ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେବା ସହ ଏକ ପ୍ରକାର ଛନକା ପଶିଛି । ପୂର୍ବରୁ ଉକ୍ତ ସାପ୍ତାହିକ ହାଟରୁ ବାଇକ ଚୋରି ହେଉଥିବା ଅଭିଯୋଗ ହୋଇଥିବା ବେଳେ ରବିବାର ମୋବାଇଲ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଏକ ଚୋର ଦଳ ଉକ୍ତ ହାଟରେ ପହଞ୍ଚି ଗହଳିର ସୁଯୋଗ ନେଇ ସହଜରେ ଚୋରି କରିପାରୁଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି ।

ରବିବାର ଖଟୁଆକୁଦା ଗ୍ରାମର ବୃନ୍ଦାବନ ପ୍ରଧାନଙ୍କ ମୋବାଇଲ ଚୋରି ହୋଇଥିବା ନେଇ ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ସେହିପରି ଅନ୍ୟ ଦୁଇଜଣଙ୍କ ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ପୋଲିସ ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ଚୋରି କରୁଥିବା ରାକେଟକୁ ଧରିବା ପାଇଁ ପଦକ୍ଷେପ ନେବାକୁ ଦାବି ହେଉଛି ।

 

Dharitri – Odisha’s No.1 Odia Daily

Share