Posted inଜାତୀୟ

ରକ୍ଷାବନ୍ଧନରେ ଉତ୍ତର-ପୂର୍ବ ଭଉଣୀମାନଙ୍କୁ ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୨୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ମଣିପୁରକୁ ଏକ ନୂତନ ଉପହାର ଦେଇଛନ୍ତି। ପ୍ରତି ଘରକୁ ଜଳ ଯୋଗାଣ ମିଶନ ଆଧାରରେ ମୋଦି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମଣିପୁର ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।ଏହି ସମୟରେ ସେ ଜନତାଙ୍କୁ ସମ୍ବୋଧିତ କରିଥିଲେ। ମୋଦି ନିଜ ଅଭିଭାଷଣରେ କହିଛନ୍ତି, ଇମ୍ଫାଲ ସମେତ ମଣିପୁରର ଲକ୍ଷାଧିକ ଲୋକଙ୍କ ପାଇଁ ଓ ବିଶେଷ କରି ଆମର ଭଉଣୀମାନଙ୍କ ପାଇଁ ଆଜି ଏକ ବଡ଼ ଦିନ। ପ୍ରାୟ ୩୦୦୦ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ମଣିପୁର ଜଳ ଯୋଗାଣ ପ୍ରକଳ୍ପ ଦ୍ୱାରା ଏଠାକାର ଲୋକଙ୍କ ଜଳ ସମସ୍ୟା ହ୍ରାସ ହୋଇପାରିବ। ଏହି ପ୍ରକଳ୍ପ ଜରିଆରେ ଲକ୍ଷାଧିକ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧ ହୋଇପାରିବ। ସେ ଆହୁରି ମଧ୍ୟ କହିଛନ୍ତି କରୋନା ସଙ୍କଟରେ ଦେଶ ନା ଅଟକିଛି, ନା ବନ୍ଦ ହୋଇଛି ଓ ନା ଥକିଛି। ଯେପର୍ଯ୍ୟନ୍ତ ଭ୍ୟାକସିନ୍‌ ଆସିନାହିଁ, ସେପର୍ଯ୍ୟନ୍ତ ଆମକୁ ଦୃଢ଼ତାର ସହ ଲଢ଼ିବାକୁ ପଡ଼ିବ। ତେବେ ରକ୍ଷାବନ୍ଧନ ଉପଲକ୍ଷେ ଏହି ଜଳ ପ୍ରକଳ୍ପ ଉତ୍ତର-ପୂର୍ବ ଭଉଣୀମାନଙ୍କ ପାଇଁ ଏକ ଭେଟି ବୋଲି ମୋଦି କହିଛନ୍ତି। ଚଳିତ ବର୍ଷ ଦେଶରେ କରୋନା ଆତଙ୍କ ଖେଳାଇବା ପରେ ଏବେ ଉତ୍ତର ପୂର୍ବ ଭାରତରେ ପ୍ରବଳ ବର୍ଷା ରାଜ୍ୟରେ ବହୁ କ୍ଷତି ଘଟାଇଛି। ଏଥିରେ ଅନେକ ଲୋକ ବାସହରା ହୋଇଥିବା ବେଳେ ଅନେକଙ୍କ ଜୀବନ ହାନି ଘଟିଛି। ତେବେ ଏହି ବିପଦ ସମୟରେ କେନ୍ଦ୍ର ସରକାର ରାଜ୍ୟସରକାରଙ୍କ ସହ ଛିଡା ହୋଇଛନ୍ତି। ରାଜ୍ୟକୁ ଯଥାସମ୍ଭବ ସହାୟତା କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନଙ୍କୁ ସ୍ମୃତି ଇରାନୀଙ୍କ ସହାୟତା ଖବର ଗୁଜବ: ପି. ବିଜୟନ୍‌

ନୂଆଦିଲ୍ଲୀ,୧୦।୪: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନିଜ ସଂସଦୀୟ କ୍ଷେତ୍ର ଅମେଠିର ଦାଦନ ଶ୍ରମିକମାନଙ୍କୁ କେରଳର ଓ୍ବାୟନାଡ୍‌ରେ ସହଯୋଗର ହାତ ବଢ଼ାଇଥିବା ନେଇ କେତେକ ରିପୋର୍ଟ ବିଭିନ୍ନ...

ସଭାରେ ପୁଅଙ୍କ ନାଁ ଭୁଲିଗଲେ

କରହଲ,୧୮।୨: ଏବେ ସମସ୍ତ ନଜର ଉତ୍ତରପ୍ରଦେଶର କରହଲ ବିଧାନସଭା ଆସନ ଉପରେ। ଏହି ଆସନରୁ ସମାଜବାଦୀ ପାର୍ଟି (ସପା) ନେତା ଅଖିଳେଶ ଯାଦବ ନିର୍ବାଚନ ଲଢୁଛନ୍ତି।...

୨୦ରୁ ଆରମ୍ଭ ହେବ କର୍ତ୍ତାରପୁର କରିଡର ପାଇଁ ପଞ୍ଜୀକରଣ

ଚଣ୍ଡିଗଡ଼,୧୬।୧୦: କର୍ତ୍ତାରପୁର କରିଡର ଯାତ୍ରା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ଫର୍ମ ଜାରି କରିଯାଇଛି। ଏହାକୁ ତୀର୍ଥଯାତ୍ରୀ ଅନ୍‌ଲାଇନରେ ଆବେଦନ କରିପାରିବେ। ପାକିସ୍ତାନରେ...

ଗୋରୁ ଚୋରା ଚାଲାଣ ମାମଲା: ଇଡି ହେପାଜତରେ ଟିଏମସି ନେତା

କୋଲକାତା,୮।୩: ପଶ୍ଚିମବଙ୍ଗ ଗୋରୁ ଚୋରା ଚାଲାଣ ମାମଲାରେ ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି। ମଙ୍ଗଳବାର ଇଡି...

୬୦ ବର୍ଷ ତଳେ ଚାଇନା ନେଇଥିବା ଜମି ଫେରାଇ ଆଣିବେ ଭାରତ ସରକାର: ଭାଜପା ଏମ୍‌ପି…

ନୂଆଦିଲ୍ଲୀ,୨୦।୧୨ : ଚାଇନା ୬୦ ବର୍ଷ ତଳେ ନେଇଥିବା ଜମି ଭାରତ ସରକାର ଫେରାଇ ଆଣିବେ। ଭାଜପା ଏମ୍‌ପି ପ୍ରତାପ ପାଟିଲ ମଙ୍ଗଳବାର ଲୋକ ସଭାରେ...

ଏସବୁ ୫ ରାଜ୍ୟରେ ଜାରି ରହିଛି କରୋନା ମହାମାରୀ ତାଣ୍ଡବ

ନୂଆଦିଲ୍ଲୀ, ୬।୮: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ସ୍ଥିତି ଧୀରେଧୀରେ ସଙ୍କଟ ଜନକ ହେବାରେ ଲାଗିଛି। ଦେଶର ୫ଟି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା...

ମାଲାବାର ନୌସେନା ଅଭ୍ୟାସ: ବିକ୍ରମାଦିତ୍ୟ ସହ ଦେଖାଦେବ ଆମେରିକାର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧଜାହାଜ

ନୂଆଦିଲ୍ଲୀ,୭ ।୧୧: ପୂର୍ବ ଲଦ୍ଦାଖରେ ଭାରତ-ଚାଇନା ସୀମା ବିବାଦ ମଧ୍ୟରେ ଭାରତ, ଆମେରିକା, ଜାପାନ, ଓ ଅଷ୍ଟ୍ରେଲିଆ ମଧ୍ୟରେ ମାଲାବାର ନୌସେନା ଅଭ୍ୟାସର ଦ୍ୱିତୀୟ ପର୍ଯ୍ୟାୟ...

ମୁହଁ ଖୋଲିଲେ ନୀତିନ ଗଡ଼କରୀ…

ନୂଆଦିଲ୍ଲୀ, ୧୦।୨ : କର୍ନାଟକର ହିଜାବ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ ଆମେ ସମସ୍ତ ଧର୍ମକୁ ସମ୍ମାନ ଦେବା ଏବଂ ସମାଜରେ...

Advertisement
Archives

Model This Week