ପଲ୍ୟୁସନ ସାର୍ଟିଫିକେଟ ପାଇଁ ବାଧକ ସାଜିଛି ମୋବାଇଲ ନେଟୱାର୍କ: ଲୋକେ ହନ୍ତସନ୍ତ

ଦାରିଙ୍ଗବାଡି, ୨୪।୧ (ଅରୁଣ ସାହୁ ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏବେ ଗାଡି ମାଲିକମାନେ ନିଜ ପଲ୍ୟୁସନ ସାର୍ଟିଫିକେଟ କରାଇବା ପାଇଁ ଲାଗିପଡ଼ିଛନ୍ତି। କିନ୍ତୁ ଏଥିରେ ବଡ଼ ଚିନ୍ତା ଦେଖାଯାଇଛି। ପୂର୍ବରୁ ଦାରିଙ୍ଗବାଡିର ଏକ ପେଟ୍ରୋଲ ଟାଙ୍କିରେ ପଲ୍ୟୁସନ କରାଇବା ବ୍ୟବସ୍ଥା ରହିଥିବାବେଳେ ଗତ କିଛି ବର୍ଷ ହେଲା ଏହି ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ଦାରିଙ୍ଗବାଡିବାସୀଙ୍କ ପାଇଁ ପଲ୍ୟୁସନ ସାର୍ଟିଫିକେଟ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଥିବା ଜଣାପଡିଛି। ତେବେ ଗଞ୍ଜାମ ଜିଲାର ଏକ ଭ୍ରାମ୍ୟମାଣ ପଲ୍ୟୁସନ ପରୀକ୍ଷା ଟିମ୍‌ ଦାରିଙ୍ଗବାଡିର ସିମନବାଡି ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଲୋକଙ୍କ ଗାଡିର ପଲ୍ୟୁସନ ଯାଞ୍ଚ ଓ ସାର୍ଟିଫିକେଟ ପ୍ରଦାନ ବ୍ୟବସ୍ଥା କରାଇଥିଲେ। ତେବେ ବହୁ ଗାଡି ମାଲିକଙ୍କ ବିଏସଏନଏଲ ମୋବାଲଲ ନମ୍ବରରେ ଓଟିପି ଆସୁଥିବା ବେଳେ ବିଏସଏନଏଲ ସେବା ଅଚଳ ଯୋଗୁ ଲୋକଙ୍କ ପଲ୍ୟୁସନ ହୋଇପାରି ନ ଥିବା ଦେଖାଯାଇଛି। ପଲ୍ୟୁସନ ପାଇଁ ବିଏସଏନଏଲ ସେବା ବାଧକ ସାଜିଥିବା ଓ ଜନସାଧାରଣ ହଇରାଣ ଭୋଗୁଥିବା ଜଣାପଡିଛି। ତେବେ ପଲ୍ୟୁସନ କରାଉଥିବା ଭ୍ରାମ୍ୟମାଣ ଟିମ୍‌ ସିମନବାଡି ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଅମିତା ପ୍ରଧାନ ଏବଂ ସମିତିସଭ୍ୟ ସାଧୁ ନାୟକଙ୍କ ସହଯୋଗରେ ପଲ୍ୟୁସନ ଟେଷ୍ଟ କରାଇ ସାର୍ଟିଫିଜେଟ ପ୍ରଦାନ କାର୍ଯ୍ୟକୁ ଜାରି ରଖିଛନ୍ତି। ସେହି ଟିମ୍‌ ଦାରିଙ୍ଗବାଡି ସମେତ ସିମନବାଡି ଅଞ୍ଚଳରେ କିଛି ଦିନ ରହି ପଲ୍ୟୁସନ ଟେଷ୍ଟିଂ ଓ ସାର୍ଟିଫିକେଟ ପ୍ରଦାନ କରିବେ ବୋଲି ଜଣାପଡିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବାବେଳେ ଭାରତ ଆସିଲା ଗୁଡ୍‌ନ୍ୟୁଜ୍‌, ଶୁଣିଲେ ପାକିସ୍ତାନ-ଚାଇନାର ନିଦ ହଜିବ…

ନୂଆଦିଲ୍ଲୀ, ୨୫।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି କରିଛି। ବିଶ୍ୱ ପରିସ୍ଥିତି କ୍ରମାଗତ ଭାବରେ ଖରାପ ହେଉଛି,…

ଆତ୍ମସମର୍ପଣ ପରେ ଏମିତି ହୃଦୟ ବିଦାରକ କଥା କହିଲେ ଟପ୍‌ ମାଓବାଦୀ ନେତା ଶୁକ୍ରୁ, ଶୁଣିଲେ…

ମାଲକାନଗିରି,୨୫ା୩(ଦୁର୍ଯ୍ୟୋଧନ ପାତ୍ର): ଏକଦା ମାଲକାନଗିରି ଜିଲା ମାଓବାଦୀଙ୍କ ଆଡ୍ଡା ଭାବେ ପରିଚିତ ଥିବାବେଳେ ମାଲକାନଗିରି ଜିଲା କାଲିମେଳା ଥାନା ବଡ଼ିଗେଟା ପଞ୍ଚାୟତ ଅନ୍ତର୍ଗତ କୁରୁବୁ ଗ୍ରାମର ଶୁକ୍ରୁ…

ମା’ଦଣ୍ଡକାଳୀଙ୍କ ପ୍ରସିଦ୍ଧ ୨୧ଦିନିଆ ଦଣ୍ଡଯାତ୍ରା ଆରମ୍ଭ: ଏହି ବ୍ରତ ପାଳନ କରିବା ବହୁ କଷ୍ଟ ସାଧ୍ୟ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ପୁରୁଷୋତ୍ତମପୁର,୨୫।୩(ସବିତା ମିଶ୍ର): ଆରମ୍ଭ ହୋଇଛି ଗଞ୍ଜାମ ଜିଲାର ପ୍ରସିଦ୍ଧ ଗଣପର୍ବ ମା’ ଦଣ୍ଡକାଳୀଙ୍କ ୨୧ ଦିନିଆ ଦଣ୍ଡଯାତ୍ରା । ଏଥିଲାଗି ଗାଁଠୁ ସହର ଚଳଚଞ୍ଚଳ ହୋଇଉଠିଛି ।…

ଭାରତକୁ ସାହାଯ୍ୟ ମାଗିଲା ଇରାନ, ଯୁଦ୍ଧ ବନ୍ଦ କରିବା ନେଇ ମୋଦିଙ୍କୁ କହିଦେଲା ଏମିତି…

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବଂ ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ତେହେରାନ ସଙ୍କେତ ଦେଇଛି ଯେ ଭାରତ ଏହି ସଂଘର୍ଷକୁ…

ପାକିସ୍ତାନକୁ ବଡ଼ ଝଟ୍‌କା, ହରମୁଜରେ ପାକ୍‌ ଜାହାଜ ସହ ଇରାନ କଲା ଏମିତି କାଣ୍ଡ…ଟ୍ରମ୍ପ କାବା!

ତେହରାନ,୨୫।୩: ଆମେରିକା-ଇସ୍ରାଏଲ ବିବାଦ ମଧ୍ୟରେ ଆଞ୍ଚଳିକ ମଧ୍ୟସ୍ଥତା ପାଇଁ ଏକ ଦାବିଦାର ଭାବରେ ନିଜକୁ ସ୍ଥାପିତ କରୁଥିବା ପାକିସ୍ତାନକୁ ଇରାନ ଏକ ବଡ଼ ଝଟକା ଦେଇଛି। ଏକ…

ରାମନବମୀ ନେଇ ଚଳଚଞ୍ଚଳ କୋରାପୁଟ ସହର:  ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…  

କୋରାପୁଟ,୨୫।୩(ଅମିତାଭ ବେହେରା ): ଆସନ୍ତା ୨୭ ତାରିଖରେ ପବିତ୍ର ରାମ ନବମୀ ଉତ୍ସବ ପାଳନ କରାଯିବାକୁ ଥିବାବେଳେ ଏ ନେଇ କୋରାପୁଟ ସହରରେ ବ୍ୟାପକ ପ୍ରସ୍ତୁତି ଚାଲିଛି।…

ମଣ୍ଡିରେ ପଡ଼ିଛି ଚାଷୀଙ୍କ ଧାନ, ଟୋକନ ଆସିବା ପରେ ବି ଧାନ କିଣୁ ନାହାନ୍ତି ସରକାର

ମାଲକାନଗିରି,୨୫ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କଂଗ୍ରେସ କମିଟି ତରଫରୁ ବୁଧବାର ୧୨ ଘଣ୍ଟିଆ ଜିଲା ବନ୍ଦ ପାଳନ କରାଯାଇଛି। ୪ ଦଫା ଦାବି ନେଇ ଏହି ବନ୍ଦ…

ଦିନରେ ଶସ୍ତା ରାତିରେ ମହଙ୍ଗା ହେବ ବିଜୁଳି, ଇଲେକ୍ଟ୍ରି ସପ୍ଲାଏକୁ ନେଇ ଆସିଲା ନୂଆ ନିୟମ

ପାଟନା,୨୫।୩: ରାଜ୍ୟବାସୀ ଧ୍ୟାନ ଦିଅନ୍ତୁ! ବିଦ୍ୟୁତ ବିଲ ସମ୍ପର୍କରେ ଏକ ନୂଆ ଅପଡେଟ ଆସିଛି। ସାରା ରାଜ୍ୟରେ ବିଦ୍ୟୁତ ସମ୍ୱନ୍ଧୀୟ ନୂତନ ନିୟମ ଜାରି କରାଯାଇଛି। ଏବେଠାରୁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri