ବିଜେଡିରୁ ସୌମ୍ୟରଞ୍ଜନ ପଟ୍ଟନାୟକ, ସୁଧାଂଶୁ ଶେଖର ପରିଡ଼ା ବହିଷ୍କୃତ

ଭୁବନେଶ୍ୱର,୨୧ା୯(ଅନିଲ ଦାସ): ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ଗୁରୁବାର ବିଜେଡିରୁ ବହିଷ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ଏହି ଦୁଇ ବିଧାୟକଙ୍କୁ ଦଳର ସୁପ୍ରିମୋ ଆଜି ଅପରାହ୍ନରେ ବହିଷ୍କୃତ କରିଛନ୍ତି।

DocScanner 21-Sept-2023 1-12 pm

ବିଜେଡି ପକ୍ଷରୁ ଏକ ପ୍ରେସ୍‌ ରିଲିଜ ଜାରି କରାଯାଇ ଏଥିରେ ଉଲ୍ଲେଖ କରାଯାଇଛି ଯେ, ‘ସମ୍ବାଦ’ ଲୋନ୍‌ ସ୍କାମ ନେଇ ସୌମ୍ୟଙ୍କୁ ବହିଷ୍କାର କରାଯାଇଛି। ‘ଲୋନ୍‌ ସ୍କାମ ନେଇ ଇଓଡବ୍ଲ୍ୟୁରେ ସୌମ୍ୟଙ୍କ ନାଁରେ ଅଭିଯୋଗ ହୋଇଛି। ଅନେକ ପୂର୍ବତନ କର୍ମଚାରୀ ଏନେଇ ଅଭିଯୋଗ କରିଛନ୍ତି। ୩ଶହରୁ ଅଧିକ କର୍ମଚାରୀଙ୍କ ନାଁରେ ଲୋନ୍‌ ଉଠାଣ କରାଯାଇଛି। ଜାଲ୍‌ ଡକ୍ୟୁମେଣ୍ଟ ଯୋଗେ କୋଟି କୋଟି ଟଙ୍କା ଉଠାଯାଇଛି। ଲୋନ୍‌ ଉଠାଇବା ପାଇଁ ଏହା ଏକ ସଂଗଠିତ ବ୍ୟାଙ୍କ ଫ୍ରଡ୍‌ ବୋଲି ଏଥିରେ ଉଲ୍ଲେଖ ରହିଛି।

ସେହିପରି ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ଦଳରୁ ବହିଷ୍କାର କରାଯିବା ନେଇ ବିଜେଡି କାରଣ ଦର୍ଶାଇଛି। ସବ୍‌ସିଡି ସ୍କାମ୍‌ ମାମଲାରେ ସୁଧାଂଶୁଙ୍କୁ ବହିଷ୍କାର କରାଯାଇଥିବା ପ୍ରେସ୍‌ ରିଲିଜରେ ଉଲ୍ଲେଖ ରହିଛି। ସୁଧାଂଶୁ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସବ୍‌ସିଡି ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। ସୁଧାଂଶୁଙ୍କ ପରିଚାଳନାଧୀନ କମ୍ପାନୀ ୩ କୋଟି ଟଙ୍କା ହଡ଼ପ କରିଛି। ଲୋକପାଳଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ଏହି ମାମଲାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ବିଗତ କିଛି ଦିନ ହେଲା ଦଳର ଉପସଭାପତି ପଦରୁ ବହିଷ୍କୃତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri