‘ପାରମ୍ପରିକ ଭାରତୀୟ ଔଷଧର ଆଧୁନିକୀକରଣ’

ନୂଆଦିଲ୍ଲୀ,୨।୮ ଦେଶର ପ୍ରମୁଖ ଘରୋଇ ଅନୁଷ୍ଠାନ ‘ପତଞ୍ଜଳି ଅନୁସନ୍ଧାନ ଫାଉଣ୍ଡେଶନ’ ହରିଦ୍ୱାରର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବର୍ତ୍ତମାନର ଚିକିତ୍ସା ବ୍ୟବସ୍ଥାକୁ ‘ପାରମ୍ପରିକ ଭାରତୀୟ ଔଷଧର ଆଧୁନିକୀକରଣ’ ଶୀର୍ଷକ ବିଷୟବସ୍ତୁକୁ ନେଇ ଏକ ୪ ଦିନିଆ ଜାତୀୟ ସ୍ତରର କର୍ମଶାଳା ସୋମବାରଠାରୁ ଆରମ୍ଭ ହୋଇଯାଇଛି। ଏହି ଅବସରରେ ପତଞ୍ଜଳି ଯୋଗପୀଠର ପ୍ରମୁଖ ଯୋଗଗୁରୁ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଳକୃଷ୍ଣାଙ୍କ ଦ୍ୱାରା ଉକ୍ତ କର୍ମଶାଳାର ଉଦଘାଟନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ବରିଷ୍ଠ ବୈଜ୍ଞାନିକ ଓ କୃଷି ବିଶେଷଜ୍ଞଙ୍କ ସମେତ ବିଭିନ୍ନ ବର୍ଗର ଅଭିଜ୍ଞ ଏବଂ ଜଣାଶୁଣା ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ସମ୍ମିଳନୀର ପ୍ରଥମ ଅଧିବେଶନରେ ଅତିଥି ଏବଂ ଅଂଶଗ୍ରହଣକାରୀମାନେ ସ୍ବାମୀ ରାମଦେବଙ୍କର ଆଶୀର୍ବାଦ ଏବଂ ମାର୍ଗଦର୍ଶନ ମଧ୍ୟ ଗ୍ରହଣ କରିଥିଲେ। ସେହିଭଳି ସମୃଦ୍ଧ ଭାରତ ସହ ଏକ ସୁସ୍ଥ, ସୁଖୀ ଏବଂ ସମୃଦ୍ଧ ବିଶ୍ୱ ଗଠନ ପାଇଁ ପତଞ୍ଜଳି ପ୍ରତିବଦ୍ଧ ରହିଛି। ଉଚ୍ଚସ୍ତରୀୟ ତଥ୍ୟ ପ୍ରମାଣଭିତ୍ତିକ ଅନୁସନ୍ଧାନ କ୍ଷେତ୍ରରେ ଜାତୀୟ ସ୍ତରରେ ମଧ୍ୟ ପତଞ୍ଜଳିର ଅବଦାନ ରହିଛି। ସେହିପରି କର୍ମଶାଳାର ପ୍ରାରମ୍ଭରେ ଉପସ୍ଥିତ ଅତିଥି ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ଏକ ଔଷଧୀୟ ଗବେଷଣାତ୍ମକ ପୁସ୍ତକର ଉନ୍ମୋଚନ କରାଯାଇଥିଲା। ଏ ସମ୍ପର୍କରେ ଆଚାର୍ଯ୍ୟ ବାଲକ୍ରିଷ୍ଣା କହିଛନ୍ତି, ଉକ୍ତ ଗବେଷଣାତ୍ମକ ପୁସ୍ତକରେ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ପଦ ରଚନା କରାଯାଇଛି ଏବଂ ବିଶ୍ୱ ଚିକିତ୍ସା ସଂକେତର ଏକ ଲକ୍ଷରୁ ଅଧିକ ପୃଷ୍ଠା ପ୍ରସ୍ତୁତ କରାଯାଇଛି। ସେହିପରି କୃଷିର ବିକାଶ ପାଇଁ ମଧ୍ୟ ପତଞ୍ଜଳି ପକ୍ଷରୁ ବିକଶିତ କରାଯାଇଥିବା କୃଷି କିଟ୍‌ ଓ ଆପର ମଧ୍ୟ ଶୁଭାରମ୍ଭ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବାବା ରାମଦେବ କହିଛନ୍ତି, ପତଞ୍ଜଳିର ବିଭିନ୍ନ ଆକାର ଏବଂ ରୂପ ସମଗ୍ର ବିଶ୍ୱ ଅନୁଭବ କରୁଛି। ବରିଷ୍ଠ କୃଷି ବୈଜ୍ଞାନିକମାନଙ୍କୁ ସମ୍ବୋଧିତ କରିବା ବେଳେ ସେ କହିଥିଲେ ଯେ ଭଲ କାର୍ଯ୍ୟକୁ ନିରନ୍ତର ପ୍ରଶଂସା କରାଯିବା ଉଚିତ ଏବଂ ତ୍ରୁଟି ସୁଧାରିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି। ଜୈବିକ ଚାଷ ମାଧ୍ୟମରେ କୃଷକମାନଙ୍କୁ ତାଲିମ ପ୍ରଦାନ ପାଇଁ ଭାରତ ସରକାରଙ୍କ ଉଦ୍ୟମକୁ ବାବା ପ୍ରଶଂସା କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ତାଲିମ ପ୍ରାପ୍ତ ୪୦ ହଜାର କୃଷକଙ୍କ ମଧ୍ୟରୁ ୮୦% ଜୈବିକ ଚାଷ ଉପରେ ନିର୍ଭର କରି ଆୟ ବୃଦ୍ଧି କରିଛନ୍ତି। ଉକ୍ତ ସମ୍ମିଳନୀରେ ପ୍ରାୟ ୨୧ଟି ଦେଶର ହଜାର ହଜାର ଅଂଶଗ୍ରହଣକାରୀ ଉଭୟ ଅନଲାଇନ୍‌ ଏବଂ ଅଫଲାଇନରେ ଅଂଶଗ୍ରହଣ କରିଥିଲେ। ପତଞ୍ଜଳି ଆୟୁର୍ବେଦ କଲେଜ, ପତଞ୍ଜଳି ବିଶ୍ୱବିଦ୍ୟାଳୟ, ପତଞ୍ଜଳି ଅନୁସନ୍ଧାନ ପ୍ରତିଷ୍ଠାନ ପକ୍ଷରୁ ଏଭଳି ଏକ ଜାତୀୟସ୍ତରର କର୍ମଶାଳାର ଆୟୋଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଜାଣନ୍ତୁ ଅନଲାଇନ ପେମେଣ୍ଟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୮।୧୦: UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?