ଶ୍ରୀରାମ ନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା; ଗର୍ଜିଲା ଛାତ୍ର କଂଗ୍ରେସ, ଜିଲାପାଳଙ୍କୁ ଦାବିପତ୍ର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ ନେଇ ବିବାଦ ଦେଖାଯାଇଛି । ଜିଲା ଛାତ୍ର କଂଗ୍ରେସ ପକ୍ଷରୁ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଷୋଭ ପ୍ରଦର୍ଶନ କରାଯାଇଛି । ବିଧାୟକଙ୍କ ଗିରଫ ଦାବି ନେଇ ବଲାଙ୍ଗୀର ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ଟିଟଲାଗଡ ବିଧାୟକ ନବୀନ ଜୈନଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ ଛାତ୍ର କଂଗ୍ରେସ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ସମୟରେ କଂଗ୍ରେସ ପକ୍ଷରୁ ବିଧାୟକଙ୍କ ଗିରଫ ଦାବି କରାଯାଇଛି । ଜିଲା ଛାତ୍ର କଂଗ୍ରେସ ସଭାପତି ଚିନ୍ମୟ ବେହେରାଙ୍କ ନେତୃତ୍ବରେ କଂଗ୍ରେସ ଯୁବ ନେତା ଓ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ ।

ବଲାଙ୍ଗୀର ଅତିରିକ୍ତ ଜିଲାପାଳ ବିଜୟାନନ୍ଦ ସେଠୀଙ୍କୁ ଦାବିପତ୍ର ଦେଇ ବିଧାୟକ ଜୈନଙ୍କ ଗିରଫ ଦାବି କରିଥିଲେ । ବିକ୍ଷୋଭ ପଦର୍ଶନରେ କଂଗ୍ରେସ ପକ୍ଷରୁ ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ସମାଲୋଚନା କରି କହିଥିଲେ। ବିଧାୟକଙ୍କୁ ଗିରଫ ନକଲେ ଆଗାମୀ ଦିନରେ ବଡ଼ ଆନ୍ଦୋଳନ ହେବ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି । କଂଗ୍ରେସ ନେତା ବୁଲୁ ଦାନୀ, ଅସୀତ ମିଶ୍ର, ମନୀଷ ମିଶ୍ର , ଉମାକାନ୍ତ ସାହୁ,ସଞ୍ଜୟ ମିଶ୍ର,ସୋହନ ନାଏକ, ପଞ୍ଚାନନ ସାଣ୍ଢ, କାନ୍ହା ପାତ୍ର, ଶୁଭମ ନାଏକ, ରାହୁଲ, ଅମିତାଭ, ଅବ୍ରହାମ ନାଗ ଓ କଂଗ୍ରେସର ବହୁ ବରିଷ୍ଠ ନେତା ଓ ଯୁବ ନେତା ଅନ୍ୟମାନେ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ ।

 

Dharitri – Odisha’s No.1 Odia Daily

 

Share