମି ପୁଣି ଆହତ ହୋଇଥିବା ଜଣାପଡ଼ିଛି। କିନ୍ତୁ ସାମି ଏହାକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଥିଲେ। ଏବେ ଟିମ ଇଣ୍ଡିଆର ଅଧିନାୟକ ଶାମିଙ୍କୁ କଥାକୁ ଭୁଲ ସାବ୍ୟସ୍ତ କରିଛନ୍ତି। ରୋହିତ ଶର୍ମା ଏକ ସାକ୍ଷାତକାରରେ କହିଛନ୍ତି, ମହମ୍ମଦ ଶାମିଙ୍କ ଆଣ୍ଠୁ ସମ୍ପୂର୍ଣ୍ଣ ରୂପେ ଭଲ ହୋଇନାହିଁ ଏବଂ ତାଙ୍କ ଆଘାତ ଏତେ ଖରାପ ଯେ ଏହି ଖେଳାଳିଙ୍କୁ ଅଷ୍ଟ୍ରେଲିଆ ଗସ୍ତରେ ନେବା ଅତ୍ୟନ୍ତ କଷ୍ଟକର।

ରୋହିତ ଶର୍ମା ଶାମିଙ୍କୁ ପୋଲ୍‌ ଖୋଲି କହିଛନ୍ତି, ସତ କହିବାକୁ ଗଲେ ଅଷ୍ଟ୍ରେଲିଆ ଗସ୍ତରେ ଶାମିଙ୍କ ଉପରେ ନିଷ୍ପତ୍ତି ନେବା ବହୁତ କଷ୍ଟସାଧ୍ୟ। ତାଙ୍କ ଆଣ୍ଠୁରେ ଫୁଲା ଅଛି। ଶାମି ଏନସିଏରେ ଡାକ୍ତର ଏବଂ ଫିଜିଓଙ୍କ ତତ୍ତ୍ୱାବଧାନରେ ଅଛନ୍ତି। ଆମେ ଆହତ ଶାମିଙ୍କୁ ଅଷ୍ଟ୍ରେଲିଆକୁ ନେବାକୁ ଚାହୁଁନାହୁଁ।

ସୂଚନାଯୋଗ୍ୟ, ଶାମି ପୁନର୍ବାର ଆହତ ହେବାର ଖବର ସୋସିଆଲ ମିଡିଆରେ ବ୍ୟାପି ଥିଲା। ଶାମି ଏହାକୁ ଭିତ୍ତିହୀନ ଗୁଜବ ପ୍ରଚାର କରାଯାଉଛି ବୋଲି କହିଥିଲେ। ଶାମି କହିଥିଲେ, ବିସିସିଆଇ ଏବଂ ମୁଁ କହି ନାହୁଁ ଯେ ମୁଁ ବର୍ଡର-ଗାଭାସ୍କର ସିରିଜରୁ ବାଦ୍‌ପଡ଼ିଛି। ଏଭଳି ଖବର ପ୍ରତି ଧ୍ୟାନ ନ ଦେବାକୁ ଶାମି ପ୍ରଶଂସକମାନଙ୍କୁ ନିବେଦନ କରିଥିଲେ। କିନ୍ତୁ ପ୍ରଶ୍ନ ହେଉଛି ଯଦି ସେହି ଖବର ଭୁଲ ଥିଲା ତେବେ ରୋହିତ ଶର୍ମାଙ୍କ ଏହି ବିବୃତ୍ତି ମଧ୍ୟ ଭୁଲ ଅଟେ।

୨୦୨୩ ବିଶ୍ୱକପ ସମୟରେ ମହମ୍ମଦ ଶାମି ଆହତ ହୋଇଥିଲେ। ବିଶ୍ୱକପ ଫାଇନାଲ ପରଠାରୁ ଶାମି କୌଣସି ମ୍ୟାଚ ଖେଳି ନାହାଁନ୍ତି। ସେ ମଧ୍ୟ ଅସ୍ତ୍ରୋପଚାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୀମ ଭୋଇ ସାମର୍ଥ୍ୟ ଶିବିରରେ ଅଧିକାରୀଙ୍କ ଦାଦାଗିରି: ସେବା ଅପେକ୍ଷା ‘ଫଟୋ ସୋ’ ଅଧିକ 

ଥୁଆମୂଳରାମପୁର,୭ା୨(ଦୁର୍ଗା କୀର୍ତ୍ତି): କଳାହାଣଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକ ଗୋପୀନାଥପୁର ପଞ୍ଚାୟତର ଫଟକି ମହୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ…

‘ଭାରତ ହେଉଛି ବିଶ୍ୱାସର ସବୁଠାରୁ ଶକ୍ତିଶାଳୀ ମୁଦ୍ରା’, ପ୍ରଧାନମନ୍ତ୍ରୀ ମୋଦି

କୁଆଲାଲମ୍ପୁର,୮।୨: ଦୁଇ ଦିନିଆ ମାଲେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ବିକାଶ ପାଇଁ ଏକ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି…

USA ବିପକ୍ଷରେ ବିଜୟ ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ଖୁଲାସା, ୱାଶିଂଟନ୍ ସୁନ୍ଦର…..

ଟିମ୍ ଇଣ୍ଡିଆ ICC ଟି୨୦ ବିଶ୍ୱକପରେ ବିଜୟ ସହିତ ଅଭିଯାନ ଆରମ୍ଭ କରିଛି। ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚରେ ଆମେରିକା ଦଳକୁ ପରାସ୍ତ କରିଥିଲା। ଟିମ୍ ଇଣ୍ଡିଆର…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ସରିଲା ଗୋଲାପ ଦିଆନିଆ, ଆଜି ପ୍ରପୋଜ୍‌

ଭୁବନେଶ୍ୱର,୮।୨(ସୌମ୍ୟରଞ୍ଜନ ରାଉତ): ଭାଲାଣ୍ଟାଇନ୍‌ ଡେ’ର ପ୍ରଥମ ପାହାଚ ରୋଜ୍‌ ଡେ’ ପାଇଁ ଶନିବାର ଚଳଚଞ୍ଚଳ ହୋଇଉଠିଥିଲା ରାଜଧାନୀ। ପରସ୍ପରକୁ ଗୋଲାପ ଦେଇ ଶୁଭେଚ୍ଛା ଜଣାଇଥିଲେ ପ୍ରେମୀଯୁଗଳ। ହଷ୍ଟେଲ୍‌ଗୁଡିକରେ…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri