ମୋ ବସ୍‌ ଦୁର୍ଘଟଣା ମାମଲା : ଝିଅ ପରେ ଚାଲିଗଲା ମା’ଙ୍କ ଜୀବନ

ଭୁବନେଶ୍ୱର,୧୭ା୨(ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର ତମାଣ୍ଡୋ ଥାନା ଅନ୍ତର୍ଗତ ପାତ୍ରପଡ଼ା ଡିଏନ୍‌ ରେଗାଲିଆ ନିକଟରେ ଶୁକ୍ରବାର ରାତିର ଘଟିଥିବା ମୋ ବସ୍‌ ଦୁର୍ଘଟଣାରେ ଆହତ ଆଉ ଜଣଙ୍କ ସୋମବାର ମୃତ୍ୟୁ ଘଟିଛି। ଘଟଣା ଦିନ ଝିଅ ନନ୍ଦିନୀଙ୍କ ମୃତ୍ୟୁ ଘଟିଥିବାବେଳେ ଏବେ ତାଙ୍କ ମା’ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତା ହେଲେ କଳିଙ୍ଗନଗରର ରାଜକୁମାରୀ ପ୍ରଧାନ(୭୬)।
ସୂଚନା ଅନୁଯାୟୀ, ନନ୍ଦିନୀ, ମା’ ରାଜକୁମାରୀ ଓ ଭାଇ ବିଦ୍ୟାସାଗର ପ୍ରଧାନ ଦୁଇଟି ସ୍କୁଟି ଯୋଗେ ଡିଏନ୍‌ ରେଗାଲିଆ ନିକଟ ବସ୍‌ ରହଣିସ୍ଥଳ ପାଖରେ ବସ୍‌କୁ ଅପେକ୍ଷା କରିଥିଲେ। ସେଠାରେ ମଧ୍ୟ ଅନ୍ୟଜଣେ ମହିଳା ଆଞ୍ଜେଲିନା ନାୟକ, ସ୍ବାମୀ ସତ୍ୟବାନ ନାୟକ ଏବଂ ତାଙ୍କ ଜ୍ୱାଇଁ ସିକେନ୍ଦ୍ର ପରିଚ୍ଛା ଛିଡ଼ା ହୋଇଥିଲେ। ଏହି ସମୟରେ ରୁଟ୍‌ ନଂ.୩୩(ଭୁବନେଶ୍ୱର ରେଳ ଷ୍ଟେଶନରୁ ପିପିଲି) ମଧ୍ୟରେ ଚଳାଚଳ କରୁଥିବା ଓଡି୦୨-ଜେ-୯୪୧୦ ନମ୍ବର ବିଶିଷ୍ଟ ମୋ ବସ୍‌ଟି ପାତ୍ରପଡ଼ା ଡିପୋକୁ ଦ୍ରୁତ ଗତିରେ ଫେରୁଥିବାବେଳେ ସେମାନଙ୍କ ଉପରକୁ ମାଡ଼ି ଯାଇଥିଲା। କେତେଜଣଙ୍କୁ ଧକ୍କା ଦେବା ସହ ଆଉ କେତେଜଣଙ୍କ ଉପରେ ଚଢ଼ିଯାଇଥିଲା। ନନ୍ଦିନୀ ଓ ତାଙ୍କ ଭାଇ ବିଦ୍ୟାସାଗରଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟମାନଙ୍କୁ ଏମ୍‌ସକୁ ନିଆଯାଇଥିଲା। ହେଲେ ନନ୍ଦିନୀଙ୍କୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ରାସ୍ତାରେ ନନ୍ଦିନୀଙ୍କ ଆଙ୍ଗୁଠି ମଧ୍ୟ ଛିଡିକି ପଡ଼ିଥିବା ଦେଖିବାକୁ ମିଳିଥିଲା। ଦୁର୍ଘଟଣା ଘଟାଇବା ପରେ ଅଭିଯୁକ୍ତ ଚାଳକ ପ୍ରଶାନ୍ତ ମୋ ବସ୍‌ ନେଇ ଖୋର୍ଦ୍ଧା ଅଭିମୁଖେ ଖସି ପଳାଉଥିବା ସମୟରେ ରାସ୍ତାରେ ଏକାଧିକ ଗାଡ଼ିକୁ ଧକ୍କା ଦେଇଥିଲେ। କେତେଜଣ ଲୋକ ପିଛା କରି ବସ୍‌କୁ ଅଟକାଇବା ସହ ଡ୍ରାଇଭର ପ୍ରଶାନ୍ତଙ୍କୁ ଆକ୍ରମଣ କରିଥିଲେ। ଘଟଣାରେ ପୋଲିସ ଚାଳକ ପ୍ରଶାନ୍ତଙ୍କୁ ପରବର୍ତ୍ତୀ ସମୟରେ ଗିରଫ କରିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri