Posted inଜାତୀୟ

ମୋଦି ସରକାର କରିଛନ୍ତି ଦେଶଦ୍ରୋହ, ଚୌକିଦାର ହିଁ ଗୁପ୍ତଚର, ରାହୁଲଙ୍କ ଅଭିଯୋଗ…

ନୂଆଦିଲ୍ଲୀ, ୨୯।୧ : ପେଗାସସ ଗୁପ୍ତଚରୀ ମାମଲା ସମ୍ପର୍କରେ ଆମେରିକୀୟ ଖବରକାଗଜ ନ୍ୟୁୟର୍କ ଟାଇମ୍ସାରେ ଖବର ଉପରେ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଆରମ୍ଭ ହୋଇଛି। ରାହୁଲ ଗାନ୍ଧୀ ଟୁଇଟ କରି କହିଛନ୍ତି ଯେ ମୋଦି ସରକାର ଦେଶଦ୍ରୋହ କରିଛନ୍ତି।

ଆମେରିକାର ଖବରକାଗଜ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ୨୦୧୭ରେ ଯେତେବେଳେ ପ୍ରଧାନମନ୍ତ୍ରୀ ଇସ୍ରାଏଲ ଗସ୍ତରେ ଯାଇଥିଲେ ସେତେବେଳେ ଦୁଇ ବିଲିୟନ ଡଲାର ମୂଲ୍ୟର ପ୍ରତିରକ୍ଷା ଚୁକ୍ତି କରାଯାଇଥିଲା। ଏହି ଡିଲରେ ପେଗାସସ ବିଷୟରେ ମଧ୍ୟ ଏକ ଚୁକ୍ତି ହୋଇଥିଲା।

ରାହୁଲ କହିଛନ୍ତି ଆମ ଗଣତନ୍ତ୍ରର ପ୍ରାଥମିକ ଅନୁଷ୍ଠାନ, ରାଜନେତା ତଥା ଜନସାଧାରଣଙ୍କ ଉପରେ ଗୁପ୍ତଚରୀ କରିବା ପାଇଁ ମୋଦି ସରକାର ପେଗାସସ କିଣିଛନ୍ତି। ଫୋନକୁ ଟ୍ୟାପ କରି ଶାସକ ଦଳ, ବିରୋଧୀ ଦଳ, ସେନା, ନ୍ୟାୟପାଳିକା ସମସ୍ତଙ୍କୁ ଟାର୍ଗେଟ କରାଯାଇଛି। ଏହା ଦେଶଦ୍ରୋହ। ଚୌକିଦାର ହିଁ ଗୁପ୍ତଚର ପାଲଟିଛନ୍ତି ବୋଲି ରାହୁଲ କହିଛନ୍ତି।

ଏଥି ସହ ରାଜ୍ୟ ସଭା ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ଟୁଇଟ କରି କହିଛନ୍ତି ଯେ ମୋଦି ସରକାର କାହିଁକି ଭାରତର ଶତ୍ରୁ ଭଳି କାର୍ଯ୍ୟ କରିଛନ୍ତି ? ଭାରତୀୟ ନାଗରିକଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ଯୁଦ୍ଧ ଅସ୍ତ୍ର କାହିଁକି ବ୍ୟବହାର କରିଛନ୍ତି? ବୋଲି ସେ ପ୍ରଶ୍ନ କରିଛନ୍ତି। ପେଗାସସ ବ୍ୟବହାର ବେଆଇନ। ଗୁପ୍ତଚର ହେଉଛି ଦେଶଦ୍ରୋହ। କେହି ଆଇନଠାରୁ ଉ ର୍ଦ୍ଧ୍ୱରେ ନାହାଁନ୍ତି। ଏହି ମାମଲାରେ ନ୍ୟାୟ ନିଶ୍ଚିତ ହେବ ବୋଲି ଆମର ବିଶ୍ୱାସ ରହିଛି।

ଭାଜପାର ବିଦ୍ରୋହୀ ଏମ୍‌ପି ସୁବ୍ରମଣ୍ୟମ ସ୍ବାମୀ କହିଛନ୍ତି ଯେ ନ୍ୟୁୟର୍କ ଟାଇମ୍ସର ପ୍ରକାଶନକୁ ମୋଦୀ ସରକାର ପ୍ରତ୍ୟାଖ୍ୟାନ କରିବା ଉଚିତ। ଇସ୍ରାଏଲ କମ୍ପାନୀ ଏନ୍‌ଏସ୍‌ଓ ପେଗାସସ କୁ ୩୦୦କୋଟିରେ ବିକ୍ରି କରିଛି। ସରକାର ସୁପ୍ରିମକୋର୍ଟ ଏବଂ ସଂସଦକୁ ବିଭ୍ରାନ୍ତ କରିଥିବା ଜଣାପଡିଛି। ଏହା କଣ ୱାଟରଗେଟ? ବୋଲି ସେ ପ୍ରଶ୍ନ କରିଛନ୍ତି।

ଗତ ବର୍ଷ ଅକ୍ଟୋବରରେ ସୁପ୍ରିମକୋର୍ଟ ଏକ ବିଶେଷଜ୍ଞ କମିଟି ଗଠନ କରି ଇସ୍ରାଏଲର ଗୁପ୍ତଚର ପେଗାସସ ମାଧ୍ୟମରେ ଭାରତୀୟ ନାଗରିକଙ୍କ ଗୁପ୍ତଚର ମାମଲାର ଯାଞ୍ଚ କରିଥିଲେ। କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମ ଗୋଷ୍ଠୀର ଏକ ସଙ୍ଗଠନ ଦାବି କରିଛନ୍ତି ଯେ ପେଗାସସକୁ ବହୁ ଭାରତୀୟ ରାଜନେତା, ମନ୍ତ୍ରୀ, ସାମାଜିକ କାର୍ଯ୍ୟକର୍ତ୍ତା, ବ୍ୟବସାୟୀ ଏବଂ ସାମ୍ବାଦିକଙ୍କ ବିରୋଧରେ ବ୍ୟବହାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri