Posted inଜାତୀୟ

ବିଶ୍ୱର ସବୁଠାରୁ ବଡ ଅଫିସ କମ୍ପ୍ଲେକ୍ସ ‘ଡାଇମଣ୍ଡ ବୋର୍ସ’ର ଉଦଘାଟନ କଲେ ମୋଦି

ସୁରଟ,୧୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୁଜୁରାଟର ସୁରଟରେ ବିଶ୍ୱର ସର୍ବବୃହତ ଅଫିସ କମ୍ପ୍ଲେକ୍ସର ଉଦଘାଟନ କରିଛନ୍ତି। ୬୭ବର୍ଗ ଫୁଟ ଉପରେ ବ୍ୟାପିଥିବା ଏହି କମ୍ପ୍ଲେକ୍ସ ସୁରଟ ଡାଇମଣ୍ଡ ବୋର୍ସ ନାମରେ ପରିଚିତ ହେବ। ଆନ୍ତର୍ଜାତୀୟ ହୀରା ଏବଂ ଅଳଙ୍କାର ବ୍ୟବସାୟ ପାଇଁ ଏହା ବିଶ୍ୱର ସର୍ବବୃହତ ଏବଂ ଆଧୁନିକ କେନ୍ଦ୍ର ହେବ।

ଏହା ବ୍ୟତୀତ ସେ ସୁରଟକୁ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟ ଉପହାର ଦେଇଛନ୍ତି। ଏହା ସୁରଟରେ ବାଣିଜ୍ୟ ଏବଂ ବ୍ୟବସାୟ ପାଇଁ ଏକ ବଡ଼ ଉତ୍ସ ଦେବ ବୋଲି ଆଶା କରାଯାଉଛି।
ଏହାପୂର୍ବରୁ ପିଏମଓ ଶନିବାର ଦିନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ରବିବାର ଗୁଜୁରାଟ ଯିବେ ଏବଂ ସେଠାରେ ସେ ସୁରଟରେ ଡାଇମଣ୍ଡ ବୋର୍ସର ଉଦଘାଟନ କରିବେ। ପିଏମଓ ସୂଚନାଅନୁଯାୟୀ, ହୀରା ଏବଂ ଅଳଙ୍କାରର ଆନ୍ତର୍ଜାତୀୟ ବ୍ୟବସାୟ ପାଇଁ ଏହା ବିଶ୍ୱର ସର୍ବବୃହତ ତଥା ଆଧୁନିକ କେନ୍ଦ୍ର ହେବ। ସୁରଟ ଡାଇମଣ୍ଡ ବୋର୍ସରେ ଉଭୟ ରଫ୍‌ ଏବଂ ପଲିସ ହୀରା କାରବାର ହେବ। ଆମଦାନୀ-ରପ୍ତାନି ପାଇଁ ଅତ୍ୟାଧୁନିକ କଷ୍ଟମ୍ସ କ୍ଲିୟରାନ୍ସ ହାଉସ, ଖୁଚୁରା ଅଳଙ୍କାର ବ୍ୟବସାୟ ପାଇଁ ଜୁଏଲାରୀ ମଲ, ଆନ୍ତର୍ଜାତୀୟ ବ୍ୟାଙ୍କିଙ୍ଗ ସୁବିଧା ଏବଂ ସେଫ ଭାଲ୍ଟ ଭଳି ସୁରଟ ଡାଇମଣ୍ଡ ବୋର୍ସର ସୁବିଧା ରହିଛି।
ସୁରଟ ଡାଇମଣ୍ଡ ବୁର୍ସର ନାମ ଗିନିଜ ବୁକ ଅଫ ୱାଲର୍‌ଡ ରେକର୍ଡରେ ପଞ୍ଜୀକୃତ ହୋଇସାରିଛି। ଏହା ହେଉଛି ବିଶ୍ୱର ସର୍ବବୃହତ କାର୍ଯ୍ୟାଳୟ ଭବନ। ଏହି କୋଠାଟି ୬୭ଲକ୍ଷ ବର୍ଗଫୁଟରେ ନିର୍ମିତ ଏବଂ ଏହାର ନିର୍ମାଣ ପାଇଁ ପ୍ରାୟ ୩୫୦୦କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ବିଲ୍ଡିଂରେ ପ୍ରାୟ ୪୫୦୦ ହୀରା ବାଣିଜ୍ୟ କାର୍ଯ୍ୟାଳୟ ଏକାସାଙ୍ଗରେ କାର୍ଯ୍ୟ କରିପାରିବ। ଏହି ସମଗ୍ର ବିଲ୍ଡିଂରେ ପ୍ରତ୍ୟେକଟି ୧୫ ମହଲା ବିଶିଷ୍ଟ ୯ଟି ଟାଓ୍ବାର ଅଛି। ଏଥିରେ ୩୦୦ ବର୍ଗଫୁଟରୁ ୧ ଲକ୍ଷ ବର୍ଗଫୁଟ ପର୍ଯ୍ୟନ୍ତ କାର୍ଯ୍ୟାଳୟ ନିର୍ମାଣ କରାଯାଇଛି । ଏହି ବିଲଡିଂକୁ ଭାରତୀୟ ଗ୍ରୀନ ବିଲଡିଂ କାଉନସିଲରୁ ପ୍ଲାଟିନମ ରେଟିଂ ମଧ୍ୟ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ୫୦ବର୍ଷର ରେକର୍ଡ ଭାଙ୍ଗିଲା ସୁନା, ଏତେ ଖସିଲା ଯେ ବିଶେଷଜ୍ଞ ହୋଇଗଲେ ତାଜୁବ!

ନୂଆଦିଲ୍ଲୀ,୨୪।୩: ବିଶ୍ୱ ବଜାରରେ ଚାଲିଥିବା ଅସ୍ଥିରତା ମଧ୍ୟରେ, ସୁନା ମୂଲ୍ୟ ନିବେଶକମାନଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଗତ 25 ଦିନ ମଧ୍ୟରେ ସୁନା ମୂଲ୍ୟରେ ହ୍ରାସ…

ଯୁଦ୍ଧ ବନ୍ଦ ଘୋଷଣା କରି ଟ୍ରମ୍ପ କମାଉଛନ୍ତି ମୋଟା ଅଙ୍କର ଟଙ୍କା! ଜାଣିଲେ ଉଡିବ ହୋସ୍‌

ଓ଼୍ବାଶିଂଟନ,୨୪।୩: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଟ୍ରମ୍ପ ଇରାନକୁ 48 ଘଣ୍ଟାର ଅଲଟିମେଟମ ଦେଇଥିଲେ: ଶତ୍ରୁତା ବନ୍ଦ କର, ନଚେତ ଆମେରିକା ଇରାନର…

LPG ବୁକିଂ ନେଇ ଆସିଲା ନୂଆ ନିୟମ: ଗୋଟିଏ ମାସରେ କେତେ ଗ୍ୟାସ ସିଲିଣ୍ଡର ହୋଇପାରିବ ବୁକ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରତ୍ୟେକ ଘରକୁ ନିରବଚ୍ଛିନ୍ନ ଗ୍ୟାସ ଯୋଗାଣ ସୁନିଶ୍ଚିତ କରିବା ପାଇଁ, ସରକାର କିଛି ନିୟମ ସ୍ଥାପନ କରିଛନ୍ତି। ପ୍ରତ୍ୟେକ…

ଯୁଦ୍ଧ ସଙ୍କଟକୁ ନେଇ ରାଜ୍ୟ ସଭାରେ ଏମିତି କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୪।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଜ୍ୟ ସଭାରେ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ଭାରତର ରଣନୀତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ପଶ୍ଚିମ…

ଯୁଦ୍ଧ ଭିତରେ ଚାଷୀଙ୍କ ପାଇଁ ବଡ଼ ପଦକ୍ଷେପ ନେଲେ ମୋଦି ସରକାର, ଅଂଶୀଦାର ହେବେ ଚାଇନା, ରୁଷିଆ…

ନୂଆଦିଲ୍ଲୀ,୨୪।୩: ଆମେରିକା ଏବଂ ଇସ୍ରାଏଲ ସହିତ ଇରାନର ଚାଲିଥିବା ଯୁଦ୍ଧ ବିଶ୍ୱର ଅନେକ ଦେଶ ସହିତ ଭାରତକୁ ଏକ କଷ୍ଟକର ପରିସ୍ଥିତିରେ ପକାଇଛି। ପଶ୍ଚିମ ଏସିଆରେ ଦେଖାଦେଇଥିବା…

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ହତ୍ୟା….

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗରେ ପଢୁଥିବା ଜଣେ ୧୭…

ରେଳ ଟିକେଟ୍ ରିଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ, 8 ଘଣ୍ଟାରୁ କମ୍ ସମୟ ପୂର୍ବରୁ ବାତିଲ୍ କଲେ…..

ନୂଆଦିଲ୍ଲୀ,୨୪।୩: ଟିକେଟ କଳାବଜାର ରୋକିବା ପାଇଁ, ରେଳବାଇ ଏହାର ରିଫଣ୍ଡ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏବେ, ଯାତ୍ରୀମାନେ ଟିକେଟ୍ ବାତିଲ କରିବା ପରେ ଆଉ ସମ୍ପୂର୍ଣ୍ଣ…

ଯୁଦ୍ଧରେ ବଢି ଚାଲିଥିବା କ୍ଷତିକୁ ନେଇ ଚିନ୍ତାରେ ପଡ଼ିଗଲେଣି ଟ୍ରମ୍ପ, ଅନ୍ୟ ଉପରେ ଦୋଷ ଲଦି ଏହି ଦେଶକୁ ମନାଇବାକୁ କରୁଛନ୍ତି ପ୍ରୟାସ

ଓ୍ବାଶିଂଟନ,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅସ୍ବୀକାର ଅବସ୍ଥାରେ ବା ଡିନାୟଲ ମୋଡ୍‌ରେ ପ୍ରବେଶ କରିଛନ୍ତି। ସେ ନିଜ ଭୁଲର ଦୋଷ ଅନ୍ୟମାନଙ୍କ ଉପରେ ଲଦିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri