ଆଧୁନିକ ଜୀବନଶୈଳୀ

ଆଧୁନିକ ଜୀବନଶୈଳୀ ଉପରେ ଏକ ଚେତନାଭିତ୍ତିକ କଟାକ୍ଷ: ‘ଆଜ୍ଞା, ଚାଳିଶବର୍ଷ ବୟସରେ ଆପଣଙ୍କୁ ଭଲ ଚାକିରି, ଭଲ ରୋଜଗାର, କୋଠା, ଗାଡ଼ି, ବାଡ଼ି (ଭୂସମ୍ପତ୍ତି), ବ୍ୟାଙ୍କବାଲାନ୍ସ, ପତ୍ନୀ, ପିଲାପିଲିର ସଂସାର ମିଳିବ! ଏଥିସହ ଆପଣଙ୍କୁ ମଧ୍ୟ ମିଳିବ ହାର୍ଟ ଆଟାକ୍‌ର ଅଫର୍‌!’
ହଁ ଆଜ୍ଞା, ଆଶ୍ଚର୍ଯ୍ୟ ହେଲେବି ଏହା ସତ୍ୟ ଯେ, ଚାଳିଶବର୍ଷ କିମ୍ବା ଚାଳିଶ ପାଖାପାଖି ବୟସରେ ଆମ ଭିତରୁ କେହି ନା କେହି ହାର୍ଟ ଆଟାକ୍‌ର ଶିକାର ହେଉଛନ୍ତି। ଅତଏବ ଏ ପ୍ରକାରର ବିପଦପୂର୍ଣ୍ଣ ସମ୍ଭାବନାକୁ ଆଦୌ ଏଡ଼େଇ ଦିଆଯାଇନପାରେ!
ଆମ ପୂର୍ବଜ ବା ପୂର୍ବପୁରୁଷମାନଙ୍କ କଥା ହିସାବକୁ ନିଆଯାଉ। ସେମାନେ କ’ଣ ଆମ ପରି ଶିକ୍ଷିତ କି ଉଚ୍ଚଶିକ୍ଷିତ ଥିଲେ କି ? ସେମାନଙ୍କ ପାଇଁ କ’ଣ ଆଜିକାଲି ଭଳି ପର୍ଯ୍ୟାପ୍ତ ଚିକିତ୍ସା ସୁବିଧା ଥିଲା ନା ସେମାନେ ଆମ ଭଳି ହରେକ କିସମର ଖାଦ୍ୟ ଖାଉଥିଲେ? ତଥାପି ସେମାନେ ବେଶ୍‌ ସୁସ୍ଥ, ସବଳ, ନୀରୋଗ, କର୍ମଚଞ୍ଚଳ ଓ ଦୀର୍ଘାୟୁ ଥିଲେ। ଏବେ ଆମ ପାଖରେ ବ୍ୟାପକ ଚିକିତ୍ସା ଉପଲବ୍ଧ, ଅର୍ଥର ଅଭାବ ନାହିଁ, ମନଇଚ୍ଛା ହରେକ କିସମର ଖାଦ୍ୟ ଖାଉଛୁ। ତଥାପି ଚାଳିଶବର୍ଷ ଉପଗତ ହୁଅନ୍ତେ ଆମ ଜୀବନ ପ୍ରତି ହାର୍ଟ ଆଟାକ୍‌ର ଭୟ ଓ ଆଶଙ୍କା ରହୁଛି! କେତେବେଳେ ପୁଣି ଏ ଆଶଙ୍କା ସତ ଫଳୁଛି!
ଆଧୁନିକ ଜୀବନଶୈଳୀ ସମ୍ପୂର୍ଣ୍ଣ ଭାବରେ ବସ୍ତୁବାଦ ଉପରେ ଆଧାରିତ। ବିଷୟବାସନା ପ୍ରତି ଅହେତୁକ ମୋହ, ଆସକ୍ତି, ଧନସଂପତ୍ତି, ଭୋଗବିଳାସ, ଐଶ୍ଚର୍ଯ୍ୟ, ପ୍ରାଚୁର୍ଯ୍ୟ ହାସଲ ପାଇଁ ଅହୋରାତ୍ର ଅର୍ଥଲୋଭୀ, ଧନଲୀପ୍ସୁ ମାନସିକତା ପୋଷଣ ହେଉଛି ଏହାର ମୂଳତତ୍ତ୍ୱ। ଦୁର୍ଭାଗ୍ୟଜନକ ଭାବରେ ଆଧୁନିକ ଜୀବନଶୈଳୀ ନିର୍ବାହ କରିବା ନାଁରେ ଆମେ ଆମ ଦେହ ଓ ମନକୁ ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ ବ୍ୟସ୍ତ ରଖୁଛୁ। ଆଦୌ ସଞ୍ଜତ, ସୁରୁଖୁରୁ ଓ ସୁଶୃଙ୍ଖଳ ନୁହେଁ ଆମ ଜୀବନଚର୍ଯ୍ୟା। ପରିଶ୍ରମ ପରେ ଦେହ ଓ ମନକୁ ବିଶ୍ରାମ ଦେବା ଉପରେ ଆମେ ଆଦୌ ଗୁରୁତ୍ୱ ଦେଉନାହୁଁ। ଅପରପକ୍ଷେ ଭାରାକ୍ରାନ୍ତ ଦେହ ଓ ମନକୁ ସରସ, ସୁନ୍ଦର ଓ ହାଲୁକା କରିବା ଉଦ୍ଦେଶ୍ୟରେ ମୋବାଇଲ, କମ୍ପ୍ୟୁଟର ଘଣ୍ଟା ଘଣ୍ଟା ଧରି ବ୍ୟବହାର କରୁଛୁ। ଅନିଦ୍ରା, ଖାଦ୍ୟପେୟରେ ଅନିୟମିତତା, ମଦ୍ୟପାନ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନ ଫଳରେ ଅମ୍ଲପିତ୍ତ, ବଦହଜମୀ, ଊଦ୍ଧର୍‌ବ ରକ୍ତଚାପ, ଅପସ୍ମାର, ମଧୁମେହ, ମେଦବହୁଳତା, କ୍ୟାନ୍‌ସର୍‌, ସ୍ନାୟବିକ ଦୁର୍ବଳତା ଆଦି ନାନା ରୋଗରେ ଆମେ ଆକ୍ରାନ୍ତ ହେଉଛୁ। ଆବଶ୍ୟକତାଠାରୁ ଅଧିକ ବା ମାତ୍ରାଧିକ ଶାରୀରିକ ଶ୍ରମ ଓ ମାନସିକ ଚାପ ଆମକୁ ନାନା ରୋଗବ୍ୟାଧିର ଆବର୍ତ୍ତ ଭିତରକୁ ଟାଣି ନେଉଛି।
ବ୍ୟବସାୟ ହେଉ କି ଚାକିରି, ସବୁକ୍ଷେତ୍ରରେ କାମର ଆବଶ୍ୟକତା ରହୁଛି। ଯଦି ଆପଣ ଆପଣଙ୍କ କାମରେ ଢିଲା ମାରୁଛନ୍ତି, ତେବେ ଆପଣ ଆପଣଙ୍କର ବସ୍‌ କିମ୍ବା ମାଲିକ ଦ୍ୱାରା ଅପନିନ୍ଦିତ, ଉପହସିତ, ତିରସ୍କୃତ ହେବେ, କର୍ମକୋଢ଼ି, ଠକ, ଅଯୋଗ୍ୟ, ଅଦକ୍ଷର ଅପବାଦ ମୁଣ୍ଡେଇବେ! ଆଉ ଯଦି ଆପଣ ନିଜର ତଥା ନିଜ ପରିବାରର ଯତ୍ନ ନ ନେଇ ବସ୍‌ଙ୍କର ପ୍ରିୟଭାଜନ ହେବା ପାଇଁ କଠିନ ପରିଶ୍ରମ, ଅକ୍ଳାନ୍ତ ମେହନତ କରିବେ, ଫଳ ଏଇୟା ହେବ; ଆପଣ ଏବଂ ଆପଣଙ୍କ ପରିବାର ହୁଏତ ଦୁର୍ଦ୍ଦଶାଗ୍ରସ୍ତ ହେବେ! ଆପଣ ଶରୀରପୀଡ଼ା ଓ ମାନସିକ ଅବସାଦର ଶିକାର ହେବେ। ଅବଶ୍ୟ ଜୀବନ ଓ ଜୀବିକା ପାଇଁ କାମ କରିବା ଏକାନ୍ତ ଜରୁରୀ। କିନ୍ତୁ କଥା କ’ଣ କି, ଆମ ଦେହ ଏକ ମେଶିନ ବା ଯନ୍ତ୍ରତୁଲ୍ୟ। ଏକ ନିର୍ଦ୍ଦିଷ୍ଟ ସୀମା ସରହଦ ଅଛି କେଉଁ ପର୍ଯ୍ୟନ୍ତ ଆମ ଦେହ କର୍ମକ୍ଷମ ହୋଇପାରିବ। ସହ୍ୟ କରିବାଠାରୁ ଅଧିକ କାମ କରିବା ହିତକର ଅପେକ୍ଷା ଅହିତକର, କ୍ଷତିକାରକ।
ଆଧୁନିକ ଜୀବନଶୈଳୀ ଆମକୁ ବସ୍ତୁତଃ ଗୋଲାମ, ପରମୁଖାପେକ୍ଷୀ ସଜେଇଛି। ପରିବାରର ପରସ୍ପର ପ୍ରତି ସ୍ନେହ, ଶ୍ରଦ୍ଧା, ସମ୍ମାନ, ସଦ୍ଦିଛା, ଭଲପାଇବା ନାହିଁ। ସମ୍ପର୍କର ମୂଲ୍ୟ କେହି ବୁଝୁନାହାନ୍ତି। ଆଧୁନିକ ଜୀବନଶୈଳୀ ମଧ୍ୟ ଆମକୁ ଏତେମାତ୍ରାରେ ବ୍ୟକ୍ତିକୈନ୍ଦ୍ରିକ ଓ ସ୍ବାର୍ଥପର କରିଦେଇଛି ଯେ, ଯୌଥ ପରିବାରର ଗୁରୁତ୍ୱ ଓ ମହତ୍ତ୍ୱକୁ ଅବଜ୍ଞା କରି ଆମେ ଏକକ ପରିବାରକୁ ଆପଣେଇ ନେଇଛୁ। ଏକକ ପରିବାର ଅର୍ଥ ଏକାକୀ, କେବଳ ନିଜେ ନିଜର ସ୍ବାମୀ, ସ୍ତ୍ରୀ, ପୁଅ ଝିଅଙ୍କ ସ୍ବାର୍ଥ ସୁବିଧା ବାଦେ ପରିବାରର ଅନ୍ୟମାନଙ୍କର ସ୍ବାର୍ଥ ସୁବିଧା ବୁଝିବାକୁ ଆମେ ଆଦୌ ପ୍ରସ୍ତୁତ ନୁହଁ। ଅଧିକାଂଶ କ୍ଷେତ୍ରରେ, ଅନେକ ସମୟରେ ପ୍ରାୟ ଅଘଟଣ, ସମସ୍ୟା ସୃଷ୍ଟି ହୁଏ ନିଜ ସ୍ତ୍ରୀ ଓ ପିଲାଛୁଆଙ୍କୁ ନେଇ ନିଜେ ଗଢ଼ିଥିବା ଏକକ ପରିବାରରେ। ଆମ କାମରେ ଏତେ ବ୍ୟସ୍ତ ଯେ, ପ୍ରିୟପରିଜନ ଆତ୍ମୀୟସ୍ବଜନଙ୍କ ବିପଦ ସମୟରେ ସେମାନଙ୍କ ପାଖରେ ଯାଇ ପହଞ୍ଚତ୍ବା ପାଇଁ ଆମ ପାଖରେ ସମୟ ନାହିଁ।
ଆଧୁନିକ ଜୀବନଶୈଳୀ ଆମ ଭିତରୁ ଖୁସି, ଆନନ୍ଦ, ହର୍ଷ ଉଲ୍ଲାସ ଲୁଟି ନେଉଛି, ସରଳ ଜୀବନ କ୍ରମଶଃ ଜଟିଳ ହେବାରେ ଲାଗିଛି। ଆଧୁନିକ ଜୀବନଶୈଳୀରେ ଭଲପାଇବା କମ, ଭୁଲିଯିବା ଅଧିକ, ପ୍ରତିଶ୍ରୁତି କମ, ପ୍ରତାରଣା ଅଧିକ, ହୃଦୟବତ୍ତା କମ୍‌, ସ୍ବାର୍ଥପରତା ଅଧିକ, ସୃଜନଶୀଳତା କମ୍‌, ଚାଲାଖି, ଚଞ୍ଚକତା ଅଧିକ! ତେବେ ଆଧୁନିକ ସମୟ,ଆଧୁନିକ ଜୀବନଶୈଳୀ,ଆଧୁନିକ ଆବହାୱା ଆଦି କହି ନିଜ ସପକ୍ଷରେ ଯେତେ ଯୁକ୍ତି କଲେ କ’ଣ ହେବ, ସମସ୍ୟା, ସଙ୍କଟ, ଦୁଃଖ, ଯନ୍ତ୍ରଣା, ଅବସୋସ, ଅନ୍ତର୍ଦହନ ଫାଙ୍କିବାଜ, ପଳାୟନପନ୍ଥା ଆଦି ସବୁକିଛି ଆମର। ଏସବୁ ହିଁ ଆମଦ୍ୱାରା ସୃଷ୍ଟି ହୋଇଥାଏ। ତେଣୁ ଏସବୁକୁ ଅଧିକ ବେଗବାନ ବା ତ୍ୱରାନ୍ବିତ ନ କରି ଏଥିରେ ଅଙ୍କୁଶ ଲଗେଇବା, ନିୟନ୍ତ୍ରଣ କରିବା କାମ ମଧ୍ୟ ଆମର।
ଆଧୁନିକତାର ଭେଳିକିରେ ନ ମାତି ଜୀବନକୁ ସକାରାତ୍ମକ ଦୃଷ୍ଟିରେ ଦେଖିବାର ଆବଶ୍ୟକତା ରହିଛି। ନିଜେ ବଞ୍ଚତ୍ବା ସହିତ ଅନ୍ୟମାନଙ୍କୁ ବଞ୍ଚତ୍ବାର ସୁଯୋଗ ସୃଷ୍ଟି କରିବା ଉଚିତ। ନିଜର ଇଚ୍ଛାଶକ୍ତି ଓ ଆତ୍ମବିଶ୍ବାସକୁ କେବେ ବି ନୂ୍ୟନ ଦୃଷ୍ଟିରେ ଦେଖିବା ଉଚିତ ନୁହେଁ। ନିଜର ଉଦ୍‌ଯୋଗ, ପରିଶ୍ରମ, ସଫଳତାର ସମୀକ୍ଷା କରିବାର ଆବଶ୍ୟକତା ରହିଛି। ଆଧୁନିକତା ତା’ ବାଟରେ ଯାଉ, ଆମେ ଆମ ବାଟରେ ଯିବା।
ବୀମାବିହାର, ମର୍କତନଗର, ସେକ୍ଟର:୬, କଟକ
ମୋ: ୯୪୩୭୦୯୦୯୮୫


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?