Posted inଖେଳ

ପ୍ରଥମ ବଲ୍‌ରେ ଇତିହାସ ରଚିଲେ ଶାମି, ପରେ କରିଦେଲେ ବଡ଼ ଭୁଲ; ଦେଖିବାକୁ ମିଳିଲା..  

ନୂଆଦିଲ୍ଲୀ,୨୫।୪: IPL ୨୦୨୫ର ୪୩ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦର ଦ୍ରୁତ ବୋଲର ମହମ୍ମଦ ଶାମି ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ପ୍ରଥମ ବଲ୍‌ରେ ଇତିହାସ ରଚିଛନ୍ତି। ସେ ଚେନ୍ନାଇ ସୁପର କିଙ୍ଗ୍ସର ଯୁବ ଓପନର୍‌ ଶେଖ ରସିଦଙ୍କ ଉଇକେଟ ନେଇଥିଲେ। ଆଇପିଏଲ୍‌ରେ ଚତୁର୍ଥ ଥର ପାଇଁ ଶାମି ମ୍ୟାଚ୍‌ର ପ୍ରଥମ ବଲ୍‌ରେ ଉଇକେଟ ନେଇଥିଲେ। ଏକମାତ୍ର ବୋଲର ଭାବେ ସେ ଚାରି ଥର ଏହି ସଫଳତା ହାସଲ କରିଛନ୍ତି। କେବଳ ଏତିକି ନୁହେଁ ସେ ଚତୁର୍ଥ ଥର ପାଇଁ ଇନିଂସର ପ୍ରଥମ ବଲରେ ଉଇକେଟ ନେବାର ସଫଳତା ହାସଲ କରିବାରେ ଆଇପିଏଲ୍‌ର ପ୍ରଥମ ବୋଲର ମଧ୍ୟ  ପାଲଟିଛନ୍ତି।

IPL ମ୍ୟାଚ୍‌ରେ ପ୍ରଥମ ବଲରେ ସର୍ବାଧିକ ଉଇକେଟ ନେଇଥିବା ଖେଳାଳି:
୪ ଥର- ମହମ୍ମଦ ଶାମି
୨ ଥର- ର୍ଡିକ ନାନେସ
୨ ଥର -ଲାସିଥ ମାଲିଙ୍ଗା
୨ ଥର-ଉମେଶ ଯାଦବ
୨ ଥର- ଭୁବନେଶ୍ୱର କୁମାର
୨ ଥର-ଟ୍ରେଣ୍ଟ ବୋଲ୍ଟ

ମ୍ୟାଚ୍‌ର ପ୍ରଥମ ବଲ୍‌ରେ ମହମ୍ମଦ ଶାମି ଏକ ଐତିହାସିକ ସଫଳତା ହାସଲ କରିଥିଲେ। ହେଲେ ଦ୍ୱିତୀୟ ବଲ୍‌ରେ ହିଁ ସେ ଏକ ନୋ ବଲ ପକାଇଥିଲେ। ପ୍ରକୃତରେ ସେ ବୋଲିଂ କରିବା ସମୟରେ ନିଜ ହାତରେ ଉଇକେଟ ମାରିଥିଲେ। ଏହି ଘଟଣା ରନ୍‌ ଅପ୍‌ ସମୟରେ ଘଟିଥିଲା, ଯାହା ଯୋଗୁ ଅମ୍ପାୟାର ଏହି ବଲ୍‌କୁ ନୋ ବଲ୍‌ ଘୋଷଣା କରିଥିଲେ। କ୍ରିକେଟରେ ଏପରି ଘଟଣା ବହୁତ କମ ଦେଖାଯାଇଛି, ଯେତେବେଳେ ବୋଲର ବୋଲିଂ କରିବା ସମୟରେ ଉଇକେଟରେ ନିଜ ହାତକୁ ଆଘାତ କରନ୍ତି।
ଏହି ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପର କିଙ୍ଗସ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ପ୍ଲେଅଫ୍‌ ଦୌଡ଼ରେ ରହିବା ପାଇଁ ଉଭୟ ଦଳକୁ ଏହି ମ୍ୟାଚ୍‌ ଜିତିବାକୁ ପଡିବ। ଏହି ସିଜିନରେ ଉଭୟ ଦଳ ଏପର୍ଯ୍ୟନ୍ତ ୮-୮ଟି ମ୍ୟାଚ ଖେଳିଛନ୍ତି ଏବଂ ୨-୨ଟି ମ୍ୟାଚ ଜିତିଛନ୍ତି। ଏପରି ପରିସ୍ଥିତିରେ, ଗୋଟିଏ ପରାଜୟ ଏହି ଦଳଗୁଡ଼ିକର ପ୍ଲେଅଫ୍‌ ପାଇଁ ପଥ ବନ୍ଦ କରିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ

କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

ବାରବାଟୀରେ ହେବ ଜୋର୍‌ଦାର ଲଢ଼େଇ: ଭୁବନେଶ୍ୱରରେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳିମାନେ। ଆସନ୍ତା ୯ ତାରିଖ ଅର୍ଥାତ୍‌ ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଉଭୟ ଦେଶର ଖେଳାଳିଙ୍କ...

ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ପରେ ବଡ଼ ଖୁଲାସା କଲେ ପଲାଶ! କହିଲେ ଆକ୍ସନ ନେବି…

ନୂଆଦିଲ୍‌ଲୀ,୭।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡିଛିି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ...

ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା, କହିଲେ ପଲାଶଙ୍କ ସହ…

ନୂଆଦିଲ୍‌ଲୀ,୭।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri