ଜେଲେନସ୍କିଙ୍କ କାନ୍ଧରେ ହାତ ରଖି ମୋଦି କରିଦେଲେ ବଡ଼ ଘୋଷଣା! କାବା ହୋଇଗଲା ଋଷିଆ-ଆମେରିକା

କିଭ୍‌,୨୪।୮: ୟୁକ୍ରେନ ଏବଂ ପୋଲାଣ୍ଡ ଗସ୍ତ ପରେ ପ୍ରଧାନମନ୍ତ୍ରୀ ମୋଦି ଭାରତକୁ ଫେରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ସବୁଠାରୁ ବଡ଼ କଥା ହେଉଛି ଋଷିଆର ଦୁଇଟି ଶତ୍ରୁ ଦେଶକୁ ଏକକାଳୀନ ଗସ୍ତ କରି ମୋଦି ସମସ୍ତଙ୍କୁ ତାଜୁବ କରି ଦେଇଛନ୍ତି। ବିଶେଷ କରି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ କାନ୍ଧରେ ମୋଦି ଯେପରି ହାତ ରଖିଥିଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଲୋକମାନେ ଏହି ଫଟୋକୁ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଶେୟାର କରୁଛନ୍ତି।

ଶୁକ୍ରବାର ପୋଲାଣ୍ଡର ରାଜଧାନୀ ୱାର୍ସରୁ ଟ୍ରେନ ଯୋଗେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନର ରାଜଧାନୀ କିଭ୍‌ରେ ପହଞ୍ଚିଥିଲେ। ଏହାପରେ ୟୁକ୍ରେନ ରାଷ୍ଟ୍ରପତି ଏକ ସ୍ବାଗତ ଭାଷଣ ଦେଇଥିଲେ। ପରେ ଋଷିଆ-ୟୁକ୍ରେନ ଯୁଦ୍ଧରେ ପ୍ରାଣ ହରାଇଥିବା ପିଲାମାନଙ୍କ ସ୍ମୃତିରେ ସ୍ଥାପିତ ମ୍ୟୁଜିୟମ ଦେଖିବାକୁ ପ୍ରଧାନମନ୍ତ୍ରୀ ମୋଦି ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ପହଞ୍ଚିଥିଲେ, ସେତେବେଳେ ପରିବେଶ ଦୁଃଖଦାୟକ ହୋଇଥିଲା। ମୃତ ପିଲାଙ୍କ ଶ୍ରଦ୍ଧାଞ୍ଜଳି ଦେବାବେଳେ ମୋଦି ଭାବବିହ୍ବଳ ହୋଇ ଯାଇଥିଲେ। ଏହି ସମୟରେ ଜେଲେନସ୍କି ମଧ୍ୟ ଭାବପ୍ରବଣ ହୋଇଥିଲେ। ଏହି ସମୟରେ ମୋଦି ଜେଲେନସ୍କିଙ୍କ କାନ୍ଧରେ ହାତ ରଖି ୟୁକ୍ରେନ ରାଷ୍ଟ୍ରପତିଙ୍କୁ ସାନ୍ତ୍ୱନା ଦେଇଥିଲେ। ଯାହା ଭାଇରାଲ ହେବାରେ ଲାଗିଛି।

ରାଜନୀତି ବିଶେଷକରି କୂଟନୀତିରେ ରାଜନେତାଙ୍କ ଏପରି ହାବଭାବରେ ଡାଏଲଗ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଯେତେବେଳେ ୭୩ବର୍ଷିୟ ପ୍ରଦାନମନ୍ତ୍ରୀ ୪୬ବର୍ଷିୟ ଜେଲେନସ୍କିଙ୍କ କାନ୍ଧ ଉପରେ ହାତ ରଖିଲେ ସେତେବେଳେ ଦୁନିଆକୁ ଏକ ବଡ଼ ସନ୍ଦେଶ ମିଳିଥିଲା। ବିଶ୍ୱକୁ ଏହି ସୂଚନା ଗଲା ଯେ, ୟୁକ୍ରେନର ଏହି ବଦ ବିପଦ, ପୀଡା ଓ ଦୁଃଖ ମୂହୁର୍ତ୍ତରେ ଭାରତ ତା’ ପଛରେ ଛିଡା ହୋଇଛି। ମୋଦି ଯେତେବେଳେ ଜେଲେନସ୍କି କାନ୍ଧରେ ହାତ ରଖି ସାନ୍ତ୍ୱନା ଦେଉଥିଲେ ସେମାନେ ଏକ ଫଟୋ ଦେଖୁଥିଲେ। ତାହା ହେଉଛି ଋଷିଆ ଆକ୍ରମଣରେ ୟୁକ୍ରେନର ଏକ ସହର ଶ୍ମଶାନରେ ପରିଣତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri