Mo Bus Accident: ୧୦୦ ମିଟର ଯାଏ ଘୋଷାଡ଼ି ନେଲା ମୋ’ ବସ୍‌, ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ, ୩ ଗୁରୁତର

ଭୁବନେଶ୍ୱର,୧୪।୨: ପୁଣି ମୋ’ ବସ୍‌ ନେଇଛି ଜୀବନ। ଶୁକ୍ରବାର ରାତିରେ ତମାଣ୍ଡୋ ଥାନା ଅଞ୍ଚଳର ଓଭରବ୍ରିଜ୍‌ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସ୍କୁଟି ସହ ୧୦୦ ମିଟର ପର୍ଯ୍ୟନ୍ତ ଜଣେ ମହିଳାଙ୍କୁ ବସ୍‌ଟି ଘୋଷାଡ଼ି ନେବା ଯୋଗୁ ଘଟଣାସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ସେହିଭଳି ଅନ୍ୟ ୩ଜଣ ମଧ୍ୟ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣା ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଡ୍ରାଇଭରଙ୍କୁ ମାଡ଼ ମାରିବା ପରେ ପୋଲିସ ହେପାଜତକୁ ଦେଇଛନ୍ତି।

ସୂଚନାନୁଯାୟୀ, ୩୩ଏସ୍‌ ମୋ’ ବସ୍‌(ନଂ OD 02 BJ 9410) ଡିଏନ୍‌ ରେଗାଲିଆ ଓଭରବ୍ରିଜ୍‌ ନିକଟରେ ଦୁର୍ଘଟଣା ଘଟାଇଛି। ଏଥିରେ ଜଣେ ମହିଳାଙ୍କ ଚକା ତଳେ ଫସି ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଡ୍ରାଇଭରଜଣଙ୍କ ମଦ୍ୟପାନ କରିଥିବାରୁ ଦୁର୍ଘଟଣା ଘଟାଇଥିବା ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି। ପୋଲିସ ବସ୍‌ଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୩ ଦିନ କାଳବୈଶାଖୀ, ପ୍ରବଳରୁ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୩ା୩(ଅନୁରାଧା ମହାରଣା): ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ୨ ଦିନ ଧରି ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ବାରିପଦାରେ ସର୍ବାଧିକ...

ନିଷ୍କ୍ରିୟ ମୋବାଇଲ ନମ୍ବରରେ ଏପ୍ରିଲ ୧ରୁ ମିଳିବନି ୟୁପିଆଇ ସେବା

ଭୁବନେଶ୍ୱର,୨୩ା୩(ଅନୁରାଧା ମହାରଣା): ଆର୍ଥିକ ଠକେଇ ରୋକିବା ପାଇଁ ୟୁନିଫାଏଡ୍‌ ପେମେଣ୍ଟସ୍‌ ଇଣ୍ଟରଫେସ୍‌(ୟୁପିଆଇ) ସହ ଜଡ଼ିତ ଅନେକ ନିୟମ ପରିବର୍ତ୍ତନ କରାଯାଇଛି। ଏହି କ୍ରମରେ ବ୍ୟାଙ୍କରେ ଲିଙ୍କ୍‌...

ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ଟାଙ୍ଗିଆରେ ହାଣି ୨ ମହିଳାଙ୍କୁ ହତ୍ୟା

ହେମଗିର,୨୨।୩(ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ତୁମୁଲିଆରେ ଶନିବାର ସନ୍ଧ୍ୟାରେ ୨ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ସେମାନେ ହେଲେ ବିଳାସିନୀ...

କାଳବୈଶାଖୀ: ଗଛପଡ଼ି ଗର୍ଭବତୀଙ୍କ ଚାଲିଗଲା ଜୀବନ

ଭବାନୀପାଟଣା,୭ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ଶନିବାର ଅପରାହ୍ନରେ କାଳବୈଶାଖୀ ବର୍ଷା ସହ ପବନ ହୋଇଥିଲା। ପବନ ଯୋଗୁ ଅନେକ ସ୍ଥାନରେ ବଡ...

ଜଙ୍ଗଲରୁ ମଣିଷ କଙ୍କାଳ ଠାବ: ହତ୍ୟା ପରେ ପୋଡି ଦିଆଯାଇଥିବା ସନ୍ଦେହ

ସୋରଡ଼ା,୨୨ା୩ (ରଜନୀ ମହାପାତ୍ର ): ଗଞ୍ଜାମ ଜିଲା ସୋରଡ଼ା ଗାଜଲବାଡ଼ି ଜଙ୍ଗଲରୁ ଶନିବାର ମଣିଷ କଙ୍କାଳ ଓ ହାଡ଼ ଠାବ ହୋଇଛି। ହତ୍ୟା ପରେ ମୃତଦେହ...

ଜାତୀୟ ରାଜପଥରେ ଓଲଟିଲା ବସ୍‌: ୮ ଆହତ

ଖୋର୍ଦ୍ଧା ,୨୨।୩: ଖୋର୍ଦ୍ଧା ଜିଲା ୧୬ ନମ୍ବର ଜାତୀୟ ରାଜପଥ ପାଇକକୁଶଡିହ ଛକଠାରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଘରୋଇ ବସ୍‌...

ଆର୍ଥ ଆଓ୍ବାର: ଘଣ୍ଟାଏ ପାଇଁ ଚାରିଆଡ ଅନ୍ଧାର

ଭୁବନେଶ୍ୱର,୨୨ା୩: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମାର୍ଚ୍ଚ ମାସ ଶେଷ ଶନିବାର ଆର୍ଥ ଆଓ୍ବାର ଭାବେ ପାଳନ କରାଯାଏ। ଏବର୍ଷର ବିଷୟବସ୍ତୁ ରହିଛି ‘ୟୁନାଇଟେଡ୍‌ ଫର୍‌...

ଆଇବିସି ପିଙ୍କ ପାୱାର -୨୦୨୫: ର଼୍ୟାମ୍ପରେ ଚାଲିଲେ ଦିବ୍ୟାଙ୍ଗ ଛାତ୍ରୀ

ବରଗଡ଼,୨୨।୩(ପ୍ରେମାନନ୍ଦ ଖମାରୀ) :ଇଣ୍ଡିଆନ ବିୟୁଟି କାଉନସିଲ(ଆଇବିସି), ବରଗଡ଼ ତରଫରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଫ୍ୟାଶନ ଶୋ, ରିଲସ, ନୃତ୍ୟ ଏବଂ ପାରମ୍ପରିକ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri