Posted inଜାତୀୟ

ଲାଲଜୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୋଦି: ଉତ୍ତପ୍ରଦେଶରେ ୩ଦିନ ଯାଏଁ ପାଳନ ହେବ ରାଷ୍ଟ୍ରୀୟ ଶୋକ

ଭୋପାଳ,୨୧।୭: ମଧ୍ୟପ୍ରଦେଶ ରାଜ୍ୟପାଳ ତଥା ଭାଜପାର ବରିଷ୍ଠ ନେତା ଲାଲଜୀ ଟଣ୍ଡନଙ୍କ ଦେହାନ୍ତ ହୋଇଛି। ମଙ୍ଗଳବାର ସକାଳେ ଏନେଇ ତାଙ୍କ ପୁଅ ଆଶୁତୋଷ ଟଣ୍ଡନ ଟୁଇଟ କରି ସୂଚନା ଦେଇଛନ୍ତି। ତାଙ୍କ ନିଧନ ଖବର ଶୁଣି ବଡ଼ ବଡ଼ ନେତା ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଏନେଇ ମୋଦି ଟୁଇଟ ଜରିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏଥିସହ ସେ ଟୁଇଟରେ ଲେଖିଛନ୍ତି, ସାମାଜିକ ସେବା ପାଇଁ ଲାଲଜୀ ସର୍ବଦା ସ୍ମରଣୀୟ ହୋଇ ରହିବେ। ଉତ୍ତରପ୍ରଦେଶରେ ଭାଜପାକୁ ମଜବୁତ କରିବାରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଲୋକଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବା ସହ ତାଙ୍କର ଆଇନଗତ ସମ୍ବନ୍ଧରେ ଭଲ ଜ୍ଞାନ ଥିଲା ଏବଂ ସେ ଅଟଳଜୀଙ୍କ ସହ ଦୀର୍ଘ ସମୟ ବିତାଇଥିଲେ ବୋଲି ମୋଦି କହିଛନ୍ତି।

ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ବିଏସ୍‌ପି ମୁଖ୍ୟ ମାୟାବତୀ ମଧ୍ୟ ଲାଲଜୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ଏଥିସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସୂଚନାଯୋଗ୍ୟ, ଲାଲଜୀ ଦୀର୍ଘ ସମୟ ଧରି ରୋଗାଗ୍ରସ୍ତ ଥିଲେ। ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା ସହ କିଡନୀ ରୋଗରେ ଆକ୍ରାନ୍ତ ଥିବାରୁ ତାଙ୍କୁ ଜୁନ ୧୧ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଗତ ବର୍ଷ ଜୁଲାଇରେ ସେ ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ। କିନ୍ତୁ ଗତ ମାସରେ ତାଙ୍କୁ ସ୍ବାସ୍ଥ୍ୟାବସ୍ଥା ଅଧିକ ତାଙ୍କର କାର୍ଯ୍ୟଭାରକୁ ଆନନ୍ଦୀ ବେନ ପଟେଲଙ୍କୁ ଦିଆଯାଇଥିଲା। ଅପରପକ୍ଷେ ଲାଲଜୀଙ୍କ ଦେହାନ୍ତ ପରେ ଉତ୍ତରପ୍ରଦେଶରେ ୩ ଦିନ ଯାଏଁ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୯୫ ବର୍ଷରେ ପଦାର୍ପଣ କଲେ ଆଡଭାନୀ: ଶୁଭେଚ୍ଛା ଜଣାଇବାକୁ ତାଙ୍କ ଘରେ ପହଞ୍ଚିଲେ ମୋଦି

ନୂଆଦିଲ୍ଲୀ,୮।୧୧: ଭାରତୀୟ ଜନତା ଦଳର ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀ ଆଜି ୯୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ରାଜଧାନୀ ପବନରେ ଜହର,୭୫ ପ୍ରତିଶତରୁ ଅଧିକ ଛୋଟପିଲା ହେଉଛନ୍ତି ଶ୍ୱାସରୁଦ୍ଧ…

ନୂଆଦିଲ୍ଲୀ,୧୩।୧୦: ଶୀତ ଆରମ୍ଭ ହେବା ସହିତ ରାଜଧାନୀ ଦିଲ୍ଲୀର ବାୟୁ ମଣ୍ଡଳର ଗୁଣବତ୍ତାମାନ ପ୍ରତିବର୍ଷ ଖରାପ ହେବାକୁ ଲାଗିଥାଏ। ପବନରେ ଜହର ଯୋଗୁ ରାଜଧାନୀର ୭୫...

‘ଭାବି ନ ଥିଲି କେବେ ପ୍ରଧାନମନ୍ତ୍ରୀ ହେବି’

ନୂଆଦିଲ୍ଲୀ,୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ୭ ଅର୍ଥାତ୍‌ ଆଜି ତାଙ୍କର ସାମ୍ବିଧାନିକ ପଦବୀର ୨୦ବର୍ଷ ପୂରଣ କରିବାକୁ କରିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ୩୫...

ଦାମ୍‌ ବଢ଼ିଲା, ଚାହିଦା କମିଲା, ୧୫ ଦିନରେ ୧୦ ପ୍ରତିଶତ ହ୍ରାସ…

ନୂଆଦିଲ୍ଲୀ, ୧୬।୪ : ଦେଶରେ ପେଟ୍ରୋଲ ଡିଜେଲ ଦାମ୍‌ରେ ଲଗାତାର ବୃଦ୍ଧି ଜାରି ରହିଛି। ଦାମ୍‌ ବଢ଼ିବା ଯୋଗୁ ଗତ ୧୫ ଦିନ ମଧ୍ୟରେ ଦେଶରେ...

କୋଭିଡ-୧୯ ଭ୍ୟାକ୍ସିନର ଦ୍ୱିତୀୟ ଓ ବୁଷ୍ଟର ଡୋଜ ମଧ୍ୟରେ ଅନ୍ତର ୯ ମାସରୁ ୬ ମାସ କରିପାରନ୍ତି ସରକାର

ନୂଆଦିଲ୍ଲୀ,୨୮ ।୪: କେନ୍ଦ୍ର ସରକାର କୋଭିଡ-୧୯ ଭ୍ୟାକ୍ସିନର ଦ୍ୱିତୀୟ ଡୋଜ ଓ ବୁଷ୍ଟର ଡୋଜ ମଧ୍ୟରେ ଅନ୍ତର ୯ ମାସରୁ କମାଇ ୬ ମାସ କରିପାରନ୍ତି...

ପଞ୍ଜାବରେ ଫେରିଲା ରାତ୍ରିକାଳୀନ କର୍ଫ୍ୟୁ: ମାସ୍କ ନ ପିନ୍ଧିଲେ ହଜାରେ ଟଙ୍କା ଜରିମାନା

ଚଣ୍ଡିଗଡ଼,୨୫।୧୧: ଦିଲ୍ଲୀ-ଏନ୍‌ସିଆରରେ କରୋନାର ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବୁଧବାର ରାଜ୍ୟରେ ନୂଆ କଟକଣା ଜାରି କରିଛନ୍ତି...

କରୋନାକୁ ନେଇ ଡିଡିଏମଏ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨ ।୯: ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଡିଡିଏମଏ) ଗୁରୁବାର କରୋନା ସମୀକ୍ଷାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲା । ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କ...

ମାଓବାଦୀ ଅପରେଶନରେ ସୁବିଧା ପାଇଁ ଯବାନଙ୍କୁ ଦିଆଯିବ ଗୋଣ୍ଡି ଭାଷା ଶିକ୍ଷା

ରାୟପୁର,୧୭।୬: ଏଣିକି ମାଓବାଦୀ ଅପରେଶନ୍‌ରେ ନିୟୋଜିତ ଥିବା ଯବାନଙ୍କୁ ଗୋଣ୍ଡି ଭାଷା ଶିକ୍ଷା ଦିଆଯିବ। ମାଓବାଦୀମାନେ ଏହି ଜନଜାତି ଭାଷାରେ କଥାବାର୍ତ୍ତା ହେଉଥିବାରୁ ସେମାନଙ୍କ ଗତବିଧି...

Advertisement
Archives

Model This Week