Posted inଖେଳ

ସୂର୍ଯ୍ୟକୁମାରଙ୍କୁ ଡାଇରେକ୍ଟ ମେସେଜ ଦେଲେ ମହମ୍ମଦ ରିଜୱାନ…

ନୂଆଦିଲ୍ଲୀ,୧୩।୧୧: ଭାରତୀୟ କ୍ରିକେଟ ଟିମକୁ ପାକିସ୍ତାନ ପଠାଇବା ପାଇଁ ଭାରତ ସରକାର ମନା କରିଦେବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଏବେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ନିକଟରେ ବିସିସିଆଇ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ(ଆଇସିସି)କୁଜଣାଇଥିଲା ଯେ, ଭାରତ ସରକାର ଟିମ୍ ପାକିସ୍ତାନ ପଠାଇବାକୁ ମନ କରିଛନ୍ତି। ତେଣୁ ଭାରତ ପାଇଁ ଏକ ହାଇବ୍ରିଡ ମଡେଲ କରାଯାଇ ଟୁର୍ନାମେଣ୍ଟ କରାଯାଉ। ଯେତେବେଳେ କି ପାକିସ୍ତାନ ଏହାର ସୀମା ମଧ୍ୟରେ ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟ କରିବାକୁ ଅଧିକାର ପାଇଛି।

କିଛିଦିନ ତଳେ ଭାରତୀୟ ଦଳର ଟି୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଜଣେ ପ୍ରଶଂସକ ପାକିସ୍ତାନ ନ ଯିବାର ପଛର କାରଣ ସମ୍ପର୍କରେ ପ୍ରଶ୍ନ କରିଥିଲେ। ତେବେ ଏହାର ଉତ୍ତରରେ ସୂର୍ଯ୍ୟକୁମାର କହିଥିଲେ କି ଏହି ମାମଲା ଖେଳାଳୀମାନଙ୍କ ହାତରେ ନାହିଁ।

ବୁଧବାର ପାକିସ୍ତାନର ହ୍ୱାଇଟ-ବଲ୍ ଅଧିନାୟକ ମହମ୍ମଦ ରିଜୱାନଙ୍କୁ ସୂର୍ଯ୍ୟକୁମାରଙ୍କ ମନ୍ତବ୍ୟ ଉପରେ ତାଙ୍କ ମତାମତ ପଚାରିଥିଲେ କିଛି ସାମ୍ବାଦିକ। ଏହାର ଜବାବରେ ରିଜୱାନ୍ କହିଛନ୍ତି ଯେ, ଭାରତୀୟ ଖେଳାଳିଙ୍କୁ ପାକିସ୍ତାନରେ ପ୍ରଶଂସକଙ୍କ ତରଫରୁ ସ୍ୱାଗତ କରାଯିବ, ସେ ଆହୁରି ମଧ୍ୟ କହିଛନ୍ତି ଯେ ଦୁଇ ବୋର୍ଡ ଏବଂ ସରକାର ଶୀଘ୍ର ଏହି ପ୍ରସଙ୍ଗରେ ଏକ ନିଷ୍ପତ୍ତି ନେଇପାରିବେ।

“କେ.ଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ ସମସ୍ତେ ସ୍ୱାଗତଯୋଗ୍ୟ। ସମସ୍ତ ଖେଳାଳି ଆସିବେ, ଆମେ ସେମାନଙ୍କୁ ସ୍ୱାଗତ କରିବୁ। ଏହା ଆମର ନିଷ୍ପତ୍ତି ନୁହେଁ, ଏହା ପିସିବିର ନିଷ୍ପତ୍ତି। ଯାହା ନିଷ୍ପତ୍ତି ନିଆଯିବ, ଆଶା କରୁଛି ସେମାନେ ସମସ୍ତେ ଆଲୋଚନା କରିବେ ଏବଂ ସଠିକ୍ ନିଷ୍ପତ୍ତି ନେବେ। କିନ୍ତୁ ଆମେ ଆଶାବାଦୀ ଯେ ଯଦି ଭାରତୀୟ ଖେଳାଳି ଆସିବେ ତେବେ ଆମେ ସେମାନଙ୍କୁ ଭବ୍ୟ ସ୍ୱାଗତ କରିବୁ।

ଅନ୍ୟପଟେ ଏକ ରିପୋର୍ଟରେ ଅନୁଯାୟୀ ଯଦି ଉଭୟ ବୋର୍ଡ ଏକ ନିରପେକ୍ଷ ଷ୍ଟାଡିୟମ ପାଇଁ ରାଜି ହେବେ ନାହିଁ, ତେବେ ଟୁର୍ନାମେଣ୍ଟ ଦକ୍ଷିଣ ଆଫ୍ରିକାକୁ ସ୍ଥାନାନ୍ତର ହୋଇପାରେ। ଏଥିସହିତ କିଛି ସହ କରୁଛନ୍ତି ଯେ, ଏହି ଟୁର୍ଣ୍ଣାମେଣ୍ଟ ଦୁଇ ଦଳ ମଧ୍ୟରୁ କୌଣସି ଦଳ ବିନା ଅନୁଷ୍ଠିତ ହୋଇପାରେ, କିନ୍ତୁ ଏଭଳି ହେଲେ ଆଇସିସି ଏବଂ ଏହାର ଆୟ ଉପରେ ଏକ ବଡ଼ ଆର୍ଥିକ ପ୍ରଭାବ ପକାଇବ।


Enter your email to get our daily news in your inbox.

All Right Reserved By Dharitri.Com

ବକ୍ସ ଅଫିସରେ ଧମାକା କଲା ‘ପେଡ୍ଡି’: କ୍ଷମା ମାଗିଲେ ନିର୍ଦ୍ଦେଶକ

ତେଲୁଗୁ ସ୍ପୋଟର୍‌ସ ଆକ୍ସନ ଡ୍ରାମା ‘ପେଡ୍ଡି’ ରିଲିଜ ହେବାର ମାତ୍ର ଦୁଇ ଦିନ ମଧ୍ୟରେ ଭାରତୀୟ ବକ୍ସ ଅଫିସରେ ଧମାକା କରିଛି। ରାମ ଚରଣ ଏବଂ ଜାହ୍ନବୀ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ ଇଣ୍ଡିଆରେ କାହିଁକି ମିଳିଲା ସୁଯୋଗ? ଏମିତି କହିଲେ ଅଗରକର

ନୂଆଦିଲ୍ଲୀ,୬।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିବାକୁ ପ୍ରସ୍ତୁତ ଏବଂ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବୋଲି ଚର୍ଚ୍ଚା ଯୋର…

ଆମ୍ବ ଗୋଟାଇବାକୁ ଯାଇଥିଲେ ବୃଦ୍ଧା, କଚାଡ଼ି କଚାଡ଼ି ମାରିଲା ଦନ୍ତା

ଆନନ୍ଦପୁର/ବଞ୍ଚୋ,୬ା୬(ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): ନିଜ ଆମ୍ବତୋଟାରେ ଶନିବାର ସକାଳୁ ଆମ୍ବ ଗୋଟାଇବାକୁ ଆସିଥିବା ବେଳେ ଦନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ ବୃଦ୍ଧା। ଆନନ୍ଦପୁର ଥାନା ଫକୀରପୁର…

ଜଳାଶୟ ମାଟି କାମକୁ ନେଇ କଂଗ୍ରେସ – ବିଜେଡି ମୁହାଁମୁହିଁ: ପୌର ପରିଷଦ ଅଧ୍ୟକ୍ଷା, କାଉନସିଲର ପହଞ୍ଚିବା ପରେ ହଙ୍ଗାମା

ବଲାଙ୍ଗୀର, ୬।୬( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର କରଙ୍ଗାକଟା ଓ ନରସିଂହ ବନ୍ଧ ଆଡିରେ ଶନିବାର ସକାଳେ କଂଗ୍ରେସ ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ବିଜେଡି…

ଭୟଙ୍କର ଦୁର୍ଘଟଣା :ବସ୍ ସହ ଲୁହାପଥର ବୋଝେଇ ଟ୍ରେଲର ଧକ୍କା

କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : ଯୋଡା ଥାନା ଅନ୍ତର୍ଗତ ଏନ୍‌ଏଚ୍–୫୨୦ର ଲହଣ୍ଡା ନିକଟସ୍ଥ ରେଳୱେ ଅଣ୍ଡରପାସ୍‌ରେ ଏକ ଟ୍ରେଲର ଓ ଯାତ୍ରୀବାହୀ ବସ୍‌ ମଧ୍ୟରେ ଧକ୍କା…

କେବଳ ବୈଭବ ସୂର୍ଯ୍ୟବଂଶୀ ନୁହଁନ୍ତି; ଏହି ଖେଳାଳି ବି ପ୍ରଥମ ଥର ପାଇଁ ଭାରତର ଟି-୨୦ ଦଳରେ ସ୍ଥାନ ପାଇଛନ୍ତି

ନୂଆଦିଲ୍ଲୀ,୬।୬: ବୈଭବ ସୂର୍ଯ୍ୟବଂଶୀଙ୍କୁ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ ପାଇଁ ଚୟନ କରାଯାଇଛି। ଶନିବାର ବିସିସିଆଇ ଏହି ଦୁଇଟି ସିରିଜ ଏବଂ ଏସୀୟ କ୍ରୀଡା…

୭୯ ଥର ରକ୍ତଦାନ କରି ସୃଷ୍ଟି କଲେ ରେକର୍ଡ: ଜନ୍ମଦିନରେ ବଞ୍ଚାଇଲେ ଶିଶୁର ଜୀବନ

ଭଞ୍ଜନଗର, ୬।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳର ଜଣାଶୁଣା ରକ୍ତଦାତା ତଥା ସାମାଜିକ କର୍ମୀ ଜୟକୃଷ୍ଣ ପଟ୍ଟନାୟକ ୭୯ ଥର ରକ୍ତଦାନ କରି ଭଞ୍ଜନଗର…

SBI ପକ୍ଷରୁ ଟଙ୍କା ବଦଳ ମେଳା, ଚିରାଫଟା ନୋଟ୍‌ ଦେଇ ନେଇପାରିବେ ଏତିକି ଟଙ୍କା…

ଭଞ୍ଜନଗର,୬ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଷ୍ଟେଟ୍‌ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଶନିବାର ବ୍ୟାଙ୍କ ସମ୍ମୁଖରେ କଏନ୍‌ ଏବଂ କାଗଜ ଟଙ୍କା ବଦଳ ମେଳା ଅନୁଷ୍ଠିତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri