ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର ହ୍ୟାଣ୍ଡସେଟ୍ ଥେଟ୍ ଆଣ୍ଡ ଲସ୍ ଇନ୍ସୁରାନ୍ସ ସ୍କିମ୍ ଲଞ୍ଚ କରିଛି।ଏହି ସ୍କିମ୍ ମୋବାଇଲ ରିଚାର୍ଜ ସହ ଉପଲବ୍ଧ ହେଉଛି। ଏହାଦ୍ୱାରା ପ୍ରିପେଡ ବ୍ୟବହାରକାରୀଙ୍କୁ ସିଧା ଲାଭ ମିଳିବ।
ଏହି ସୁବିଧା ପେଡ୍ ଗ୍ରାହକଙ୍କ ପାଇଁ ରହିଛି। iOS ଏବଂ ଆଣ୍ଡ୍ରଏଡ ଉଭୟ ସ୍ମାର୍ଟଫୋନରେ ଏହା ଲାଗୁ ହେବ। ଭୋଡାଫୋନ ଆଇଡିଆ ଏହି ପ୍ଲାନ୍ରେ ୬୧ ଟଙ୍କାର ରିଚାର୍ଜରେ ୨୫,୦୦୦ ଯାଏର ହ୍ୟାଣ୍ଡସେଟ୍ ଇନ୍ସୁରାନ୍ସ କଭର ମିଳିଥାଏ।
ଫୋନ୍-ଆଇଫୋନ ହେଉ ଅବା ଆଣ୍ଡ୍ରଏଡ, ଚୋରୀ ନଚେତ ହଜିଯିବା ସ୍ଥିତିରେ କ୍ଲେମ୍ର ସୁବିଧା ମିଳିବ। ୬୧ ଟଙ୍କାର ପ୍ଲାନରେ ୧୫ ଦିନ ପାଇଁ ୨ ଜିବି ଡାଟା ଏବଂ ୩୦ ଦିନର ଇନ୍ସୁରାନ୍ସ କଭର ମଧ୍ୟ ସାମିଲ ରହିଛି।


