ମୋ ବସ୍‌ ଦୁର୍ଘଟଣା ମାମଲା : ଝିଅ ପରେ ଚାଲିଗଲା ମା’ଙ୍କ ଜୀବନ

ଭୁବନେଶ୍ୱର,୧୭ା୨(ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର ତମାଣ୍ଡୋ ଥାନା ଅନ୍ତର୍ଗତ ପାତ୍ରପଡ଼ା ଡିଏନ୍‌ ରେଗାଲିଆ ନିକଟରେ ଶୁକ୍ରବାର ରାତିର ଘଟିଥିବା ମୋ ବସ୍‌ ଦୁର୍ଘଟଣାରେ ଆହତ ଆଉ ଜଣଙ୍କ ସୋମବାର ମୃତ୍ୟୁ ଘଟିଛି। ଘଟଣା ଦିନ ଝିଅ ନନ୍ଦିନୀଙ୍କ ମୃତ୍ୟୁ ଘଟିଥିବାବେଳେ ଏବେ ତାଙ୍କ ମା’ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତା ହେଲେ କଳିଙ୍ଗନଗରର ରାଜକୁମାରୀ ପ୍ରଧାନ(୭୬)।
ସୂଚନା ଅନୁଯାୟୀ, ନନ୍ଦିନୀ, ମା’ ରାଜକୁମାରୀ ଓ ଭାଇ ବିଦ୍ୟାସାଗର ପ୍ରଧାନ ଦୁଇଟି ସ୍କୁଟି ଯୋଗେ ଡିଏନ୍‌ ରେଗାଲିଆ ନିକଟ ବସ୍‌ ରହଣିସ୍ଥଳ ପାଖରେ ବସ୍‌କୁ ଅପେକ୍ଷା କରିଥିଲେ। ସେଠାରେ ମଧ୍ୟ ଅନ୍ୟଜଣେ ମହିଳା ଆଞ୍ଜେଲିନା ନାୟକ, ସ୍ବାମୀ ସତ୍ୟବାନ ନାୟକ ଏବଂ ତାଙ୍କ ଜ୍ୱାଇଁ ସିକେନ୍ଦ୍ର ପରିଚ୍ଛା ଛିଡ଼ା ହୋଇଥିଲେ। ଏହି ସମୟରେ ରୁଟ୍‌ ନଂ.୩୩(ଭୁବନେଶ୍ୱର ରେଳ ଷ୍ଟେଶନରୁ ପିପିଲି) ମଧ୍ୟରେ ଚଳାଚଳ କରୁଥିବା ଓଡି୦୨-ଜେ-୯୪୧୦ ନମ୍ବର ବିଶିଷ୍ଟ ମୋ ବସ୍‌ଟି ପାତ୍ରପଡ଼ା ଡିପୋକୁ ଦ୍ରୁତ ଗତିରେ ଫେରୁଥିବାବେଳେ ସେମାନଙ୍କ ଉପରକୁ ମାଡ଼ି ଯାଇଥିଲା। କେତେଜଣଙ୍କୁ ଧକ୍କା ଦେବା ସହ ଆଉ କେତେଜଣଙ୍କ ଉପରେ ଚଢ଼ିଯାଇଥିଲା। ନନ୍ଦିନୀ ଓ ତାଙ୍କ ଭାଇ ବିଦ୍ୟାସାଗରଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟମାନଙ୍କୁ ଏମ୍‌ସକୁ ନିଆଯାଇଥିଲା। ହେଲେ ନନ୍ଦିନୀଙ୍କୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ରାସ୍ତାରେ ନନ୍ଦିନୀଙ୍କ ଆଙ୍ଗୁଠି ମଧ୍ୟ ଛିଡିକି ପଡ଼ିଥିବା ଦେଖିବାକୁ ମିଳିଥିଲା। ଦୁର୍ଘଟଣା ଘଟାଇବା ପରେ ଅଭିଯୁକ୍ତ ଚାଳକ ପ୍ରଶାନ୍ତ ମୋ ବସ୍‌ ନେଇ ଖୋର୍ଦ୍ଧା ଅଭିମୁଖେ ଖସି ପଳାଉଥିବା ସମୟରେ ରାସ୍ତାରେ ଏକାଧିକ ଗାଡ଼ିକୁ ଧକ୍କା ଦେଇଥିଲେ। କେତେଜଣ ଲୋକ ପିଛା କରି ବସ୍‌କୁ ଅଟକାଇବା ସହ ଡ୍ରାଇଭର ପ୍ରଶାନ୍ତଙ୍କୁ ଆକ୍ରମଣ କରିଥିଲେ। ଘଟଣାରେ ପୋଲିସ ଚାଳକ ପ୍ରଶାନ୍ତଙ୍କୁ ପରବର୍ତ୍ତୀ ସମୟରେ ଗିରଫ କରିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ବଢୁଛି ମହିଳାଙ୍କ ବିରୋଧରେ ଅପରାଧ: ଦେଢ଼ ବର୍ଷରେ ୪୦ ହଜାରରୁ ଊର୍ଦ୍ଧ୍ବ ମାମଲା

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧ ସାଙ୍ଘାତିକ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଗତ ମାତ୍ର ଦେଢ଼ ବର୍ଷ...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri