Posted inଜାତୀୟ

ମେ ୬ ରାତି କଥା ମନେ ପକାଇଲେ ମୋଦି: କହିଲେ, ସେଦିନ ଥିଲା ଐତିହାସିକ ଦିନ

ନୂଆଦିଲ୍ଲୀ,୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜମ୍ମୁ ଏବଂ କଶ୍ମୀରର ରିଆସି ଜିଲାରେ ଚେନାବ ବ୍ରିଜ୍‌ର ଉଦଘାଟନ କରିଛନ୍ତି। ଏହି ବ୍ରିଜ୍‌ ଚେନାବ ନଦୀ ଉପରେ ନିର୍ମିତ ଏବଂ ଏହାକୁ ବିଶ୍ୱର ସର୍ବୋଚ୍ଚ ରେଳ ବ୍ରିଜ୍‌ ଭାବରେ ବିବେଚନା କରାଯାଏ। ଏହି ବ୍ରିଜ୍‌ ଉଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ସଂଯୋଗ ପ୍ରକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ପ୍ରଧାନମନ୍ତ୍ରୀ ମୋଦି ଚେନାବ ନଦୀ ଉପରେ ବିଶ୍ୱର ସର୍ବୋଚ୍ଚ ରେଳ ଆର୍ଚ ବ୍ରିଜ୍‌ରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଏହା କେବଳ ଏକ ଉଦଘାଟନ ସମାରୋହ ନ ଥିଲା। ଏହା ଏକ ଶକ୍ତିଶାଳୀ ପ୍ରତୀକ ଥିଲା – ଭାରତର ସାର୍ବଭୌମତ୍ୱ, ସ୍ବାବଲମ୍ବନ ଏବଂ ରଣନୈତିକ ଶକ୍ତିର। ଉଦଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ବିକାଶ ଏବଂ ବିଶ୍ୱାସର ପ୍ରତୀକ ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଜମ୍ମୁ କଶ୍ମୀର ହେଉଛି ଭାରତ ମାତାର ମୁକୁଟ। ଏହି ମୁକୁଟ ସୁନ୍ଦର ରତ୍ନରେ ଖଚିତ। ଏହି ବିଭିନ୍ନ ରତ୍ନ ହେଉଛି ଜମ୍ମୁ କଶ୍ମୀରର ଶକ୍ତି। ଏଠାକାର ପ୍ରାଚୀନ ସଂସ୍କୃତି, ଏଠାକାର ରୀତିନୀତି, ଏଠାକାର ଆଧ୍ୟାତ୍ମିକ ଚେତନା, ପ୍ରକୃତିର ସୌନ୍ଦର୍ଯ୍ୟ, ଏଠାକାର ଔଷଧି ଜଗତ, ଫଳ ଏବଂ ଫୁଲର ପ୍ରସାର, ଏଠାକାର ଯୁବକମାନଙ୍କ ଦକ୍ଷତା ଏକ ମୁକୁଟ ମଣି ପରି ଝଲସୁଛି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,ଏହି ଐତିହାସିକ ପ୍ରକଳ୍ପକୁ ସମାପ୍ତ କରିବା ସରକାରଙ୍କ ପାଇଁ ଗର୍ବର ବିଷୟ। ଆମ କାର୍ଯ୍ୟକାଳରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଗତି ମିଳିଥିଲା ଏବଂ ଆଜି ଆମେ ଏହାକୁ ବାସ୍ତବରେ ଦେଖୁଛୁ। ପ୍ରକଳ୍ପ ସମୟରେ ସମ୍ମୁଖୀନ ହୋଇଥିବା ଅସୁବିଧାକୁ ମନେ ପକାଇ ସେ କହିଛନ୍ତି, ପାହାଡ଼ରୁ ପଥର ଖସିବା, କଠୋର ପାଗ ପରିସ୍ଥିତି ଏବଂ ଦୁର୍ଗମ ରାସ୍ତା – ଏସବୁ ସତ୍ତ୍ୱେ, ଆମର ସରକାର କେବେ ହାର ମାନି ନ ଥିଲେ। ଆମେ ଚ୍ୟାଲେଞ୍ଜକୁ ଚ୍ୟାଲେଞ୍ଜ କରିବାର ପଥ ବାଛିଲୁ ଏବଂ ଜିତିଲୁ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କେନ୍ଦ୍ରରେ ଭାଜପା ସରକାରଙ୍କ ୧୧ ବର୍ଷ ପୂରଣ ହୋଇଛି ଏବଂ ଏହି ବର୍ଷଗୁଡ଼ିକ ଗରିବ କଲ୍ୟାଣ ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ସମ୍ପୂର୍ଣ୍ଣ ଭାବରେ ସମର୍ପିତ ହୋଇଛି। ଏକ ବିକଶିତ ଭାରତର ସ୍ବପ୍ନ ଯେତିକି ଶକ୍ତିଶାଳୀ, ସେତିକି ବଡ଼। ଆଜିର କାର୍ଯ୍ୟକ୍ରମ ଭାରତର ଏକତା ଏବଂ ଏହାର ଅଟଳ ଇଚ୍ଛାଶକ୍ତିର ଏକ ବିରାଟ ଉତ୍ସବ। ଆଜି ଉଦ୍‌ଘାଟିତ ଏବଂ ଶିଳାନ୍ୟାସ ହୋଇଥିବା ୪୬,୦୦୦ କୋଟି ଟଙ୍କାର ପ୍ରକଳ୍ପଗୁଡ଼ିକ ଜମ୍ମୁ ଏବଂ କଶ୍ମୀରର ବିକାଶକୁ ନୂତନ ଗତି ଦେବ।

ପହଲଗାମ ଆତଙ୍କବାଦୀ ଆକ୍ରମଣର ନିନ୍ଦା କରି ପ୍ରଧାନମନ୍ତ୍ରୀ ମୋଦି ସିଧାସଳଖ ପାକିସ୍ତାନ ଉପରେ ଆକ୍ରମଣ କରିଛନ୍ତି। ସେ କହିଛନ୍ତି, ଏହି ଆକ୍ରମଣ ମାଧ୍ୟମରେ ପାକିସ୍ତାନ କେବଳ ମାନବତା ନୁହେଁ ବରଂ କଶ୍ମୀରବାସୀଙ୍କ ଉପରେ ମଧ୍ୟ ଆକ୍ରମଣ କରିଛି। ପାକିସ୍ତାନର ଉଦ୍ଦେଶ୍ୟ ଥିଲା ଭାରତରେ ଅଶାନ୍ତି ପ୍ରସାର କରିବା ଏବଂ ଦଙ୍ଗା ସୃଷ୍ଟି କରିବା। ଏହା ଦେଶର ପର୍ଯ୍ୟଟନ ଶିଳ୍ପକୁ ଦୁର୍ବଳ କରିବାକୁ ଚାହୁଁଛି, ଯାହା ଦ୍ୱାରା ଜମ୍ମୁ ଏବଂ କଶ୍ମୀରର ଗରିବ ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହେବ। ଆତଙ୍କବାଦୀମାନେ ଆଦିଲ ନାମକ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ ମଧ୍ୟ ହତ୍ୟା କରିଛନ୍ତି, ଯିଏ ତାଙ୍କ ପରିବାର ପାଇଁ କଠିନ ପରିଶ୍ରମ କରୁଥିଲେ। ଏହା ପ୍ରମାଣ ଯେ ଆତଙ୍କବାଦ କେବଳ ନିର୍ଦ୍ଦୋଷଙ୍କୁ ଟାର୍ଗେଟ କରେ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ଜମ୍ମୁ ଏବଂ କଶ୍ମୀରର ଲୋକମାନେ ପାକିସ୍ତାନର ଏହି ଷଡ଼ଯନ୍ତ୍ର ବରୋଧରେ ଏକତ୍ରିତ ହୋଇଛନ୍ତି। ଉପତ୍ୟକାବାସୀ ଆତଙ୍କବାଦକୁ ଉଚିତ ଜବାବ ଦେବାକୁ ସଂକଳ୍ପ ନେଇଛନ୍ତି। କେବଳ ଏତିକି ନୁହେଁ, ଆତଙ୍କବାଦୀମାନେ ଏଠାରେ ସ୍କୁଲଗୁଡ଼ିକୁ ମଧ୍ୟ ପୋଡ଼ି ଦେଇଥିଲେ, କିନ୍ତୁ ଏବେ ଜନସାଧାରଣ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ, ସେମାନେ ଘୃଣାର ଏଜେଣ୍ଡାକୁ ଗ୍ରହଣ କରିବେ ନାହିଁ। ତାଙ୍କ ସରକାର ପ୍ରତ୍ୟେକ ପ୍ରକାରର ଆତଙ୍କବାଦକୁ ନିର୍ଣ୍ଣାୟକ ଜବାବ ଦେବ ଏବଂ ଜମ୍ମୁ-କଶ୍ମୀରକୁ ବିକାଶ ଏବଂ ଶାନ୍ତିର ନୂତନ ଶିଖରରେ ପହଞ୍ଚାଇବ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜିର ୬ ଜୁନ ତାରିଖ ଆମକୁ ସେହି ଐତିହାସିକ ରାତିର ମନେ ପକାଇ ଦିଏ। ଯେତେବେଳେ ଭାରତ ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପାକିସ୍ତାନ ‘ଅପରେଶନ ସିନ୍ଦୂର’ର ନାମ ଶୁଣିବ, ସେତେବେଳେ ସେ ଭାରତର ଶକ୍ତିକୁ ମନେ ପକାଇବ। ସେ କେବେ କଳ୍ପନା କରି ନ ଥିଲେ ଯେ ଭାରତ ତା’ର ଘରେ ପ୍ରବେଶ କରି ଆତଙ୍କବାଦର ଘାଟିଗୁଡ଼ିକୁ ନଷ୍ଟ କରିବ।
ପ୍ରଧାନମନ୍ତ୍ରୀ କହିଛନ୍ତି, ସାରା ବିଶ୍ୱ ଦେଖିଛି ଯେ ପାକିସ୍ତାନ ମନ୍ଦିର, ମସଜିଦ ଏବଂ ସ୍କୁଲଗୁଡ଼ିକରେ କିପରି ଗୁଳିବର୍ଷା କରିଥିଲା। ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ସମ୍ପ୍ରତି ସରକାରୀ ନିଯୁକ୍ତି ଦିଆଯାଇଛି। ଏହା ସହିତ, ଯେଉଁମାନଙ୍କର ଘର ଭାଙ୍ଗି ଯାଇଛି ସେମାନଙ୍କୁ ଆର୍ଥିକ ସହାୟତା ଦିଆଯାଇଛି। ଏବେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ଏହି ପୀଡିତ ପରିବାରଗୁଡ଼ିକୁ ଅଧିକ ସହାୟତା ଦିଆଯିବ। ଯେଉଁ ଘରଗୁଡ଼ିକ ଆଂଶିକ କ୍ଷତିଗ୍ରସ୍ତ ହୋଇଛି ସେମାନଙ୍କୁ ୧ ଲକ୍ଷ ଟଙ୍କା ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

୪୦୦ କେ.ଜି. ୟୁରାନିୟମ ଗଲା କୁଆଡେ, ଏବେ ହେବ କ’ଣ: ଚିନ୍ତାରେ ଆମେରିକା

ଓ୍ବାଶିଂଟନ,୨୫ା୬:ଇରାନର ୩ ନ୍ୟୁକ୍ଲିୟର ଫାସିଲିଟି ଉପରେ ଆମେରିକା ୬ଟି ବଙ୍କର ବଷ୍ଟର ବୋମା ପକାଇବା ପରେ ଏହାର ୪୦୦ କିଲୋଗ୍ରାମ ୟୁରାନିୟମର ହିସାବ ମିଳୁନାହିଁ। ଏହି...

ଶୌଚ ପାଇଁ ଯାଇଥିଲେ ଚାଷୀ, ବୁଦାମୂଳେ ଛକିଥିଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ମହାକାଳପଡ଼ା, ୨୫ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ):ନଦୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଜଣେ ଚାଷୀ କୁମ୍ଭୀର ଆକ୍ରମଣର ଶିକାର ହୋଇଛନ୍ତି। ଜୀବନ ବଞ୍ଚାଇବାକୁ ଯାଇ କୁମ୍ଭୀର...

ନିଟ୍‌ ପାଇଁ ହତ୍ୟା

ଭାରତରେ ପାଠପଢ଼ା ଚାପ ଯୋଗୁ ପିଲାଙ୍କ ଆତ୍ମହତ୍ୟା ଘଟଣା ବାରମ୍ବାର ଘଟିଚାଲିଛି। ବିଶେଷକରି ମେଡିକାଲ ଶିକ୍ଷା ଲାଗି ନିଜକୁ ପ୍ରସ୍ତୁତ କରୁଥିବା ଆଶାୟୀଙ୍କ କ୍ଷେତ୍ରରେ ଆତ୍ମହତ୍ୟା...

ବାସହୀନଙ୍କୁ ଜମି ଦେବେ ସରକାର: ଡିସେମ୍ବର ୩୧ ସୁଦ୍ଧା ଚିହ୍ନଟ ପାଇଁ ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୫ା୬ (ରବିନାରାୟଣ ଜେନା):ରାଜ୍ୟରେ ଜଣେ ହେଲେ ବି କେହି ବାସହୀନ ରହିବେ ନାହିଁ। ଏହି ଲକ୍ଷ୍ୟ ନେଇ ରାଜସ୍ବ ବିଭାଗ ପକ୍ଷରୁ ଏବେ ସ୍ବତନ୍ତ୍ର ପଦକ୍ଷେପ...

ଜୁଲାଇ ୧ରୁ ମହଙ୍ଗା ହେବ ଟ୍ରେନ୍‌ ଯାତ୍ରା

ନୂଆଦିଲ୍ଲୀ,୨୫ା୬:ଭାରତୀୟ ରେଲ୍‌ଓ୍ବେ ଜୁଲାଇ ୧ରୁ ଏହାର ଯାତ୍ରୀଭଡ଼ା ବଢ଼ାଇବାକୁ ଯାଉଛି। ବାତାନୁକୂଳିତ, ଅଣବାତାନୁକୂଳିତ ମେଲ୍‌, ଏକ୍ସପ୍ରେସ୍‌ ଏବଂ ୨ୟ ଶ୍ରେଣୀ ଟିକେଟ ଭଡ଼ା ସାମାନ୍ୟ ବୃଦ୍ଧି...

ଭାରତକୁ କାଳ ରୁଷୀୟ ତୈଳ: ଟ୍ରମ୍ପ କରୁଛନ୍ତି ବଡ଼ ଷଡଯନ୍ତ୍ର

ଓ୍ବାଶିଂଟନ,୨୫ା୬:ଆମେରିକା ସିନେଟ୍‌ରେ ଏକ ନୂଆ ବିଲ୍‌ ଅଣାଯାଇଛି, ଯାହା ବିଶ୍ୱବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ସାଙ୍କ୍‌ଶନିଂ ରୁଷିଆ ଆକ୍ଟ, ୨୦୨୫ ନାମକ ଏହି ବିଧେୟକ...

ଚୋରାଚାଲାଣ ହେଉଥିଲା କାଠ: ମାଡ଼ିବସିଲା ବନବିଭାଗ

ଦିଗପହଣ୍ଡି,୨୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନବିଭାଗ କର୍ମଚାରୀ ବୃନ୍ଦ ଜକର ପଞ୍ଚାୟତ ତେଣ୍ଟୁଆପଡା ଚୈତନ୍ୟ ପ୍ରସାଦ ଗ୍ରାମ ରାସ୍ତାରେ ଏକ କାଠ ବୋଝେଇ...

ଦାଦନ ଖଟିବାକୁ ଯାଇ ପଙ୍ଗୁ ହୋଇ ଫେରିଲେ: ସହାୟତା ପାଇଁ ଜିଲା ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ

ଲାଞ୍ଜିଗଡ଼, ୨୫ା୬ (ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଈପୁର ପଞ୍ଚାୟତ ହରିହରପୁର ଗାଁର ଦୁଷ୍ମନ୍ତ ଜାଲ (୩୦) ପରିବାର ପ୍ରତିପୋଷଣ ପାଇଁ କେରଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri