ମୋଦିଙ୍କୁ ମିଳିଲା ‘ଦ ଅର୍ଡର ଅଫ ମୁବାରକ ଅଲ କବୀର’ ସମ୍ମାନ

କୁଏତ ସିଟି,୨୨।୧୨: କୁଏତ ଗସ୍ତର ଶେଷ ଦିନ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାୟନ ପ୍ୟାଲେସରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। କୁଏତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ, ଅର୍ଡର ଅଫ ମୁବାରକ ଅଲ କବୀର’ ସହିତ ସମ୍ମାନିତ କରିଛନ୍ତି। କୁଏତରେ ବାୟନ ପ୍ୟାଲେସ ଶକ୍ତିର ପ୍ରତୀକ ଏବଂ ଅନେକ ଦେଶର ଦୂତାବାସ ମଧ୍ୟ ଏଠାରେ ଅବସ୍ଥିତ।

କୌଣସି ଦେଶ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହା ହେଉଛି ୨୦ତମ ଆନ୍ତର୍ଜାତୀୟ ସମ୍ମାନ । ଏହି ଅର୍ଡର ବନ୍ଧୁତ୍ୱର ପ୍ରତୀକ ଭାବରେ ରାଷ୍ଟ୍ରାଧ୍ୟକ୍ଷ, ବିଦେଶୀ ସାର୍ବଭୌମ ତଥା ବିଦେଶୀ ରାଜ ପରିବାରର ସଦସ୍ୟମାନଙ୍କୁ ପ୍ରଦାନ କରାଯାଇଥାଏ। ଏହା ପୂର୍ବରୁ ବିଲ କ୍ଲିଣ୍ଟନ, ପ୍ରିନ୍ସ ଚାଲର୍‌ସ ଏବଂ ଜର୍ଜ ବୁଶଙ୍କ ପରି ବିଦେଶୀ ନେତାମାନଙ୍କୁ ଦିଆଯାଇଥିଲା।

ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଅନେକ ଚୁକ୍ତିନାମା ମଧ୍ୟ ସ୍ବାକ୍ଷରିତ ହେବାକୁ ଯାଉଛି। ଭାରତ ସରକାର ଗଲ୍ଫ ଦେଶ ସହ ସମ୍ପର୍କକୁ ମଜବୁତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି। କୁଏତର ଅମିର ଶେଖ ମେଶଲ ଅଲ-ଅହମ୍ମଦ ଅଲ-ଜାବର ଅଲ-ସବାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିଛନ୍ତି, ଯାହା ଭାରତ-କୁଏତ ସମ୍ପର୍କକୁ ବିଶେଷ ଉତ୍ସାହ, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଶକ୍ତି କ୍ଷେତ୍ରରେ ଗୁରୁତ୍ୱ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ଭବାନୀପାଟଣା, ୫ା୨(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ପରମାନନ୍ଦପୁରସ୍ଥିତ ରେଡ୍‌କ୍ରସ ଅନ୍ଧ, ମୂକ, ବଧିର ବିଦ୍ୟାଳୟର ଜଣେ କର୍ମଚାରୀଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିଥିଲା। ଏ…

ଯଖପୁରା ଷ୍ଟେଶନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ, ମୃତାହତ…

ଯାଜପୁର,୫।୨: ଯାଜପୁର ରୋଡ୍ ଷ୍ଟେଶନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ । ଯଖପୁରା ଷ୍ଟେଶନ ନିକଟରେ ଟ୍ରାକରୁ ଖସିଛି ୩ଟି ବଗି । ଆରମ୍ଭରୁ ଦୁଇଟି…

ଜଙ୍ଗଲ କିସମ ଜମି ଧାନ ଫସଲ ଜବତ ଘଟଣା: ନିଲାମ ବିରୋଧରେ ହାଇକୋର୍ଟଙ୍କ ରୋକ

ମହାକାଳପଡ଼ା,୫ା୨ (ପ୍ରତାପ ଚନ୍ଦ୍ର ସ୍ବାଇଁ)::କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ମୌଜା ୨୪ ଏକର ଗ୍ରାମ୍ୟ ଜଙ୍ଗଲ ଜମିରେ ସ୍ଥାନୀୟ ଅଞ୍ଚଳର ୨୦ରୁ ଅଧିକ ଚାଷୀ ଭାଗ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୫।୨: ୧୯ ବର୍ଷରୁ କମ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ୨୦୬ ଷ୍ଟ୍ରାଇକ ରେଟ ସହିତ ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଓପନର୍‌ ଆରୋନ ଜର୍ଜ…

ମିଳିନି ୪ମାସର ଭତ୍ତା, ଜିଲାପାଳଙ୍କୁ ଭେଟିଲେ ବୃଦ୍ଧାବୃଦ୍ଧ

ନୟାଗଡ଼,୫।୨(ଲୋକନାଥ ମିଶ୍ର): ୪ମାସ ଧରି ଭତ୍ତା ନ ପାଇବାରୁ ନୟାଗଡ଼ ବ୍ଲକ ବାଲୁଗଁା ଓ ଲାଠିପଡା ଗ୍ରାମର ବୃଦ୍ଧାବୃଦ୍ଧ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ।…

ରାଜସ୍ବ ବିଭାଗର ବଡ଼ ନିଷ୍ପତ୍ତି, ଏଣିକି ଓଡ଼ିଆ ନାମ ଅନୁସାରେ ଲେଖାଯିବ ଜିଲାର ଇଂରାଜୀ ନାମ

ଭୁବନେଶ୍ବର,୫।୨: ରାଜ୍ୟର ୭ଟି ଜିଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି ।…

୬.୬.୬.୬.୬.୬.୬…ମାତ୍ର ୨୦ ବଲ୍‌ରେ ଚମତ୍କାର କଲେ ଇଶାନ

ନୂଆଦିଲ୍ଲୀ,୫।୨: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗତ ୪ ଫେବୃଆରୀ ରାତିରେ ଟି-୨୦ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ଟିମ…

ଆମେ ଭାରତ ବିପକ୍ଷରେ ବିଶ୍ବକପ୍ ଖେଳିବୁ ନାହିଁ..ବୟକଟ ନିଷ୍ପତ୍ତିକୁ ଦୋହରାଇଲେ ଶେହବାଜ ଶରିଫ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବୁଧବାର ଦିନ ଭାରତ ବିପକ୍ଷରେ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ବର୍ଜନ କରିବାର ଦେଶର ନିଷ୍ପତ୍ତିକୁ ଦୋହରାଇଛନ୍ତି । ସେ କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri