‘ପାରମ୍ପରିକ ଭାରତୀୟ ଔଷଧର ଆଧୁନିକୀକରଣ’

ନୂଆଦିଲ୍ଲୀ,୨।୮ ଦେଶର ପ୍ରମୁଖ ଘରୋଇ ଅନୁଷ୍ଠାନ ‘ପତଞ୍ଜଳି ଅନୁସନ୍ଧାନ ଫାଉଣ୍ଡେଶନ’ ହରିଦ୍ୱାରର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବର୍ତ୍ତମାନର ଚିକିତ୍ସା ବ୍ୟବସ୍ଥାକୁ ‘ପାରମ୍ପରିକ ଭାରତୀୟ ଔଷଧର ଆଧୁନିକୀକରଣ’ ଶୀର୍ଷକ ବିଷୟବସ୍ତୁକୁ ନେଇ ଏକ ୪ ଦିନିଆ ଜାତୀୟ ସ୍ତରର କର୍ମଶାଳା ସୋମବାରଠାରୁ ଆରମ୍ଭ ହୋଇଯାଇଛି। ଏହି ଅବସରରେ ପତଞ୍ଜଳି ଯୋଗପୀଠର ପ୍ରମୁଖ ଯୋଗଗୁରୁ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଳକୃଷ୍ଣାଙ୍କ ଦ୍ୱାରା ଉକ୍ତ କର୍ମଶାଳାର ଉଦଘାଟନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ବରିଷ୍ଠ ବୈଜ୍ଞାନିକ ଓ କୃଷି ବିଶେଷଜ୍ଞଙ୍କ ସମେତ ବିଭିନ୍ନ ବର୍ଗର ଅଭିଜ୍ଞ ଏବଂ ଜଣାଶୁଣା ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ସମ୍ମିଳନୀର ପ୍ରଥମ ଅଧିବେଶନରେ ଅତିଥି ଏବଂ ଅଂଶଗ୍ରହଣକାରୀମାନେ ସ୍ବାମୀ ରାମଦେବଙ୍କର ଆଶୀର୍ବାଦ ଏବଂ ମାର୍ଗଦର୍ଶନ ମଧ୍ୟ ଗ୍ରହଣ କରିଥିଲେ। ସେହିଭଳି ସମୃଦ୍ଧ ଭାରତ ସହ ଏକ ସୁସ୍ଥ, ସୁଖୀ ଏବଂ ସମୃଦ୍ଧ ବିଶ୍ୱ ଗଠନ ପାଇଁ ପତଞ୍ଜଳି ପ୍ରତିବଦ୍ଧ ରହିଛି। ଉଚ୍ଚସ୍ତରୀୟ ତଥ୍ୟ ପ୍ରମାଣଭିତ୍ତିକ ଅନୁସନ୍ଧାନ କ୍ଷେତ୍ରରେ ଜାତୀୟ ସ୍ତରରେ ମଧ୍ୟ ପତଞ୍ଜଳିର ଅବଦାନ ରହିଛି। ସେହିପରି କର୍ମଶାଳାର ପ୍ରାରମ୍ଭରେ ଉପସ୍ଥିତ ଅତିଥି ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ଏକ ଔଷଧୀୟ ଗବେଷଣାତ୍ମକ ପୁସ୍ତକର ଉନ୍ମୋଚନ କରାଯାଇଥିଲା। ଏ ସମ୍ପର୍କରେ ଆଚାର୍ଯ୍ୟ ବାଲକ୍ରିଷ୍ଣା କହିଛନ୍ତି, ଉକ୍ତ ଗବେଷଣାତ୍ମକ ପୁସ୍ତକରେ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ପଦ ରଚନା କରାଯାଇଛି ଏବଂ ବିଶ୍ୱ ଚିକିତ୍ସା ସଂକେତର ଏକ ଲକ୍ଷରୁ ଅଧିକ ପୃଷ୍ଠା ପ୍ରସ୍ତୁତ କରାଯାଇଛି। ସେହିପରି କୃଷିର ବିକାଶ ପାଇଁ ମଧ୍ୟ ପତଞ୍ଜଳି ପକ୍ଷରୁ ବିକଶିତ କରାଯାଇଥିବା କୃଷି କିଟ୍‌ ଓ ଆପର ମଧ୍ୟ ଶୁଭାରମ୍ଭ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବାବା ରାମଦେବ କହିଛନ୍ତି, ପତଞ୍ଜଳିର ବିଭିନ୍ନ ଆକାର ଏବଂ ରୂପ ସମଗ୍ର ବିଶ୍ୱ ଅନୁଭବ କରୁଛି। ବରିଷ୍ଠ କୃଷି ବୈଜ୍ଞାନିକମାନଙ୍କୁ ସମ୍ବୋଧିତ କରିବା ବେଳେ ସେ କହିଥିଲେ ଯେ ଭଲ କାର୍ଯ୍ୟକୁ ନିରନ୍ତର ପ୍ରଶଂସା କରାଯିବା ଉଚିତ ଏବଂ ତ୍ରୁଟି ସୁଧାରିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି। ଜୈବିକ ଚାଷ ମାଧ୍ୟମରେ କୃଷକମାନଙ୍କୁ ତାଲିମ ପ୍ରଦାନ ପାଇଁ ଭାରତ ସରକାରଙ୍କ ଉଦ୍ୟମକୁ ବାବା ପ୍ରଶଂସା କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ତାଲିମ ପ୍ରାପ୍ତ ୪୦ ହଜାର କୃଷକଙ୍କ ମଧ୍ୟରୁ ୮୦% ଜୈବିକ ଚାଷ ଉପରେ ନିର୍ଭର କରି ଆୟ ବୃଦ୍ଧି କରିଛନ୍ତି। ଉକ୍ତ ସମ୍ମିଳନୀରେ ପ୍ରାୟ ୨୧ଟି ଦେଶର ହଜାର ହଜାର ଅଂଶଗ୍ରହଣକାରୀ ଉଭୟ ଅନଲାଇନ୍‌ ଏବଂ ଅଫଲାଇନରେ ଅଂଶଗ୍ରହଣ କରିଥିଲେ। ପତଞ୍ଜଳି ଆୟୁର୍ବେଦ କଲେଜ, ପତଞ୍ଜଳି ବିଶ୍ୱବିଦ୍ୟାଳୟ, ପତଞ୍ଜଳି ଅନୁସନ୍ଧାନ ପ୍ରତିଷ୍ଠାନ ପକ୍ଷରୁ ଏଭଳି ଏକ ଜାତୀୟସ୍ତରର କର୍ମଶାଳାର ଆୟୋଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri