ନୀରବ ମୋଦିଙ୍କ ୩୨୯ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ

ନୂଆଦିଲ୍ଲୀ,୮।୭ : ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ୧୩ ହଜାର କୋଟି ଟଙ୍କାର ବେଆଇନ ଋଣ ପ୍ରଦାନ ମାମଲାର ଅନ୍ୟତମ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ୩୨୯.୬୬ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବୁଧବାର ବାଜ୍ୟାପ୍ତ କରିଛି। ନୀରବ ମୋଦି ଏବଂ ତାଙ୍କ ମାମୁ ମେହୁଲ ଚୋକ୍‌ସି ଏହି ଋଣ ଠକେଇରେ ସାମିଲ ରହିଥିବା ବେଳେ ଇଡି ସେମାନଙ୍କ ବିରୋଧରେ ତଦନ୍ତ ଜାରି ରଖିଛି। ବାଜ୍ୟାପ୍ତ ସମ୍ପତ୍ତି ମଧ୍ୟରେ ଓ୍ବର୍ଲି ମୁମ୍ବାଇସ୍ଥିତ ସମୁଦ୍ର ମହଲର ୪ ଫ୍ଲାଟ୍‌, ଆଲିବଗରେ ଏକ ଫାର୍ମ ହାଉସ, ଜୟସାଲମେରରେ ଏକ ଓ୍ବିଣ୍ଡମିଲ୍‌, ଲଣ୍ଡନରେ ଫ୍ଲାଟ୍‌ ଏବଂ ୟୁଏଇରେ ଏକ ରେସିଡେନସିଆଲ ଫ୍ଲାଟ୍‌ ସାମିଲ ରହିଛି। ଏହବାଦ କିଛି ଶେୟାର ଏବଂ ବ୍ୟାଙ୍କ ଜମା ମଧ୍ୟ ସମ୍ପତ୍ତି ମଧ୍ୟରେ ରହିଥିବା ଇଡି ଏକ ବିବୃତିରେ କହିଛି। ସମ୍ପତ୍ତି ବାଜ୍ୟାପ୍ତ ଲାଗି ମୁମ୍ବାଇର ସ୍ବତନ୍ତ୍ର କୋର୍ଟ ଜୁନ୍‌ ୮ରେ ଇଡିକୁ କ୍ଷମତା ପ୍ରଦାନ କରିଥିଲେ। ଗତବର୍ଷ ଡିସେମ୍ବର ୫ରେ ଏହି କୋର୍ଟ ନୀରବଙ୍କୁ ପଳାତକ ଅର୍ଥନୈତିକ ଅପରାଧୀ ବୋଲି ଘୋଷଣା କରିଥିଲେ। ଏହି ଆଇନରେ ୨୦୧୮ରେ ଇଡି ନୀରବଙ୍କ ୩୨୯ କୋଟି ସମ୍ପତ୍ତିକୁ ଜବତ କରିଥିଲା। ବେଆଇନ ଅର୍ଥ କାରବାର ନିରୋଧୀ ଆଇନରେ ବର୍ତ୍ତମାନ ସୁଦ୍ଧା ତାଙ୍କର ୨୩୪୮ କୋଟି ଟଙ୍କାର ସମ୍ପତ୍ତିକୁ ଇଡି ଜବତ କରିଛି। ୨୦୧୯ ମାର୍ଚ୍ଚରେ ନୀରବ ଲଣ୍ଡନରେ ଗିରଫ ହୋଇଥିଲେ। ୟୁକେରେ ସେ ବର୍ତ୍ତମାନ ଜେଲରେ ଥିବା ବେଳେ ତାଙ୍କ ବିରୋଧରେ ପ୍ରତ୍ୟର୍ପଣ ମାମଲାର ଶୁଣାଣି ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିନି ପରେ ଏବେ ଗୁଡ଼ ହେଲା ମହଙ୍ଗା, ଦୁଇଗୁଣା ବଢିଲା ଦର; ଜାଣନ୍ତୁ ଦାମ ବଢ଼ିବାର କାରଣ

ନୂଆଦିଲ୍ଲୀ,୨୫।୮: ଗତ କିଛି ଦିନ ଧରି ଚିନିର ବଢ଼ୁଥିବା ଦାମ ଲୋକଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏବେ ଗୁଡ଼ ମଧ୍ୟ ମହଙ୍ଗା ହୋଇଛି। ଚିନି ପରେ ଗୁଡ଼ର…

ସରକାରଙ୍କ ବଡ଼ ଘୋଷଣା: ଏହି ୫ ସହରରେ ମିଳିବ ୩୫ ଟଙ୍କା କିଲୋରେ ପିଆଜ

ନୂଆଦିଲ୍ଲୀ,୨୫।୮: ପର୍ବପର୍ବାଣୀ ଋତୁ ଆସୁଥିବା ବେଳେ ଦେଶରେ ବଢ଼ୁଥିବା ପିଆଜ ଦରକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ନିଜର ବଫର ଷ୍ଟକ୍‌କୁ ପିଆଜ ବଜାରକୁ ଛାଡ଼ିବା ଆରମ୍ଭ…

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri