କରେଣ୍ଟ ଗଲେ ସିମନବାଡ଼ିରେ ଅଚଳ ହୋଇପଡୁଛି ମୋବାଇଲ ସେବା

ଦାରିଙ୍ଗବାଡ଼ି,୩ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ବର୍ଷା ହେଲେ କରେଣ୍ଟ ଯାଉଛି। ଫଳରେ ମୋବାଇଲ ସେବା ବନ୍ଦ ହୋଇଯାଉଛି। ଏହି ସମସ୍ୟା ପାଇଁ ଉକ୍ତ ଫିଡରରେ ୮ ପଞ୍ଚାୟତର ପ୍ରାୟ ହଜାର ହଜାର ଉପଭୋକ୍ତା ହଇରାଣ ହରକତ ହେଉଛନ୍ତି।

ଉକ୍ତ ଫିଡର ଅଧୀନରେ ସିମନବାଡ଼ି ପଞ୍ଚାୟତ ସମେତ ଶ୍ରାନିକେତା, ତିଲୋରୀ, କିଟିକୁଟି, ବୁଡ଼ାଗୁଡା, ଗୁମିକିଆ, କୋଟଗଡ଼ ବ୍ଲକ ପକାରୀ ଏବଂ ବାଲିଗୁଡ଼ା ବ୍ଲକ ଋତୁଙ୍ଗିଆ ପଞ୍ଚାୟତର ଲୋକେ ଅସୁବିଧା ଭୋଗ କରୁଛନ୍ତି। ବିଦ୍ୟୁତ ସେବା ଅଚଳ ହେଲେ ମୋବାଇଲ ସେବା ମଧ୍ୟ ଅଚଳ ହୋଇପଡୁଛି। ଫଳରେ ସରକାରୀ ଓ ବେସରକାରୀ କାର୍ଯ୍ୟ ଅଚଳ ହୋଇଯିବା ସହ କ୍ଷୁଦ୍ର ବ୍ୟାଙ୍କ ସେବା ଜନସେବା କେନ୍ଦ୍ର ଆଦି ଅଚଳ ହୋଇପଡୁଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି।

Share
Tags: electricity