ଭୁବନେଶ୍ୱର,୧୬।୩: ଭୋଟ ଦେଲେ ହେଲେ ମୁହଁ ଖୋଲିଲେନି ବିଧାୟିକା ସୋଫିଆ ଫିର୍ଦ୍ଦେସ। ସେ ଭୋଟ ଦେଇ ଚୁପ୍ଚାପ୍ ଚାଲି ଯାଇଥିଲେ। ଗଣମାଧ୍ୟମକୁ ପ୍ରତିକ୍ରିୟା ନ ଦେଇ ଚାଲଯାଇଥିଲେ। ଦଳୀୟ ନିଷ୍ପତ୍ତିକୁ ନେଇ ପୂର୍ବରୁ ଅସନ୍ତୋଷ ଝାଡ଼ିଥିଲେ।
ସେ କହିଥିଲେ, ରାଜ୍ୟ ସଭା ପାଇଁ ପ୍ରାର୍ଥୀ ଚୟନ ପୂର୍ବରୁ କୌଣସି ଆଲୋଚନା ହୋଇ ନଥିଲା। ବିଧାୟକମାନଙ୍କ ସହ ଆଲୋଚନା ହୋଇଥିଲେ ବରଂ ଭଲ ହୋଇଥାନ୍ତା। ନୂଆପଡ଼ା ଉପନିର୍ବାଚନକୁ ମୋତେ ଡକାଯାଇ ନ ଥିଲା ବୋଲି ସୋଫିଆ କକହିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ମୋ ନିର୍ବାଚନମଣ୍ଡଳୀରେ କାହାକୁ ଯୋଡ଼ିଲେ ମୋତେ ଜଣାଉ ନାହାନ୍ତି।
ବିଜେଡିର ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସର ସମର୍ଥନକୁ ନେଇ ବି ପ୍ରଶ୍ନ କରଥିଲେ। ସମର୍ଥନ ଦେବା ନେଇ ଆମ ସହ ପରାମର୍ଶ କରାଯାଇ ନାହିଁ। କଂଗ୍ରେସର ଆଜିର ସ୍ଥିତି କେବଳ ବିଜେଡି ପାଇଁ ବୋଲି ସୋଫିଆ କହଥିଲେ। ବିଜେଡି ସବୁବେଳେ ଭାଜପା ସହ ମିଶିକି ରହିଛି। ଦୁଇ ଦଳର ମୁଖ୍ୟ ଏକାଠି ସ୍ବାଧୀନ ପ୍ରାର୍ଥୀ ଘୋଷଣା କରିଥିଲେ ଇଜ୍ଜତ ରହିଥାନ୍ତା। କଂଗ୍ରେସକୁ ସମ୍ପୂର୍ଣ୍ଣ ମୂଳପୋଛ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି। ବ୍ୟକ୍ତିଗତ ହିସାବରେ ଯିଏ ଯାହାର ଭୋଟ ଦେବେ। ମୁଁ ନିଶ୍ଚୟ ଭୋଟ ଦେବି, ଏହା ମୋର ଅଧିକାର ବୋଲି ସୋଫିଆ କହିଥିଲେ।