ନ୍ୟୁଜିଲାଣ୍ଡରେ ମୋଦିଙ୍କ ‘ମନ୍‌ କି ବାତ୍‌’ ଶୁଣି ପୋଷ୍ଟରକୁ ଆଶୀର୍ବାଦ କଲେ ବୃଦ୍ଧା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ନ୍ୟୁୟର୍କ,୩୦ା୪: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ‘ମନ୍‌ କି ବାତ୍‌’ର ୧୦୦ ତମ ଏପିସୋଡ୍‌ ପ୍ରଚାର କରିଛନ୍ତି। ଯାହା ସାରା ବିଶ୍ୱରେ ଚର୍ଚ୍ଚା ହେଉଛି। କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ୍‌ କି ବାତ’ଙ୍କ ଶୁଣିବା ପାଇଁ ଉତ୍ସାହ ଦେଖିବାକୁ ମିଳିଛି। ଏହିକ୍ରମରେ ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ମୋଦିଙ୍କ ‘ମନ୍‌ କି ବାତ୍‌’ ଶୁଣିବା ପାଇଁ ରାମ୍ବେନ ନାମକ ଜଣେ ୧୦୦ ବର୍ଷୀୟା ଜଣେ ବୃଦ୍ଧା ପହଞ୍ଚିଥିଲେ।

ଏହି ବୃଦ୍ଧା ଜଣକ ମୋଦିଙ୍କୁ ଆଶୀର୍ବାଦ ଦେଇଛନ୍ତି। ଅକଲାଣ୍ଡରେ ମୋଦିଙ୍କ ‘ମନ କି ବାତ୍‌’ ଶୁଣିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଠାରେ ଭାରତୀୟ ଏବଂ ଅନ୍ୟାନ୍ୟ  ଲୋକ ଯୋଗ ଦେଇଥିଲେ। ଏଥିରେ ରାମ୍ବେନ ମଧ୍ୟ ସାମିଲ ହୋଇ ଏହି କାର୍ଯ୍ୟକ୍ରମ ଶୁଣିବା ପରେ ମୋଦିଙ୍କୁ ଆଶୀର୍ବାଦ ଦେଇଥିଲେ। ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Mann Ki Baat

କହିରଖୁଛୁ, ଏହି କାର୍ଯ୍ୟକ୍ରମ ନ୍ୟୁୟର୍କର ମିଳିତ ଜାତିସଂଘ ମୁଖ୍ୟାଳୟରେ ମଧ୍ୟ ସିଧା ପ୍ରସାରଣ କରାଯାଇଥିଲା। ୨୨ଟି ଭାରତୀୟ ଭାଷା ଏବଂ ୨୯ଟି ଉପଭାଷା ବ୍ୟତୀତ ‘ମନ୍‌ କି ବାତ୍‌’ ୧୧ଟି ବିଦେଶୀ ଭାଷାରେ ଫରାସୀ, ଚାଇନିଜ, ଇଣ୍ଡୋନେସିଆ, ତିବ୍ଦତୀୟ, ବର୍ମା, ବାଲୁଚି, ଆରବୀ, ପାଶ୍ଟୁ, ଫାର୍ସି, ଦାରି ଏବଂ ସ୍ବାହିଲ ସହିତ ପ୍ରସାରିତ ହୋଇଛି। ‘ମନ କି ବାତ୍‌’ ଅଲ୍‌ ଇଣ୍ଡିଆ ରେଡିଓର ୫୦୦ ରୁ ଅଧିକ ପ୍ରସାରଣ କେନ୍ଦ୍ର ଦ୍ୱାରା ପ୍ରସାରିତ ହୋଇଥିଲା। ଏଥିସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ନ୍ୟୁଜର୍ସିରେ ମୋଦିଙ୍କ ‘ମନ୍‌ କି ବାତ୍‌’ ଶୁଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଆମେରିକା ନିକଟରେ ମୁଣ୍ଡ ନୁଆଁଇବାକୁ ସିଧା ମନା କଲା ଇରାନ

ତେହରାନ,୩।୪: ମଧ୍ୟପ୍ରାଚ୍ୟ ଗତ ୩୪ ଦିନ ଧରି ଯୁଦ୍ଧର ନିଆଁରେ ବୁଡ଼ି ରହିଛି। ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ସତ୍ତ୍ୱେ, ଇରାନ ଅଟଳ ରହିଛି ଏବଂ ଏହି…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri