Posted inଜାତୀୟ

ବିହାର ନିର୍ବାଚନ ପୂର୍ବରୁ ମୋଦି କଲେ ବଡ଼ ଘୋଷଣା, NDA ର ମୁଖ୍ୟମନ୍ତ୍ରୀ ଚେହେରା ହେବେ…

ନୂଆଦିଲ୍ଲୀ,୧୩।୨: ଆଗକୁ ଅଛି ବିହାର ନିର୍ବାଚନ। ଯାହାକୁ ନେଇ ସରଗରମ ହୋଇଛି ବିହାର ରାଜନୀତି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନଡିଏ ମେଣ୍ଟରେ ଅଛନ୍ତି। ତେବେ ଏହାରି ଭିତରେ ଆଗାମୀ ନିର୍ବାଚନରେ କିଏ ଏନଡିଏର ମୁଖ୍ୟମନ୍ତ୍ରୀ ଚେହେରା ହେବ ଏନେଇ ଭାଜପା ସ୍ପଷ୍ଟ କରିଛି।

ବିହାର ମୁଖ୍ୟମନ୍ତ୍ରୀ ଏବଂ ଜେଡିୟୁ ନେତା ନୀତିଶ କୁମାରଙ୍କ ନେତୃତ୍ୱରେ ଭାଜପା ପ୍ରସ୍ତାବିତ ବିଧାନସଭା ର୍ନିବାଚନ ଲଢ଼ିବ। ନୀତିଶ କୁମାର ଏନଡିଏର ମୁହଁ ହେବେ। ଭାଜପାର ଶୀର୍ଷ ସୂତ୍ର ଅନୁଯାୟୀ, ବିଧାନସଭା ର୍ନିବାଚନ କେବଳ ନୀତିଶ କୁମାରଙ୍କ ନେତୃତ୍ୱରେ ଲଢ଼ାଯିବ। ବର୍ତ୍ତମାନ ନୀତିଶ କୁମାରଙ୍କ ନେତୃତ୍ୱରେ ବିହାରରେ ଏନଡିଏ ସରକାର ଚାଲିଛି। ଆଉ ଏବେ ର୍ନିବାଚନ ପୂର୍ବରୁ, ଭାଜପା ନେତୃତ୍ୱ ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ ଦଳ କେବଳ ନୀତିଶ କୁମାରଙ୍କ ନେତୃତ୍ୱରେ ର୍ନିବାଚନ ଲଢ଼ିବ। ଆପଣଙ୍କୁ କହିରଖୁଛୁ ଯେ ପୂର୍ବରୁ ନୀତିଶ କୁମାର ଆରଜେଡି ସହିତ ସରକାର ଗଠନ କରିଥିଲେ, କିନ୍ତୁ ପରେ ନୀତିଶ କୁମାର ଭାଜପା ସହିତ ହାତ ମିଳାଇଥିଲେ। ଆରଜେଡି ବର୍ତ୍ତମାନ ବିଧାନସଭାରେ ବିରୋଧୀ ଦଳ ଅଛି।

କହିରଖୁଛୁ ଯେ, ନୀତିଶ କୁମାରଙ୍କର ପଟ ବଦଳାଇବାର ଇତିହାସ ଅଛି ଏବଂ ଏପର୍ଯ୍ୟନ୍ତ ସେ ଚାରି ଥର ଏପରି କରିସାରିଛନ୍ତି। ଏପରି ପରିସ୍ଥିତିରେ, ବିଧାନସଭା ର୍ନିବାଚନକୁ ଦୃଷ୍ଟିରେ ରଖି, ଭାଜପା କୌଣସି ରିସ୍କ ନେବାକୁ ଚାହୁଁନାହିଁ ଏବଂ ର୍ନିବାଚନ ପୂର୍ବରୁ ସ୍ପଷ୍ଟ କରିଦେଇଛି ଯେ ନୀତିଶ କୁମାର ଏନଡିଏର ଚେହେରା ହେବେ।

ନୀତିଶ କୁମାର ୨୦୧୩ରେ ଭାଜପା ସହିତ ତାଙ୍କର ୧୭ ବର୍ଷର ମେଣ୍ଟ ଭାଙ୍ଗି ପ୍ରଥମ ଥର ପାଇଁ ପକ୍ଷ ପରିବର୍ତ୍ତନ କରିଥିଲେ। ୨୦୧୫ରେ ସେ ଆରଜେଡି ସହିତ ମେଣ୍ଟ କରି ବିଧାନସଭା ର୍ନିବାଚନ ଲଢ଼ିଥିଲେ। କିନ୍ତୁ, ଆରଜେଡିର ତେଜସୱୀ ଯାଦବଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ସେ ୨୦୧୭ରେ ମେଣ୍ଟ ଭାଙ୍ଗି ଭାଜପାକୁ ଫେରି ଆସିଥିଲେ।

ସେ ୨୦୧୯ ଲୋକ ସଭା ଏବଂ ୨୦୨୦ ବିଧାନସଭା ର୍ନିବାଚନ ଭାଜପା ସହିତ ଲଢ଼ିଥିଲେ। ୨୦୨୨ ମସିହାରେ ସେ ପୁଣି ଥରେ ଏନଡିଏ ଛାଡି ଆରଜେଡି ସହିତ ହାତ ମିଳାଇଥିଲେ। ଜାନୁଆରୀ ୨୦୨୪ରେ, ସେ ପୁଣି ଥରେ ଆରଜେଡି ଛାଡି ଭାଜପା ସହିତ ରାଜ୍ୟରେ ସରକାର ଗଠନ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri