Posted inଜାତୀୟ

ମୋଦି ଖେଳିଲେ ଦଳିତ କାର୍ଡ: ମୀରାଙ୍କ ଘରେ ପିଇଲେ ଚା‘, ଭାଇରାଲ ହେଲା ଭିଡିଓ…

ଅଯୋଧ୍ୟା,୩୦।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅଯୋଧ୍ୟା ଗସ୍ତରେ ଅଛନ୍ତି। ଏଠାରେ ସେ ନୂତନ ଭାବେ ନିର୍ମିତ ଅଯୋଧ୍ୟା ଧାମ ରେଳ ଜଙ୍କସନର ଉଦଘାଟନ କରିଥିଲେ। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୀରା ମାଝୀଂଙ୍କ ଘରେ ଅଟକି ରହି ଚା ’ ପିଇଥିଲେ। ଏଭଳି କରି ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଦଳିତ କାର୍ଡ ଖେଳିଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମୀରା ମାଝୀଂ ଉଜ୍ୱାଲା ଯୋଜନାର ୧୦ କୋଟିତମ ହିତାଧିକାରୀ। ଅଯୋଧ୍ୟା ଧାମ ଜଙ୍କସନର ଉଦଘାଟନ କରିବା ପରେ ପିଏମ ମୋଦି ମୀରାଙ୍କ ଘରେ ଅଟକି ରହି ଚା ପିଇଥିଲେ। ସେ ପରିବାର ସଦସ୍ୟଙ୍କୁ ମଧ୍ୟ ଭେଟିଥିଲେ। ଏହି ସମୟ ମଧ୍ୟରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ସେଲଫି ନେଇଥିଲେ।
କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ସୋସିଆଲ ମିଡିଆ ପ୍ଲାଟଫର୍ମ ’ଏକ୍ସ’ରେ ପିଏମ ମୋଦିଙ୍କ ଭିଡିଓ ପୋଷ୍ଟ କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଉଜ୍ୱାଲା ଯୋଜନା ହିତାଧିକାରୀ ମୀରା ମାଝୀଂଙ୍କୁ ଭେଟି ଜାନୁଆରୀ ୨୨ରେ ରାମ ମନ୍ଦିରର ଉଦଘାଟନୀ ଉତ୍ସବ ପାଇଁ ତାଙ୍କୁ ନିମନ୍ତ୍ରଣ କରିଥିଲେ।

ଯେତେବେଳେ ପ୍ରଧାନମନ୍ତ୍ରୀ ମୀରା ମାଝୀଂଙ୍କୁ ଭେଟିବାକୁ ପହଞ୍ଚିିଥିଲେ, ସେଠାରେ ଅନେକ ପିଲା ଉପସ୍ଥିତ ଥିଲେ। ସେମାନେ ପ୍ରଧାନମନ୍ତ୍ରୀଙ୍କ ଅଟୋଗ୍ରାଫ ନେଇଥିଲେ ଏବଂ ତାଙ୍କ ସହ ସେଲଫି ମଧ୍ୟ ନେଇଥିଲେ।
ରାଜ୍ୟସଭା ଏମପି ବାବୁରାମ ନିଶାଦ କହିଛନ୍ତି ପ୍ରଧାନମନ୍ତ୍ରୀ ମୀରା ମାଝୀଂଙ୍କ ଘରକୁ ଯାଇ ମନ୍ଦିର ଉଦଘାଟନ ପାଇଁ ଆମନ୍ତ୍ରଣ କରିଥିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଲେ ମା’ କନକ ଦୁର୍ଗା

ଦେବଗଡ,୨୦।୩(ଶଶାଙ୍କ ଶେଖର ଝାଙ୍କର): ମଠ ସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତୀକ ନବରାତ୍ର ପୂଜା ଦ୍ୱିତୀୟ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ଚାଲିଛି। ଶୁକ୍ରବାର ମା’ କନକ…

ଲିଭ୍‌ ଇନ୍‌ରେ ରହୁଥିଲେ; ବାହାରେ ଜଗିଥିଲା ପୋଲିସ, ଭିତରେ ଘଟିଲା…

ପୁରୁଣା ଭୁବନେଶ୍ୱର/ପିପିଲି, ୨୦ା୩ (ସୁବାସ ଚନ୍ଦ୍ର ପ୍ରଧାନ/ଦୁର୍ଗାମାଧବ ମିଶ୍ର):ଲିଭ୍‌ ଇନ୍‌ରେ ରହୁଥିବା ଯୁବତୀଙ୍କ ଅଭିଯୋଗ ଆଧାରରେ ଗିରଫ କରିବା ପାଇଁ ଘର ବାହାରେ ପୋଲିସ ଜଗିଥିଲା, ହେଲେ…

ଇରାନ ବିବାଦ: ଟ୍ରମ୍ପଙ୍କ ନାଁ ନନେଇ ଏମିତି କହିଦେଲେ ମୋହନ ଭାଗବତ, ବିଶ୍ବକୁ ଦେଲେ ଶାନ୍ତିର ମନ୍ତ୍ର

ନୂଆଦିଲ୍ଲୀ,୨୦।୩: ଇରାନ-ଆମେରିକା ବିବାଦ ଭିତରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଛନ୍ତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ…

ରାଜ୍ୟ ସରକାରଙ୍କ ବଡ଼ ଆକ୍ସନ: ୨୫ ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌

ଭୁବନେଶ୍ୱର,୨୦ା୩: ଶିଳ୍ପାନୁଷ୍ଠାନ ଉପରେ ରାଜ୍ୟ ସରକାର ନେଇଛନ୍ତି କଡ଼ା ଆକ୍ସନ। ୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ସରକାର। ଜମି ନେଇ ଶିଳ୍ପ କରୁ…

ସରକାରଙ୍କ ନୂଆ ନିର୍ଦ୍ଦେଶ: ତେଲ-ଗ୍ୟାସ ବ୍ୟବହାର କରୁଥିବା କମ୍ପାନୀଗୁଡ଼ିକୁ କରିବାକୁ ପଡିବ ଏହି କାମ

ନୂଆଦିଲୀ,୨୦।୩: ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁ ସୃଷ୍ଟି ହୋଇଥିବା ବିଶ୍ୱ ଶକ୍ତି ସଙ୍କଟ ମଧ୍ୟରେ, ସରକାର ଦେଶ ମଧ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛନ୍ତି। ଏହି…

ଯୁଦ୍ଧ ମଧ୍ୟରେ ଆଡଭାଇଜରି ଜାରି କଲା DGCA: ଏହି ୯ଟି ଦେଶର ଆକାଶମାର୍ଗରେ ଯାତ୍ରା ନ କରିବାକୁ ପରାମର୍ଶ

ନୂଆଦିଲ୍ଲୀ,୨୦ା୩: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଯୁଦ୍ଧଗ୍ରସ୍ତ ଉପସାଗରୀୟ ଅଞ୍ଚଳରେ ୯ଟି ଦେଶର ଆକାଶମାର୍ଗକୁ ଏଡ଼ାଇବା ପାଇଁ ପରାମର୍ଶ ଦେଇଛି। ଏହି ଅଞ୍ଚଳରେ ଚାଲିଥିବା ସଂଘର୍ଷ…

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବେ ଛଅଟି ଦେଶ; ବିଶ୍ୱ ସାରାରେ ଖାଦ୍ୟ ସଙ୍କଟ ତୀବ୍ର ହୋଇପାରେ

ତେହାରାନ,୨୦।୩: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଆମେରିକା ଏବଂ ଇସ୍ରାଏଲର ଭୟଙ୍କର ଆକ୍ରମଣରୁ ପୂର୍ବରୁ ଜଳୁଥିବା ଏକ ମୋର୍ଚ୍ଚାରେ, ଇରାନ…

ବଢିଲା ଭାରତ-ଚାଇନା ସମେତ ଅନେକ ଦେଶର ଟେନସନ, ୫ ବର୍ଷ ପର୍ଯ୍ୟନ୍ତ ଗ୍ୟାସ ସପ୍ଲାଇ ଉପରେ ପଡ଼ିବ ପ୍ରଭାବ

ଦୋହା/ନୂଆଦିଲ୍ଲୀ,୨୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନ କେବଳ ଇସ୍ରାଏଲ ଏବଂ ଆମେରିକା ବିରୁଦ୍ଧରେ ଆକ୍ରମଣ ଆରମ୍ଭ କରୁନାହିଁ ବରଂ ଉପସାଗରୀୟ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ଟାର୍ଗେଟ କରୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri