Posted inଖେଳ

ବିଦା ହେବେ ମହମ୍ମଦ ରିଜଓ୍ବାନ! ପୁଣି ଥରେ ଅଧିନାୟକ ବଦଳାଇବା ଯୋଜନାରେ ପାକିସ୍ତାନ  

ଇସଲାମାବାଦ,୧୯।୧୦: କିଛି ଦିନର ନିରବତା ପରେ ପୁଣି ପାକିସ୍ତାନ କ୍ରିକେଟରେ ବିବାଦ ଦେଖାଦେଇଛି। ପାକିସ୍ତାନୀ ସୈନ୍ୟର ଆକ୍ରମଣରେ ଆଫଗାନିସ୍ତାନର ୩ ଯୁବ କ୍ରିକେଟରଙ୍କ ମୃତ୍ୟୁ ଘଟଣା ଉଭୟ ଦେଶର କ୍ରିକେଟକୁ ପ୍ରଭାବିତ କରିଛି। ଆଫଗାନିସ୍ତାନ ପାକିସ୍ତାନରେ ହେବାକୁ ଥିବା ଟି୨୦ ସିରିଜ୍‌ରୁ ନାଁ ଫେରାଇ ନେଇଛି। ଏହି କାରଣରୁ ପାକିସ୍ତାନ କ୍ରିକେଟ ଦଳକୁ ବ୍ୟାନ କରିବା ଦାବି ଜୋର ଧରିଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ରେ ମଧ୍ୟ ଏକ ନୂଆ ଡ୍ରାମା ଆରମ୍ଭ ହୋଇଛି। ସେଇଟି ହେଲା ଅଧିନାୟକ ପଦ। ମହମ୍ମଦ ରିଜଓ୍ବାନଙ୍କ ହାତରୁ ଦିନିକିଆ ଅଧିନାୟକ ପଦ ଯିବା ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି।
ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କିଛି ଦିନ ମଧ୍ୟରେ ହେବାକୁ ଥିବା ଦିନିକିଆ ସିରିଜ୍‌ରୁ ଠିକ ପୂର୍ବରୁ କ୍ୟାପ୍ଟେନ୍ସିରେ ପରିବର୍ତ୍ତନକୁ ନେଇ ପୁନର୍ବାର ବିବାଦ ଆରମ୍ଭ ହୋଇଛି। ବିଗତ ୨-୩ ବର୍ଷ ଧରି ବିଭିନ୍ନ ଅଧିନାୟକଙ୍କ ନିଯୁକ୍ତି ଯୋଗୁ ପାକିସ୍ତାନୀ ଦଳର ଚାରିଆଡେ ଆଲୋଚନା ହେଉଛି। ଏହାସହିତ ଏବେ ଦିନିକିଆ ଦଳର ଅଧିନାୟକ ମହମ୍ମଦ ରିଜୱାନଙ୍କ କ୍ୟାପ୍ଟେନ୍ସି ବି ବିପଦରେ ପଡ଼ିଛି ଏବଂ ପାକିସ୍ତାନୀ ବୋର୍ଡର ନୂଆ ବୟାନ ନିଆଁରେ ଘିଅ ଢ଼ାଳିଛି।
ବାସ୍ତବରେ ବିଗତ କିଛି ଦିନରୁ ପାକିସ୍ତାନୀ ମିଡ଼ିଆରେ ଏଭଳି ରିପୋର୍ଟ ଚାଲୁଛି ଯେ ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦି ଦିନିକିଆ ଦଳର ନୂଆ କ୍ୟାପ୍ଟେନ ହୋଇପାରନ୍ତି। ଏହି ରିପୋର୍ଟ ମଧ୍ୟରେ ପାକିସ୍ତାନୀ ବୋର୍ଡ ଶନିବାର ଏକ ବୟାନ ଜାରି କରି ଏଭଳି ଦାବିଗୁଡ଼ିକୁ ଆହୁରି ମଜବୁତ କରିଛି। ପିସିବି ଏକ ବୟାନରେ ଶାହିନ୍‌ଙ୍କ ନୂଆ ଅଧିନାୟକ ହେବା ରିପୋର୍ଟକୁ ଖାରଜ କରିଛି,ହେଲେ ରିଜୱାନ ହିଁ କ୍ୟାପ୍ଟେନ ରହିବେ ବୋଲି କୁହାଯାଇନାହିଁ। ପିସିବି କହିଛି ଯେ ଦକ୍ଷିଣ ଆଫ୍ରିକା ବିରୋଧରେ ଦିନିକିଆ ସିରିଜ ପାଇଁ କ୍ୟାପ୍ଟେନ୍ସିରେ କୌଣସି ନିଷ୍ପତ୍ତି ହୋଇନାହିଁ। ବୟାନରେ ସହିତ ଏହା ମଧ୍ୟ କୁହାଯାଇଛି ଯେ କୋଚ୍‌ ମାଇକ ହେସନ ପିସିବି ପ୍ରଧାନ ମୋହସିନ ନକଭୀଙ୍କୁ ଅନୁରୋଧ କରିଛନ୍ତି ଯେ ସିଲେକ୍ସନ କମିଟି ଓ ଆଡଭାଇଜରୀ କମିଟିର ଏକ ମିଟିଂ ହେବ, ଯେଉଁଠାରେ କ୍ୟାପ୍ଟେନ୍ସି ବିଷୟରେ ନିଷ୍ପତ୍ତି ନିଆଯାଇପାରିବ। ନକଭୀ ହେସନଙ୍କ କଥା ମାନିଛନ୍ତି ଏବଂ ୨୦ ଅକ୍ଟୋବରରେ ହେବାକୁ ଥିବା ମିଟିଂରେ ଏହାର ନିଷ୍ପତ୍ତି ହେବ।
ଏହାରୁ ସ୍ପଷ୍ଟ ଯେ ରିଜୱାନଙ୍କ କ୍ୟାପ୍ଟେନ୍ସି ସୁରକ୍ଷିତ ନାହିଁ ଏବଂ ଦକ୍ଷିଣ ଆଫ୍ରିକା ବିରୋଧ ଦିନିକିଆ ସିରିଜରେ ପାକିସ୍ତାନୀ ଦଳ ନୂଆ କ୍ୟାପ୍ଟେନଙ୍କ ନେତୃତ୍ୱରେ ଖେଳିବ। ସେମିତିରେ ଚଳିତ ବର୍ଷ ରିଜୱାନଙ୍କ କ୍ୟାପ୍ଟେନ୍ସିରେ ପାକିସ୍ତାନୀ ଦଳର ପ୍ରଦର୍ଶନ ଭଲ ନ ଥିଲା। ସେମାନେ ନିଜ ହୋମଗ୍ରାଉଣ୍ଡରେ ହୋଇଥିବା ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ରାଉଣ୍ଡରେ ହିଁ ବାହାରି ଯାଇଥିଲେ। ଏହାପରେ ନ୍ୟୁଜିଲାଣ୍ଡ ବିରୋଧରେ ସେମାନେ ୦-୩ରେ କ୍ଲିନ ସୁଇପ୍ର ସାମ୍ନା କରିଥିଲେ, ଆଉ ୱେଷ୍ଟଇଣ୍ଡିଜ ମଧ୍ୟ ସେମାନଙ୍କୁ ଦିନିକିଆ ସିରିଜରେ ୨-୧ରେ ହରାଇଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri