Posted inଜାତୀୟ

ପୋଲିସ ଡରରେ ଛଦ୍ମବେଶ ହୋଇ ବୁଲୁଥିଲେ ମୋଦି, ନାଁ ରଖୁଥିଲେ ଭିନ୍ନଭିନ୍ନ

ନୂଆଦିଲ୍ଲୀ,୨୬।୬: ଏମରଜେନ୍ସକୁ ୪୯ବର୍ଷ ପୁରିଛି। ତେବେ ଏହାକୁ ନେଇ ବିରୋଧୀଙ୍କୁ ଆକ୍ରାମଣତ୍ମକ ଭାବରେ ହମଲା କରୁଛି ଏନଡିଏ। ଏମରଜେନ୍ସି ଲାଗୁ ହେବା ପରେ ଏହାକୁ ବିରୋଧ କରୁଥିବା ନେତାଙ୍କୁ ୨ବର୍ଷ ଯାଏଁ ବନ୍ଦୀ ରଖାଗଲା। ତେବେ ଜରୁରୀକାଳୀନ ପରିସ୍ଥିତିକୁ ଘୋର ବିରୋଧ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେତେବେଳେ କେଉଁଠି ଥିଲେ ଏବେ ତାହା ସବୁଠାରୁ ଚର୍ଚ୍ଚାର ବିଷୟ।

ଏମରଜେନ୍ସି ଲାଗୁ ହେବା ସମୟରେ ବହୁ ନେତାଙ୍କୁ ଗିରଫ କରାଯାଇଥିଲା। ଏହି ସମୟରେ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ସକ୍ରିୟ ଭୂମିକାରେ ଥିଲା। ଏଥିରେ ଥିବା କର୍ମୀମାନେ ଅଣ୍ଡରଗ୍ରାଉଣ୍ଡ ହୋଇ କାମ କରୁଥିଲେ। ଏହି ସମୟରେ ଆରଏସଏସର ପ୍ରଚାର ପାଇଁ ମୋଦିଙ୍କୁ ବିଭିନ୍ନ ଆନ୍ଦୋଳନ, ସମ୍ମିଳନୀ ଓ ବୈଠକରେ ଯୋଗ ଦେବାକୁ ଦାୟିତ୍ୱ ଦିଆଯାଇଥିଲା। ତେବେ ଏଥିପାଇଁ ତାଙ୍କୁ ଛଦ୍ମବେଶ ଧାରଣ କରିବାକୁ ପଡିଥିଲା।
କେତେବେଳେ ସର୍ଦ୍ଦାରଜୀ, ବଟୁକ ଭାଇ ତ କେତେବେଳେ ସ୍ବାମୀଜୀ।

୧୯୭୫ ଜରୁରିକାଳୀନ ପରିସ୍ଥିତି ସମୟରେ ଗିରଫଦାରିରୁ ନିଜକୁ ବଞ୍ଚାଇବା ପାଇଁ ଏହି ସବୁ ନାମ ଓ ବେଶ ଧାରଣ କରୁଥିଲେ ନରେନ୍ଦ୍ର ମୋଦି। ସେହି ସମୟରେ ‘ଛଦ୍ମବେଶ ଧାରଣରେ ମାଷ୍ଟର’ ଭାବେ ପରିଚିତ ମୋଦି ବିଭିନ୍ନ ପରିଚୟ ଗ୍ରହଣ କରି ଗିରଫଦାରିରୁ ବର୍ତ୍ତିବା ସହ ଆର୍‌ଏସଏସର ପ୍ରଚାର କରିବାରେ ସାହାଯ୍ୟ କରୁଥିଲେ। ଜରୁରିକାଳୀନ ପରିସ୍ଥିତି ସମୟରେ ସ୍ବେଚ୍ଛାଚାରୀ ସରକାର ବିରୋଧରେ ପ୍ରତିରୋଧ ଜାରି ରଖିବାକୁ ଆର୍‌ଏସଏସ କର୍ମୀମାନେ ଅହରହ ପ୍ରୟାସ କରୁଥିଲେ। ଏହି ୨୧ ମାସ ମଧ୍ୟରେ ମୋଦି ଇନ୍ଦିରା ଗାନ୍ଧୀ ସରକାର ଦ୍ୱାରା ଲାଗୁ କରାଯାଇଥିବା କଠୋର ଜରୁରୀ ପରିସ୍ଥିତି ବିରୋଧରେ ପ୍ରଚାର ଅଭିଯାନ ଚଳାଇଥିଲେ। ଅହମଦାବାଦ, ରାଜକୋଟ ଯାତ୍ରା ସମୟରେ ସେ ‘ବଟୁକ ଭାଇ’ ଭାବେ ପରିଚିତ ଥିଲେ।

ସେତେବେଳେ ଗେରୁଆ ରଙ୍ଗର ପୋଷାକ ପିନ୍ଧି ସ୍ବାମୀଜୀ ଭାବରେ ନିଜର ପରିଚୟ ଦେଇଥିଲେ ମୋଦି। ଏକ ଗୁରୁତ୍ୱପୂର୍ଣ୍ଣ ଅବସରରେ ଭାବନଗର ଜେଲରେ ବନ୍ଦୀ ଥିବା ବିଷ୍ଣୁଭାଇ ପାଣ୍ଡ୍ୟା ଓ ଅନ୍ୟମାନଙ୍କ ସହ ଯୋଗାଯୋଗ ସ୍ଥାପନ କରିବା ଜରୁରୀ ହୋଇପଡ଼ିଥିଲା। ଯେହେତୁ ଗୁପ୍ତରେ ଯୋଗାଯୋଗ କରିବା ସମ୍ଭବ ହୋଇ ପାରିଲ ନାହିଁ। ତେଣୁ ମୋଦି ବ୍ୟକ୍ତିଗତ ଭାବେ ଜେଲରେ ପହଞ୍ଚିଥିଲେ। କଏଦୀମାନଙ୍କ ସହ ଏକ ସତ୍ସଙ୍ଗରେ ଯୋଗ ଦେବା ପାଇଁ ସେ ନିଜକୁ ‘ସ୍ବାମୀଜୀ’ କହି ଜେଲ ପରିସରରେ ପ୍ରବେଶ କରିଥିଲେ। ଆଉ ଥରେ ମୋଦି ମୁଣ୍ଡରେ ପାଗଡ଼ି ବାନ୍ଧି ‘ସର୍ଦ୍ଦାରଜୀ’ ବେଶ ଗ୍ରହଣ କରିଥିଲେ ଏବଂ ଏହା ପରବର୍ତ୍ତୀ ସମୟରେ ଚର୍ଚ୍ଚାରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା, ୧୫ରୁ ଊର୍ଦ୍ଧ୍ବ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

ନୀତିନ ନବୀନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୪।୧୨: ନୀତିନ ନବୀନ ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ନୀତିନ ନବୀନ ଜଣେ ଯୁବ ନେତା...

ପ୍ରଥମେ ମିଳିମିଶି ଦରମା ବଢ଼ାଇଦେଲେ: ଏବେ ଲୋକ ଦେଖାଣିଆ ରାଜନୈତିକ ବୟାନବାଜୀ

ଭୁବନେଶ୍ବର,୧୪।୧୨: ଏବେ ରାଜ୍ୟର ଘରେ ଘରେ ଆଉ ଗଳି କନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡିଶା ଭଳି ଗରିବ ରାଜ୍ୟର ବିଧାୟକ ମାନେ ଭାରତରେ...

ବେସାହାରା ଲଳିତାଙ୍କୁ ସାହାରା ଦେବାକୁ ଦାବି, ପାଠ ସହିତ ବଞ୍ଚିବାର ସହାୟତା ଆଶାରେ ଲଳିତା

କେନ୍ଦୁଝର,୧୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ) : କଥାରେ ଅଛି ଦୁଃଖ ଯେତେବେଳେ ପରିବାର ବନ୍ଧୁବର୍ଗଙ୍କୁ ସାଙ୍ଗରେ ନେଇକି ଆସେ । ଏଭଳି ଏକ ଦୁଃଖଦ ଘଟଣା...

ଭାଜପାକୁ ମିଳିଲା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି, ନୀତିନ ନବୀନଙ୍କୁ ଦାୟିତ୍ବ

ନୂଆଦିଲ୍ଲୀ,୧୪।୧୨:  ବଡ଼ ଘୋଷଣା କଲା ଭାଜପା । ଭାରତୀୟ ଜନତା ପାର୍ଟି ଏକ ବଡ଼ ସାଂଗଠନିକ ପରିବର୍ତ୍ତନ କରିଛି । ନୀତିନ ନବୀନ ହେଲେ ଭାଜପା...

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

ବାପି ସର୍ଖେଲଙ୍କ ବଡ଼ ବୟାନ, କହିଲେ ମୁଁ ଦାମଙ୍କ ପୁଅ

ଭୁବନେଶ୍ବର,୧୪।୧୨: ବାପି ସର୍ଖେଲ ବଡ଼ ବୟାନ ଦେଇଛନ୍ତି। ନିଜକୁ ଦାମଙ୍କ ପୁଅ କହିଲେ ପାରାଦୀପ ଶ୍ରମିକ ନେତା ବାପି ସର୍ଖେଲ । ପାରାଦୀପ, କୁଜଙ୍ଗରେ ଆୟୋଜିତ...

କୋଟଗଡ଼ରେ ହାତୀ ଆତଙ୍କ: ନଷ୍ଟ କଲେ ଫସଲ

ବାଲିଗୁଡ଼ା,୧୪ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri