Posted inଜାତୀୟ

ବିହାର ନିର୍ବାଚନ ପୂର୍ବରୁ ମୋଦି କଲେ ବଡ଼ ଘୋଷଣା, NDA ର ମୁଖ୍ୟମନ୍ତ୍ରୀ ଚେହେରା ହେବେ…

ନୂଆଦିଲ୍ଲୀ,୧୩।୨: ଆଗକୁ ଅଛି ବିହାର ନିର୍ବାଚନ। ଯାହାକୁ ନେଇ ସରଗରମ ହୋଇଛି ବିହାର ରାଜନୀତି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନଡିଏ ମେଣ୍ଟରେ ଅଛନ୍ତି। ତେବେ ଏହାରି ଭିତରେ ଆଗାମୀ ନିର୍ବାଚନରେ କିଏ ଏନଡିଏର ମୁଖ୍ୟମନ୍ତ୍ରୀ ଚେହେରା ହେବ ଏନେଇ ଭାଜପା ସ୍ପଷ୍ଟ କରିଛି।

ବିହାର ମୁଖ୍ୟମନ୍ତ୍ରୀ ଏବଂ ଜେଡିୟୁ ନେତା ନୀତିଶ କୁମାରଙ୍କ ନେତୃତ୍ୱରେ ଭାଜପା ପ୍ରସ୍ତାବିତ ବିଧାନସଭା ର୍ନିବାଚନ ଲଢ଼ିବ। ନୀତିଶ କୁମାର ଏନଡିଏର ମୁହଁ ହେବେ। ଭାଜପାର ଶୀର୍ଷ ସୂତ୍ର ଅନୁଯାୟୀ, ବିଧାନସଭା ର୍ନିବାଚନ କେବଳ ନୀତିଶ କୁମାରଙ୍କ ନେତୃତ୍ୱରେ ଲଢ଼ାଯିବ। ବର୍ତ୍ତମାନ ନୀତିଶ କୁମାରଙ୍କ ନେତୃତ୍ୱରେ ବିହାରରେ ଏନଡିଏ ସରକାର ଚାଲିଛି। ଆଉ ଏବେ ର୍ନିବାଚନ ପୂର୍ବରୁ, ଭାଜପା ନେତୃତ୍ୱ ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ ଦଳ କେବଳ ନୀତିଶ କୁମାରଙ୍କ ନେତୃତ୍ୱରେ ର୍ନିବାଚନ ଲଢ଼ିବ। ଆପଣଙ୍କୁ କହିରଖୁଛୁ ଯେ ପୂର୍ବରୁ ନୀତିଶ କୁମାର ଆରଜେଡି ସହିତ ସରକାର ଗଠନ କରିଥିଲେ, କିନ୍ତୁ ପରେ ନୀତିଶ କୁମାର ଭାଜପା ସହିତ ହାତ ମିଳାଇଥିଲେ। ଆରଜେଡି ବର୍ତ୍ତମାନ ବିଧାନସଭାରେ ବିରୋଧୀ ଦଳ ଅଛି।

କହିରଖୁଛୁ ଯେ, ନୀତିଶ କୁମାରଙ୍କର ପଟ ବଦଳାଇବାର ଇତିହାସ ଅଛି ଏବଂ ଏପର୍ଯ୍ୟନ୍ତ ସେ ଚାରି ଥର ଏପରି କରିସାରିଛନ୍ତି। ଏପରି ପରିସ୍ଥିତିରେ, ବିଧାନସଭା ର୍ନିବାଚନକୁ ଦୃଷ୍ଟିରେ ରଖି, ଭାଜପା କୌଣସି ରିସ୍କ ନେବାକୁ ଚାହୁଁନାହିଁ ଏବଂ ର୍ନିବାଚନ ପୂର୍ବରୁ ସ୍ପଷ୍ଟ କରିଦେଇଛି ଯେ ନୀତିଶ କୁମାର ଏନଡିଏର ଚେହେରା ହେବେ।

ନୀତିଶ କୁମାର ୨୦୧୩ରେ ଭାଜପା ସହିତ ତାଙ୍କର ୧୭ ବର୍ଷର ମେଣ୍ଟ ଭାଙ୍ଗି ପ୍ରଥମ ଥର ପାଇଁ ପକ୍ଷ ପରିବର୍ତ୍ତନ କରିଥିଲେ। ୨୦୧୫ରେ ସେ ଆରଜେଡି ସହିତ ମେଣ୍ଟ କରି ବିଧାନସଭା ର୍ନିବାଚନ ଲଢ଼ିଥିଲେ। କିନ୍ତୁ, ଆରଜେଡିର ତେଜସୱୀ ଯାଦବଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ସେ ୨୦୧୭ରେ ମେଣ୍ଟ ଭାଙ୍ଗି ଭାଜପାକୁ ଫେରି ଆସିଥିଲେ।

ସେ ୨୦୧୯ ଲୋକ ସଭା ଏବଂ ୨୦୨୦ ବିଧାନସଭା ର୍ନିବାଚନ ଭାଜପା ସହିତ ଲଢ଼ିଥିଲେ। ୨୦୨୨ ମସିହାରେ ସେ ପୁଣି ଥରେ ଏନଡିଏ ଛାଡି ଆରଜେଡି ସହିତ ହାତ ମିଳାଇଥିଲେ। ଜାନୁଆରୀ ୨୦୨୪ରେ, ସେ ପୁଣି ଥରେ ଆରଜେଡି ଛାଡି ଭାଜପା ସହିତ ରାଜ୍ୟରେ ସରକାର ଗଠନ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ବନ୍ଦ ଘୋଷଣା କରି ଟ୍ରମ୍ପ କମାଉଛନ୍ତି ମୋଟା ଅଙ୍କର ଟଙ୍କା! ଜାଣିଲେ ଉଡିବ ହୋସ୍‌

ଓ଼୍ବାଶିଂଟନ,୨୪।୩: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଟ୍ରମ୍ପ ଇରାନକୁ 48 ଘଣ୍ଟାର ଅଲଟିମେଟମ ଦେଇଥିଲେ: ଶତ୍ରୁତା ବନ୍ଦ କର, ନଚେତ ଆମେରିକା ଇରାନର…

LPG ବୁକିଂ ନେଇ ଆସିଲା ନୂଆ ନିୟମ: ଗୋଟିଏ ମାସରେ କେତେ ଗ୍ୟାସ ସିଲିଣ୍ଡର ହୋଇପାରିବ ବୁକ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରତ୍ୟେକ ଘରକୁ ନିରବଚ୍ଛିନ୍ନ ଗ୍ୟାସ ଯୋଗାଣ ସୁନିଶ୍ଚିତ କରିବା ପାଇଁ, ସରକାର କିଛି ନିୟମ ସ୍ଥାପନ କରିଛନ୍ତି। ପ୍ରତ୍ୟେକ…

ଯୁଦ୍ଧ ସଙ୍କଟକୁ ନେଇ ରାଜ୍ୟ ସଭାରେ ଏମିତି କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୪।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଜ୍ୟ ସଭାରେ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ଭାରତର ରଣନୀତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ପଶ୍ଚିମ…

ଯୁଦ୍ଧ ଭିତରେ ଚାଷୀଙ୍କ ପାଇଁ ବଡ଼ ପଦକ୍ଷେପ ନେଲେ ମୋଦି ସରକାର, ଅଂଶୀଦାର ହେବେ ଚାଇନା, ରୁଷିଆ…

ନୂଆଦିଲ୍ଲୀ,୨୪।୩: ଆମେରିକା ଏବଂ ଇସ୍ରାଏଲ ସହିତ ଇରାନର ଚାଲିଥିବା ଯୁଦ୍ଧ ବିଶ୍ୱର ଅନେକ ଦେଶ ସହିତ ଭାରତକୁ ଏକ କଷ୍ଟକର ପରିସ୍ଥିତିରେ ପକାଇଛି। ପଶ୍ଚିମ ଏସିଆରେ ଦେଖାଦେଇଥିବା…

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ହତ୍ୟା….

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗରେ ପଢୁଥିବା ଜଣେ ୧୭…

ରେଳ ଟିକେଟ୍ ରିଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ, 8 ଘଣ୍ଟାରୁ କମ୍ ସମୟ ପୂର୍ବରୁ ବାତିଲ୍ କଲେ…..

ନୂଆଦିଲ୍ଲୀ,୨୪।୩: ଟିକେଟ କଳାବଜାର ରୋକିବା ପାଇଁ, ରେଳବାଇ ଏହାର ରିଫଣ୍ଡ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏବେ, ଯାତ୍ରୀମାନେ ଟିକେଟ୍ ବାତିଲ କରିବା ପରେ ଆଉ ସମ୍ପୂର୍ଣ୍ଣ…

ଯୁଦ୍ଧରେ ବଢି ଚାଲିଥିବା କ୍ଷତିକୁ ନେଇ ଚିନ୍ତାରେ ପଡ଼ିଗଲେଣି ଟ୍ରମ୍ପ, ଅନ୍ୟ ଉପରେ ଦୋଷ ଲଦି ଏହି ଦେଶକୁ ମନାଇବାକୁ କରୁଛନ୍ତି ପ୍ରୟାସ

ଓ୍ବାଶିଂଟନ,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅସ୍ବୀକାର ଅବସ୍ଥାରେ ବା ଡିନାୟଲ ମୋଡ୍‌ରେ ପ୍ରବେଶ କରିଛନ୍ତି। ସେ ନିଜ ଭୁଲର ଦୋଷ ଅନ୍ୟମାନଙ୍କ ଉପରେ ଲଦିବା…

ଧର୍ମ ପରିବର୍ତ୍ତନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ହିନ୍ଦୁ, ବୌଦ୍ଧ, ଶିଖ ଧର୍ମାବଲମ୍ବୀ…

ନୂଆଦିଲ୍ଲୀ,୨୪।୩: ଧର୍ମ ପରିବର୍ତ୍ତନ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି, ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri