ନୀରବ ମୋଦିଙ୍କ ୩୨୯ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ

ନୂଆଦିଲ୍ଲୀ,୮।୭ : ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ୧୩ ହଜାର କୋଟି ଟଙ୍କାର ବେଆଇନ ଋଣ ପ୍ରଦାନ ମାମଲାର ଅନ୍ୟତମ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ୩୨୯.୬୬ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବୁଧବାର ବାଜ୍ୟାପ୍ତ କରିଛି। ନୀରବ ମୋଦି ଏବଂ ତାଙ୍କ ମାମୁ ମେହୁଲ ଚୋକ୍‌ସି ଏହି ଋଣ ଠକେଇରେ ସାମିଲ ରହିଥିବା ବେଳେ ଇଡି ସେମାନଙ୍କ ବିରୋଧରେ ତଦନ୍ତ ଜାରି ରଖିଛି। ବାଜ୍ୟାପ୍ତ ସମ୍ପତ୍ତି ମଧ୍ୟରେ ଓ୍ବର୍ଲି ମୁମ୍ବାଇସ୍ଥିତ ସମୁଦ୍ର ମହଲର ୪ ଫ୍ଲାଟ୍‌, ଆଲିବଗରେ ଏକ ଫାର୍ମ ହାଉସ, ଜୟସାଲମେରରେ ଏକ ଓ୍ବିଣ୍ଡମିଲ୍‌, ଲଣ୍ଡନରେ ଫ୍ଲାଟ୍‌ ଏବଂ ୟୁଏଇରେ ଏକ ରେସିଡେନସିଆଲ ଫ୍ଲାଟ୍‌ ସାମିଲ ରହିଛି। ଏହବାଦ କିଛି ଶେୟାର ଏବଂ ବ୍ୟାଙ୍କ ଜମା ମଧ୍ୟ ସମ୍ପତ୍ତି ମଧ୍ୟରେ ରହିଥିବା ଇଡି ଏକ ବିବୃତିରେ କହିଛି। ସମ୍ପତ୍ତି ବାଜ୍ୟାପ୍ତ ଲାଗି ମୁମ୍ବାଇର ସ୍ବତନ୍ତ୍ର କୋର୍ଟ ଜୁନ୍‌ ୮ରେ ଇଡିକୁ କ୍ଷମତା ପ୍ରଦାନ କରିଥିଲେ। ଗତବର୍ଷ ଡିସେମ୍ବର ୫ରେ ଏହି କୋର୍ଟ ନୀରବଙ୍କୁ ପଳାତକ ଅର୍ଥନୈତିକ ଅପରାଧୀ ବୋଲି ଘୋଷଣା କରିଥିଲେ। ଏହି ଆଇନରେ ୨୦୧୮ରେ ଇଡି ନୀରବଙ୍କ ୩୨୯ କୋଟି ସମ୍ପତ୍ତିକୁ ଜବତ କରିଥିଲା। ବେଆଇନ ଅର୍ଥ କାରବାର ନିରୋଧୀ ଆଇନରେ ବର୍ତ୍ତମାନ ସୁଦ୍ଧା ତାଙ୍କର ୨୩୪୮ କୋଟି ଟଙ୍କାର ସମ୍ପତ୍ତିକୁ ଇଡି ଜବତ କରିଛି। ୨୦୧୯ ମାର୍ଚ୍ଚରେ ନୀରବ ଲଣ୍ଡନରେ ଗିରଫ ହୋଇଥିଲେ। ୟୁକେରେ ସେ ବର୍ତ୍ତମାନ ଜେଲରେ ଥିବା ବେଳେ ତାଙ୍କ ବିରୋଧରେ ପ୍ରତ୍ୟର୍ପଣ ମାମଲାର ଶୁଣାଣି ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଦ୍‌ରେଜ୍‌ର ନୂଆ ରେଫ୍ରିଜରେଟର

ନୂଆଦିଲ୍ଲୀ,୧୫ା୩: ଗୋଦ୍‌ରେଜ୍‌ ଆପ୍ଲାଏନ୍‌ସେସ୍‌ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ପ୍ରସ୍ତୁତ ଡାର୍କ ଏଡିଶନ ରେଫ୍ରିଜରେଟରର ଶୁଭାରମ୍ଭ କରାଯାଇଛି। ବିଶେଷକରି ମ୍ୟାଟ୍‌ ବ୍ଲାକ୍‌, ଗ୍ଲାସ୍‌ ବ୍ଲାକ୍‌, ଓନିକ୍ସ ବ୍ଲାକ୍‌,...

ପୁଣିଥରେ ଲାଗୁ ହୋଇପାରେ ନଗଦ ଉଠାଣ ଟିକସ

ନୂଆଦିଲ୍ଲୀ,୨୮-୫: କେନ୍ଦ୍ରରେ ଦ୍ୱିତୀୟଥର ନରେନ୍ଦ୍ର ମୋଦି ସରକାର ଗଠନ ହେବାକୁ ଯାଉଛି। ସରକାର ଏଥର ଦୃଢ଼ତାର ସହ ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମକୁ ଆଗେଇନେବେ ବୋଲି ଜନତା...

ବେକାରି ହାର ୮.୬%କୁ ବୃଦ୍ଧି

ନୂଆଦିଲ୍ଲୀ,୨-୧୧: ଚଳିତ ବର୍ଷ ଅକ୍ଟୋବରରେ ଦେଶର ବେକାରି ହାର ତିନି ବର୍ଷର ସର୍ବାଧିକ ସ୍ତର ୮.୬%କୁ ବୃଦ୍ଧି ଘଟିଛି। ଏହା ୨୦୧୬ ପରଠାରୁ ସର୍ବାଧିକ ବୋଲି...

କରୋନା ଯୋଗୁ ପର୍ଯ୍ୟଟନ ଶିଳ୍ପର ୩,୫୦୦ କୋଟି କ୍ଷତି ଆଶଙ୍କା

ନୂଆଦିଲ୍ଲୀ,୧୦-୨: କରୋନା ଭାଇରସ ଯୋଗୁ ଦେଶର ଅନ୍ୟ କ୍ଷେତ୍ର ଉପରେ ପ୍ରଭାବ ପଡୁଥିବା ଦେଖାଯାଉଛି। ଦେଶର ପର୍ଯ୍ୟଟନ ଶିଳ୍ପ ଏହା ଦ୍ୱାରା ଗଭୀର କ୍ଷତି ସହିଥିବା...

ଏମ୍‌ଏଏଚ୍‌ଏସ୍‌ଆର୍‌ ପ୍ରକଳ୍ପକୁ ୧୮,୭୫୦ କୋଟି ଦେବ ଜିକା

ନୂଆଦିଲ୍ଲୀ,୩୧।୩:ଦେଶର ବୁଲେଟ୍‌ ଟ୍ରେନ ପ୍ରକଳ୍ପର ଅଗ୍ରଗତି ପାଇଁ ଜାପାନ ଇଣ୍ଟରନ୍ୟାଶନାଲ କୋଅପରେଶନ ଏଜେନ୍ସି (ଜେଆଇସିଏ) ଅଫିସିଆଲ୍‌ ଡେଭଲପମେଣ୍ଟ ଆସିଷ୍ଟାଣ୍ଟ (ଓଡିଏ) ଜରିଆରେ ଭାରତକୁ ୩୦୦ ବିଲିୟନ...

ସର୍ବନିମ୍ନ ସ୍ତରରେ ପହଞ୍ଚିଲା ଅଶୋଧିତ ତୈଳ

ମୁମ୍ବାଇ,୨୧।୪: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୨୧ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। କରୋନା ମହାମାରୀ ଯୋଗୁ ଚାହିଦା ଖସିବା, ଆମେରିକାର ଷ୍ଟୋରେଜରେ ବୃଦ୍ଧି...

ଜୁଲାଇରେ ଆଧାର ଆଧାରିତ ନେଣଦେଣ ୨୨ କୋଟି ଟପିଲା

ନୂଆଦିଲ୍ଲୀ,୧୩-୮: ଜୁଲାଇରେ ଆଧାର ଆଧାରିତ ପେମେଣ୍ଟ ପ୍ରଣାଳିରେ ନେଣଦେଣ ୨୨ କୋଟି ଟପିଛିି। ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏନ୍‌ପିସିଆଇ) ସୋମବାର କହିଛି ଯେ, ଆଧାର...

ସମାବେଶୀ, ସ୍ଥାୟୀ ଅଭିବୃଦ୍ଧି ଲାଗି ସରକାର ବଦ୍ଧପରିକର: ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୨୦-୭: କେନ୍ଦ୍ର ସରକାର ସମାବେଶୀ, ସମଗ୍ର ତଥା ସ୍ଥାୟୀ ଅଭିବୃଦ୍ଧି ଲାଗି ବଦ୍ଧପରିକର ଏବଂ ୨୦୨୪ ସୁଦ୍ଧା ଦେଶର ଅର୍ଥନୀତିକୁ ୫ ଲକ୍ଷ କୋଟି ଡଲାରରେ...

Advertisement
Archives

Model This Week