ନୂଆଦିଲ୍ଲୀ,୧୯।୬: ଲୋକ ସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ୫୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ରାହୁଲଙ୍କ ପାଇଁ ଏକ ପୋଷ୍ଟ ମଧ୍ୟ ଶେୟାର କରିଛନ୍ତି। କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ସମେତ ବରିଷ୍ଠ କଂଗ୍ରେସ ନେତାମାନେ ତାଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି।
ମୋଦି ଯେଉଁ ପୋଷ୍ଟ ଶେୟାର କରିଛନ୍ତି, ତାହା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।
କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟରେ ଲେଖିଛନ୍ତି, ‘ରାହୁଲ ଗାନ୍ଧୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ସମ୍ବିଧାନର ମୂଲ୍ୟବୋଧ ପ୍ରତି ଆପଣଙ୍କର ଅତୁଳନୀୟ ନିଷ୍ଠା ଏବଂ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସାମାଜିକ, ରାଜନୈତିକ ଏବଂ ଆର୍ଥିକ ନ୍ୟାୟ ପ୍ରତି ଆପଣଙ୍କର ଗଭୀର କରୁଣା ଆପଣଙ୍କୁ ସ୍ବତନ୍ତ୍ର କରିଥାଏ। ଆପଣଙ୍କର କାର୍ଯ୍ୟ ନିରନ୍ତର କଂଗ୍ରେସ ଦଳର ଏକତା, ସଦ୍ଭାବ ଏବଂ ବିବିଧତାରେ କରୁଣାର ବିଚାରଧାରାକୁ ପ୍ରତିଫଳିତ କରେ। ମୁଁ ଆପଣଙ୍କର ଦୀର୍ଘ, ସୁସ୍ଥ ଏବଂ ସୁଖୀ ଜୀବନ କାମନା କରୁଛି।’
ଏହିପରି ପ୍ରାୟ ସମସ୍ତ ନେତା ଜନ୍ମଦିନରେ ରାହୁଲଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି।


