ଗ୍ୟାରେଣ୍ଟି ଦେଲେ ମୋଦି: ମୋର ତୃତୀୟ କାର୍ଯ୍ୟକାଳରେ ଏହି ସ୍ବପ୍ନ ହେବ ପୂରଣ

ଆବୁଧାବି,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିକାଲି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଅଛନ୍ତି। ସେ ୟୁଏଇ ରାଜଧାନୀ ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିର ଉଦଘାଟନ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିବା ପାଇଁ ‘ଅହଲାନ ମୋଦି’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଠାରେ ପ୍ରଧାନମନ୍ତ୍ରୀ ମୋଦି ଭାରତ ଏବଂ ୟୁଏଇ ମଧ୍ୟରେ ଥିବା ସମ୍ପର୍କକୁ ପ୍ରଶଂସା କରିବା ସହ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଭାରତୀୟ ସମ୍ପ୍ରଦାୟକୁ ନିଜ ପରିବାର ବୋଲି କହିଥିଲେ। ଏଠାରେ ସେ ପୁଣି ଥରେ ଭାରତର ଅର୍ଥନୀତି ବିଷୟରେ ଗ୍ୟାରେଣ୍ଟି ଦେଇଛନ୍ତି।
ଭାରତ କେବେ ତିନି ନମ୍ବର ଅର୍ଥନୀତିରେ ପରିଣତ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦିକହିଛନ୍ତି?
ଏହି ମେଗା ସୋ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଭାରତର ଉଜ୍ଜ୍ୱଳ ଭବିଷ୍ୟତକୁ ନିଶ୍ଚିତ କରିବାକୁ ପ୍ରତିଶୃତି ଦେଇଛନ୍ତି ଏବଂ ଦାବି କରିଛନ୍ତି ଯେ, ତାଙ୍କ ସରକାରର ତୃତୀୟ କାର୍ଯ୍ୟକାଳରେ ଭାରତୀୟ ଅର୍ଥନୀତି ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ। ସେ କହିଛନ୍ତି, ପ୍ରତ୍ୟେକ ଭାରତୀୟଙ୍କ ସାମର୍ଥ୍ୟ ଉପରେ ମୋର ବିଶ୍ୱାସ ଥିବାରୁ ମୁଁ ନିଶ୍ଚିତ ଯେ ମୋର ତୃତୀୟ କାର୍ଯ୍ୟକାଳରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହେବ ଏବଂ ମୋଦିଙ୍କ ଗ୍ୟାରେଣ୍ଟି ଅର୍ଥ ହେଉଛି ଗ୍ୟାରେଣ୍ଟି ପୂରଣ କରିବା ପାଇଁ ଏକ ଗ୍ୟାରେଣ୍ଟି।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ଭାବେ ହଜିଗଲା ରାଷ୍ଟ୍ରପତିଙ୍କ ବିମାନ! କୁହାଯାଉଛି ପଳାୟନ ସମୟରେ ହୋଇଛି ମୃତ୍ୟୁ

ଦାମସକସ,୮।୧୨: ସମ୍ପ୍ରତି ସିରିଆରେ ଘଟିଥିବା ଘଟଣାରେ ବିଦ୍ରୋହୀ ଗୋଷ୍ଠୀ ରାଜଧାନୀ ଦାମସକସ ପର୍ଯ୍ୟନ୍ତ ପହଞ୍ଚିଛନ୍ତି, ଯାହା ପରେ ରାଷ୍ଟ୍ରପତି ବଶର ଅଲ-ଅସଦଙ୍କ ଦେଶ ଛାଡି ଚାଲିଯିବାର...

ଦେଶ ଛାଡି ପଳାୟନ କରୁଥିଲେ ରାଷ୍ଟ୍ରପତି, ବାଟରେ ବିମାନ ହେଲା କ୍ରାଶ୍‌! ଦେଖନ୍ତୁ ଭୟଙ୍କର ଚିତ୍ର

ଡାମାସକସ୍‌,୮।୧୨: ସିରିଆରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ବଡ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ, ସିରିଆ ରାଷ୍ଟ୍ରପତି ବାଶାର ଅଲ-ଅସଦଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।...

ମୁକ୍ତ ହେଲା ସିରିଆ…କେମିତି ଆଉ କିଏ କଲେ ଅସଦ ରାଜର ଅନ୍ତ!

ଦାମସକସ,୮।୧୨: ଅସଦ ଶାସନରୁ ସିରିଆ ବର୍ତ୍ତମାନ ମୁକ୍ତ ହୋଇଛି। ବିଦ୍ରୋହୀମାନେ ସିରିଆର ରାଜଧାନୀ ଦମିସ୍କକୁ କାବୁ କରିଛନ୍ତି। ସେନା ବିଦ୍ରୋହୀମାନଙ୍କ ନିକଟରେ ଆତ୍ମସମର୍ପଣ କରିଛି। ସିରିଆ...

ଦେଶ ଛାଡି ପଳାଇଲେ ସିରିଆ ରାଷ୍ଟ୍ରପତି, ଏହି କାରଣ ପାଇଁ ବଢୁଛି ଇସ୍ରାଏଲର ଚିନ୍ତା

ଦାମସକସ,୮।୧୨: ସିରିଆର ବିଦ୍ରୋହୀମାନେ ପୁଣି ଥରେ ସରକାରଙ୍କୁ ଅସୁବିଧାରେ ପକାଇବା ଆରମ୍ଭ କରିଛନ୍ତି। ରାଷ୍ଟ୍ରପତି ବଶର ଅଲ-ଅସଦ ଦେଶ ଛାଡିଥିବା ଖବର ରହିଛି। ସମସ୍ତ ଘଟଣାକ୍ରମ...

ଡାମାସ୍‌କସ୍‌ରେ ସିରିଆ ବିଦ୍ରୋହୀ

ଡାମାସ୍‌କସ୍‌୮।୧୨: ସିରିଆର ବିଦ୍ରୋହୀ ଯୋଦ୍ଧାମାନେ ଶନିବାର ରାତିରେ ରାଷ୍ଟ୍ରପତି ବଶର ଅଲ୍‌-ଅସାଦ ରହୁଥିବା ରାଜଧାନୀ ଡାମାସ୍‌କସ୍‌ର କେତେକ ଉପନଗରରେ ପହଞ୍ଚତ୍ ଯାଇଛନ୍ତି। ଇତିମଧ୍ୟରେ ବିଦ୍ରୋହୀମାନେ ଦାରା...

ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ମିଳୁଛି ସ୍ମୋକିଂ ବ୍ରେକ୍‌

ବ୍ରିସ୍‌ବେନ: ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡସ୍ଥିତ ଆରେଥୁସା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଜବ ନିୟମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ବିଦ୍ୟାଳୟ ନିଜ ଛାତ୍ରୀଛାତ୍ରମାନଙ୍କୁ ଧୂମପାନ କରିବାକୁ...

ପାକିସ୍ତାନରେ ଇତିହାସ ରଚିଲେ ହିନ୍ଦୁ ଅଧିକାରୀ

ଇସଲାମାବାଦ,୭।୧୨: ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଦକ୍ଷ ଯୁବକ ଯୁବତୀ, ବିଶେଷକରି ହିନ୍ଦୁ ସମ୍ପ୍ରଦାୟ, ପ୍ରତିବନ୍ଧକ ଭାଙ୍ଗି ବଡ଼ ସଫଳତା ହାସଲ କରୁଛନ୍ତି। ରାଜେନ୍ଦ୍ର ମେଘୱାର ସେମାନଙ୍କ...

ବାଂଲାଦେଶରେ ହିନ୍ଦୁ ମନ୍ଦିରରେ ଲଗାଇ ଦେଲେ ନିଆଁ, ଜଳିଗଲା ଅନେକ ମୂର୍ତ୍ତି!

ଢାକା,୭।୧୨: ବାଂଲାଦେଶରେ ହିନ୍ଦୁମାନଙ୍କୁ ନିରନ୍ତର ଟାର୍ଗେଟ କରାଯାଉଛି। ହିନ୍ଦୁମାନଙ୍କ ଘର ଜାଳିବା ବ୍ୟତୀତ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ଘଟଣା ମଧ୍ୟ ଅନେକ ଥର ସାମ୍ନାକୁ ଆସିଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri