ଭୁବନେଶ୍ବର,୮ା୩: ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ ନୂଆ ଦଳ ଲଞ୍ଚ୍ କରିବେ । ନୂଆ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’ ରହିବ ବୋଲି ଘୋଷଣା କରିଛନ୍ତି । ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ନୂଆ ଦଳ ଲଞ୍ଚ କହିଲେ ମୋକିମ୍ । ନୂଆ ଦଳ ଲଞ୍ଚ୍ କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ପ୍ରତିନିଧି ଯୋଗଦେବେ ବୋଲି ସେ କହିଛନ୍ତି ।
ପ୍ରକାଶଥାଉକି, ପୂର୍ବରୁ ମୋକିମ୍ କହିଥିଲେ ଯେ, ଆଗକୁ ନିର୍ବାଚନ ରହିଥିବା ବେଳେ ଦଳ ଗଠନ ପରେ ପୌର ଓ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କାମ କରିବୁ । ତେବେ ତାଙ୍କ ନୂଆ ଦଳ ଓଡ଼ିଶା କୈନ୍ଦ୍ରିକ ପାର୍ଟି ହେବ ଏବଂ ଓଡ଼ିଆ ଲୋକଙ୍କ ପାଇଁ କାମ କରିବ ବୋଲି ସେ କହିଛନ୍ତି।