ଅମୂଳକ ଭାବେ ଟଙ୍କା ବାଣ୍ଟିବାକୁ ‘ମୋ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା: କଂଗ୍ରେସ

ଭୁବନେଶ୍ବର, ୧୨ା୭(ସୁନିତ୍‌ ମିଶ୍ର): ୨୪ ବର୍ଷର ସରକାର, ମାଳ ମାଳ ଯୋଜନା କିନ୍ତୁ ଗୋଟିଏ ବି ଯୋଜନା ସଫଳ ରୂପାୟନ ହୋଇପାରିଲା ନାହିଁ। ଏହି ଯୋଜନାଗୁଡିକର ସୁଫଳ ମଧ୍ୟ ରାଜ୍ୟବାସୀ ପାଇଲେ ନାହିଁ। ପ୍ରତିଥର ନିର୍ବାଚନ ଆସିଲେ ରାଜ୍ୟ ରାଜକୋଷରୁ ଅନେକ ହଜାର କୋଟି ଟଙ୍କା ବିଭିନ୍ନ ଯୋଜନା ନଁାରେ ଘୋଷଣା କରାଯାଉଛି। ସୋମବାର ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ପ୍ରତି ପଞ୍ଚାୟତକୁ ଦେବା ପାଇଁ ଘୋଷଣା କରିଛନ୍ତି। ପଞ୍ଚାୟତସ୍ତରରେ କୌଣସି ଉନ୍ନୟନମୂଳକ କାମ କରିବା ପରିବର୍ତେ ନିଜର ସରପଞ୍ଚ, ୱାର୍ଡ ମେମ୍ବର ଏବଂ ଅନ୍ୟାନ୍ୟ ପଞ୍ଚାୟତସ୍ତରର ନେତୃବୃନ୍ଦଙ୍କୁ ଏହି ଅର୍ଥ ବିଭିନ୍ନ ଅମୂଳକ ଉପାୟରେ ବାଣ୍ଟିବା ପାଇଁ ”ମୋ ଓଡ଼ିଶା ନବୀନ ଓଡ଼ିଶା“ ଯୋଜନାର ମୂଳ ଉଦ୍ଦେଶ୍ୟ ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ କହିଛନ୍ତି।
କଂଗ୍ରେସ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଶରତ କହିଛନ୍ତି ଯେ, ଏ ଯୋଜନାର ଆୟୁଷ କେତେ ବର୍ଷ। ଗତ ୨୪ ବର୍ଷରେ ବହୁତ ଯୋଜନାର ଘୋଷଣା ଏ ସରକାର କରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ କାଳିଆ ଯୋଜନା, ବଳିଆ ଯୋଜନା, ପିଠା ଯୋଜନା ଇତ୍ୟାଦି ଘୋଷଣା କରାଗଲା। ଏହା ପୂର୍ବରୁ ମୋ କୁଡ଼ିଆ ଯୋଜନା, ମୋ ସାଇକେଲ ଯୋଜନା, ମୋ ମଶାରୀ ଯୋଜନା ଇତ୍ୟାଦି କରାଯାଇଥିଲା। କାଳିଆ ଯୋଜନା ଘୋଷଣା କରି ସରକାର କହିଲେ ଏହି ଯୋଜନା ଦ୍ୱାରା କୃଷକର ଆୟ ବୃଦ୍ଧି ପାଇବ, କୃଷକ ଋଣଗ୍ରସ୍ତ ହେବ ନାହିଁ, କୃଷକ ପରିବାର ସଶକ୍ତ ହେବ। କିନ୍ତୁ ମାତ୍ର ୨ ବର୍ଷ ପରେ, ୨୦୨୧ ତଥ୍ୟ ଅନୁସାରେ ରାଜ୍ୟରେ ଚାଷୀଙ୍କ ଆୟ ଭାରତବର୍ଷର ୨ୟ ସର୍ବନିମ୍ନ। ନିର୍ବାଚନ ଆସିଲେ କେବଳ ଗ୍ରାମାଞ୍ଚଳର ବିକାଶ କଥା ମନେ ପଡ଼ୁଛି। ରାଜ୍ୟର ୩୦% ଗାଁକୁ ସ୍ବଚ୍ଛ ପିଇବା ପାଣି ପାଇପ ମାଧ୍ୟମରେ ଯୋଗାଇ ପାରିନାହାନ୍ତି। ଏତେ ସବୁ ଯୋଜନା କାହାପାଇଁ କରାଯାଇଛି। କଂଗ୍ରେସ ସରକାରକୁ ଆସିଲେ ଓଡ଼ିଶାର ବିକାଶ ବାସ୍ତବରେ କାର୍ଯ୍ୟକାରୀ ହେବ। ଗ୍ରାମାଞ୍ଚଳରେ ଯଦି ଏତେ ସୁଯୋଗ ରହିଛି ତେବେ ଲୋକ ବାହାରକୁ କାହିଁକି ଯାଉଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ବରଗଡ଼ରେ ବିଗୁଡୁଛି ଆଇନ ଶୃଙ୍ଖଳା: ତାତିଲା ଓକିଲ ସଂଘ,ଏସ୍‌ପିଙ୍କ ବଦଳି ଦାବିରେ…

ବରଗଡ଼,୧୦।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି। ଦିନ ଦ୍ୱିପ୍ରହରରେ ଲୁଟ୍‌ପାଟ୍‌ ହେଉଛି। ବିଚ୍‌ରାସ୍ତା ଉପରେ ଜନଗହଳି ସ୍ଥାନରେ ହତ୍ୟାକାଣ୍ଡ ଘଟୁଛି। ଏଭଳି…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri