ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆଉ ୩ଟି ନୂଆ ରୁଟ୍‌ରେ ‘ମୋ ବସ’

ଭୁବନେଶ୍ୱର,୩।୯(ବ୍ୟୁରୋ): ‘ମୋ ବସ’ ସେବା ଆଉ ୩ଟି ନୂଆ ରୁଟ୍‌ରେ ଉପଲବ୍ଧ ହେବ । କ୍ରୁଟ୍‌ ପକ୍ଷରୁ ଏହି ସୂଚନା ଦିଆଯାଇ ଥିବା ବେଳେ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା କ୍ରୁଟ କର୍ତ୍ତୃପକ୍ଷ କହିଛନ୍ତି। ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂତନ ଭାବେ ୭୧ ନମ୍ବର ରୁଟ୍‌ ଆରମ୍ଭ ହେବ। ଏହା ବରମୁଣ୍ଡାରୁ ରସୁଲଗଡ଼ ଦେଇ କୋଣାର୍କ ପର୍ଯ୍ୟନ୍ତ ଯିବ। ସେହିପରି ଆଉ ଏକ ନୂଆ ରୁଟ ନମ୍ବର ହେଉଛି ୩୫। ଏହା ମାଷ୍ଟକକ୍ୟାଣ୍ଟିନ ଠାରୁ ଜୟଦେବ ପୀଠ ପର୍ଯ୍ୟନ୍ତ ଯିବ। ତେବେ ଆଚାର୍ଯ୍ୟ ବିହାରରୁ ନୀଳାଦ୍ରି ବିହାର ରୋଡ ଦେଇ ପଟିଆ ପର୍ଯ୍ୟନ୍ତ ରୁଟ ନମ୍ବର ୯ ଆରମ୍ଭ ହୋଇଛି। ଏହି ଅଞ୍ଚଳରେ ଅନେକ ବଡ଼ବଡ଼ ଡାକ୍ତରଖାନା ଥିବାରୁ ଏହି ରୁଟ ଆରମ୍ଭ କରାଯାଇଛି। ପ୍ରତି ୩୦ ମିନିଟ୍ରେ ଏହି ସବୁ ରୁଟ୍‌ରେ ଉପଯୁକ୍ତ ଯାତ୍ରୀଙ୍କୁ ନେଇ ‘ମୋ ବସ’ ଯାତାୟତ କରିବ। ଅନ୍ୟପକ୍ଷରେ ବରମୁଣ୍ଡାରୁ ପୁରୀ ଯିବା ପାଇଁ ରହିଥିବା ୫୧ ନମ୍ବର ରୁଟ୍‌କୁ ବନ୍ଦ କରି ଦିଆଯାଇଛି। ଅପେକ୍ଷାକୃତ କମ ଯାତ୍ରୀ ହେଉଥିବାରୁ କ୍ରୁଟ ଏଭଳି ନିଷ୍ପତ୍ତି ନେଇଛି।

Share