Posted inଜାତୀୟ

ମୁଣ୍ଡ ନୁଆଇଁ, ହାତଯୋଡି କୃଷକଙ୍କ ସହ କଥା ହେବାକୁ ପ୍ରସ୍ତୁତ ସରକାର: ମୋଦି

ନୂଆଦିଲ୍ଲୀ,୧୮ ।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଲଗାତାର ୨୩ ଦିନ ହେବ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ଜରିଆରେ ଶୁକ୍ରବାର ମଧ୍ୟପ୍ରଦେଶର କୃଷକମାନଙ୍କ ସହ କଥା ହୋଇଛନ୍ତି । ବିରୋଧୀକୁ ଟାର୍ଗେଟ କରି ମୋଦି କହିଛନ୍ତି ଯେଉଁ କାମ ୨୫ ବର୍ଷ ପୂର୍ବରୁ ହେବାର ଥିଲା ତାହା ଏବେ କରାଯାଇଛି । କୃଷକଙ୍କ ସେହି ଦାବିକୁ ପୂରଣ କରାଯାଇଛି ଯାହା ବର୍ଷ ବର୍ଷ ହେଲା ପଡି ରହିଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେଉଁମାନଙ୍କର ରାଜନୈତିକ ପୃଷ୍ଠଭୂମି ଭୂଷୁଡି ପଡିଛି ସେମାନେ ଆଜି କୃଷକଙ୍କୁ ଭୟଭୀତ କରାଉଛନ୍ତି । ସେ କହିଛନ୍ତି ଆମେ କୃଷକଙ୍କୁ ଦେଢଗୁଣା ଏମ୍‌ଏସ୍‌ପି ଦେଇଛୁ ହେଲେ କଂଗ୍ରେସ ଦ୍ୱାରା କରାଯାଇଥିବା ଋଣଛାଡ ଏକ ପ୍ରହସନ ଥିଲା । ଏହାର ଫାଇଦା କେବଳ କଂଗ୍ରେସର ଭାଇବନ୍ଧୁ ଓ ପାଖଲୋକଙ୍କୁ ମିଳିଥିଲା । ମୋଦି ଆହୁରି ମଧ୍ୟ କହିଛନ୍ତି ବିରୋଧୀଙ୍କୁ ଏଥିପାଇଁ କଷ୍ଟ ହେଉଛି ଯେ ମୋଦି କେମିତି କୃଷି ଆଇନରେ ସୁଧାର ଆଣିପାରିଲେ । ଆପଣ ମୋତେ କ୍ରେଡିଟ ନ ଦିଅନ୍ତୁ, ହେଲେ ମୁଁ କେବଳ କୃଷକଙ୍କ ଭଲ ଚାହୁଁଛି । କିନ୍ତୁ କୃଷକଙ୍କ କାନ୍ଧରେ ବନ୍ଧୁକ ରଖି ଶିକାର କରାଯାଉଛି । ଯଦି ଏବେବି କୃଷକ ଭାଇଙ୍କ ମନରେ କିଛି ଆଶଙ୍କା ରହିଛି, ତେବେ ସରକାର ମୁଣ୍ଡ ନୁଆଇଁ, ହାଇଯୋଡି ସବୁ ବିଷୟକୁ ନେଇ କଥା ହେବାକୁ ପ୍ରସ୍ତୁତ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Shubman Gill: ଟିମ୍ ଇଣ୍ଡିଆର ବଡ଼ ନିଷ୍ପତ୍ତି, ପ୍ଲେଇଂ ଇଲେଭେନରୁ ବିଦା ହେଲେ ଶୁଭମନ ଗିଲ୍

ନୂଆଦିଲ୍ଲୀ,୧୭ା୧୨: ଭାରତୀୟ କ୍ରିକେଟ୍ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି-୨୦ ପାଇଁ ଶୁଭମନ ଗିଲଙ୍କୁ ପ୍ଲେଇଂ ଇଲେଭେନରୁ...

୪ମାସ ପର୍ଯ୍ୟନ୍ତ ଦେବାକୁ ପଡିବନି ଟୋଲ ଟାକ୍ସ!

ନୂଆଦିଲ୍ଲୀ,୧୭।୧୨: ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ବୃଦ୍ଧି ପାଉଛି। ପ୍ରଦୂଷଣକୁ ଦୃଷ୍ଟିରେ ରଖି, ସୁପ୍ରିମକୋର୍ଟ ଭାରତୀୟ ମହାନଗର ନିଗମ (ଏମସିଡି)କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri