Posted inଜାତୀୟ

ପୋଲିସ ଡରରେ ଛଦ୍ମବେଶ ହୋଇ ବୁଲୁଥିଲେ ମୋଦି, ନାଁ ରଖୁଥିଲେ ଭିନ୍ନଭିନ୍ନ

ନୂଆଦିଲ୍ଲୀ,୨୬।୬: ଏମରଜେନ୍ସକୁ ୪୯ବର୍ଷ ପୁରିଛି। ତେବେ ଏହାକୁ ନେଇ ବିରୋଧୀଙ୍କୁ ଆକ୍ରାମଣତ୍ମକ ଭାବରେ ହମଲା କରୁଛି ଏନଡିଏ। ଏମରଜେନ୍ସି ଲାଗୁ ହେବା ପରେ ଏହାକୁ ବିରୋଧ କରୁଥିବା ନେତାଙ୍କୁ ୨ବର୍ଷ ଯାଏଁ ବନ୍ଦୀ ରଖାଗଲା। ତେବେ ଜରୁରୀକାଳୀନ ପରିସ୍ଥିତିକୁ ଘୋର ବିରୋଧ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେତେବେଳେ କେଉଁଠି ଥିଲେ ଏବେ ତାହା ସବୁଠାରୁ ଚର୍ଚ୍ଚାର ବିଷୟ।

ଏମରଜେନ୍ସି ଲାଗୁ ହେବା ସମୟରେ ବହୁ ନେତାଙ୍କୁ ଗିରଫ କରାଯାଇଥିଲା। ଏହି ସମୟରେ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ସକ୍ରିୟ ଭୂମିକାରେ ଥିଲା। ଏଥିରେ ଥିବା କର୍ମୀମାନେ ଅଣ୍ଡରଗ୍ରାଉଣ୍ଡ ହୋଇ କାମ କରୁଥିଲେ। ଏହି ସମୟରେ ଆରଏସଏସର ପ୍ରଚାର ପାଇଁ ମୋଦିଙ୍କୁ ବିଭିନ୍ନ ଆନ୍ଦୋଳନ, ସମ୍ମିଳନୀ ଓ ବୈଠକରେ ଯୋଗ ଦେବାକୁ ଦାୟିତ୍ୱ ଦିଆଯାଇଥିଲା। ତେବେ ଏଥିପାଇଁ ତାଙ୍କୁ ଛଦ୍ମବେଶ ଧାରଣ କରିବାକୁ ପଡିଥିଲା।
କେତେବେଳେ ସର୍ଦ୍ଦାରଜୀ, ବଟୁକ ଭାଇ ତ କେତେବେଳେ ସ୍ବାମୀଜୀ।

୧୯୭୫ ଜରୁରିକାଳୀନ ପରିସ୍ଥିତି ସମୟରେ ଗିରଫଦାରିରୁ ନିଜକୁ ବଞ୍ଚାଇବା ପାଇଁ ଏହି ସବୁ ନାମ ଓ ବେଶ ଧାରଣ କରୁଥିଲେ ନରେନ୍ଦ୍ର ମୋଦି। ସେହି ସମୟରେ ‘ଛଦ୍ମବେଶ ଧାରଣରେ ମାଷ୍ଟର’ ଭାବେ ପରିଚିତ ମୋଦି ବିଭିନ୍ନ ପରିଚୟ ଗ୍ରହଣ କରି ଗିରଫଦାରିରୁ ବର୍ତ୍ତିବା ସହ ଆର୍‌ଏସଏସର ପ୍ରଚାର କରିବାରେ ସାହାଯ୍ୟ କରୁଥିଲେ। ଜରୁରିକାଳୀନ ପରିସ୍ଥିତି ସମୟରେ ସ୍ବେଚ୍ଛାଚାରୀ ସରକାର ବିରୋଧରେ ପ୍ରତିରୋଧ ଜାରି ରଖିବାକୁ ଆର୍‌ଏସଏସ କର୍ମୀମାନେ ଅହରହ ପ୍ରୟାସ କରୁଥିଲେ। ଏହି ୨୧ ମାସ ମଧ୍ୟରେ ମୋଦି ଇନ୍ଦିରା ଗାନ୍ଧୀ ସରକାର ଦ୍ୱାରା ଲାଗୁ କରାଯାଇଥିବା କଠୋର ଜରୁରୀ ପରିସ୍ଥିତି ବିରୋଧରେ ପ୍ରଚାର ଅଭିଯାନ ଚଳାଇଥିଲେ। ଅହମଦାବାଦ, ରାଜକୋଟ ଯାତ୍ରା ସମୟରେ ସେ ‘ବଟୁକ ଭାଇ’ ଭାବେ ପରିଚିତ ଥିଲେ।

ସେତେବେଳେ ଗେରୁଆ ରଙ୍ଗର ପୋଷାକ ପିନ୍ଧି ସ୍ବାମୀଜୀ ଭାବରେ ନିଜର ପରିଚୟ ଦେଇଥିଲେ ମୋଦି। ଏକ ଗୁରୁତ୍ୱପୂର୍ଣ୍ଣ ଅବସରରେ ଭାବନଗର ଜେଲରେ ବନ୍ଦୀ ଥିବା ବିଷ୍ଣୁଭାଇ ପାଣ୍ଡ୍ୟା ଓ ଅନ୍ୟମାନଙ୍କ ସହ ଯୋଗାଯୋଗ ସ୍ଥାପନ କରିବା ଜରୁରୀ ହୋଇପଡ଼ିଥିଲା। ଯେହେତୁ ଗୁପ୍ତରେ ଯୋଗାଯୋଗ କରିବା ସମ୍ଭବ ହୋଇ ପାରିଲ ନାହିଁ। ତେଣୁ ମୋଦି ବ୍ୟକ୍ତିଗତ ଭାବେ ଜେଲରେ ପହଞ୍ଚିଥିଲେ। କଏଦୀମାନଙ୍କ ସହ ଏକ ସତ୍ସଙ୍ଗରେ ଯୋଗ ଦେବା ପାଇଁ ସେ ନିଜକୁ ‘ସ୍ବାମୀଜୀ’ କହି ଜେଲ ପରିସରରେ ପ୍ରବେଶ କରିଥିଲେ। ଆଉ ଥରେ ମୋଦି ମୁଣ୍ଡରେ ପାଗଡ଼ି ବାନ୍ଧି ‘ସର୍ଦ୍ଦାରଜୀ’ ବେଶ ଗ୍ରହଣ କରିଥିଲେ ଏବଂ ଏହା ପରବର୍ତ୍ତୀ ସମୟରେ ଚର୍ଚ୍ଚାରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri