ଡବଲ ଇଞ୍ଜିନ ସରକାର ଉପରେ ବର୍ଷିଲେ ସାଗର

ଭବାନୀପାଟଣା,୨୩ା୧୨(ଉତ୍ତମ କୁମାର ଦାଶ): ରାଜ୍ୟ ସଭା ଭଳି ପବିତ୍ର ଗୃହରେ ବାବା ସାହେବ ଆମ୍ବେଡକରଙ୍କ ନାମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଅପମାନଜନକ ଶବ୍ଦ ବ୍ୟବହାର କରିବା ଘଟଣାକୁ ନିନ୍ଦା କରିଛନ୍ତି ଭବାନୀପାଟଣା କଂଗ୍ରେସ ବିଧାୟକ ସାଗର ଚରଣ ଦାସ। ଏ ନେଇ ରବିବାର ଅପରାହ୍ନରେ ସେ ଭବାନୀପାଟଣାଠାରେ ଏକ ଖବରଦାତା ସମ୍ମିଳନୀ କରି ଭାଜପା ଉପରେ ବର୍ଷିଛନ୍ତି। ଅମିତ ଶାହା ବାବା ସାହେବଙ୍କୁ ଅପମାନ କରିବା ଅର୍ଥ ସମସ୍ତ ଦଳିତ ଆଦିବାସୀ ଶ୍ରେଣୀର ଲୋକ ଓ ସମ୍ବିଧାନକୁ ଅପମାନ କରିବା। ନିର୍ବାଚନ ସମୟରେ ଭାଜପା ସମ୍ବିଧାନର କଥା କୁହେ ଓ ନିର୍ବାଚନ ସରି ଶାସନକୁ ଆସିଲେ ଏପରି ବାବା ସାହେବଙ୍କୁ ଅପମାନ କରିଥାଏ। ଏହାକୁ ବରଦାସ୍ତ କରାଯିବ ନାହିଁ ଓ ଏଥିପାଇଁ ଜୋରଦାର ଆନ୍ଦୋଳନ ମଧ୍ୟ କରାଯିବ। ସଂସଦରେ ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ନାମରେ ସାଂସଦ ପ୍ରତାପ ଷଡ଼ଙ୍ଗୀକୁ ଧକ୍କା ଦେବା ଭଳି ଭାଜପା ମିଥ୍ୟା ଅଭିଯୋଗ ଆଣିଛି। ଯଦି ସତ୍‌ସାହସ ଅଛି ତା’ହେଲେ ସିସିଟିଭି ଫୁଟେଜ ସାମ୍ନାକୁ ଆଣନ୍ତୁ। ନିର୍ବାଚନ ସମୟରେ ଓଡ଼ିଶାରେ ଭାଜପା ସରକାର ଶାସନକୁ ଆସିଲେ ଧାନ କଟ୍‌ନି ବନ୍ଦ ହେବ ବୋଲି କହିଥିଲେ। ଏବେ ଶାସନକୁ ଆସିବା ପରେ ଚାଷୀଙ୍କଠାରୁ କୁଇଣ୍ଟାଲ ପିଛା ୫ରୁ ୭ କିଗ୍ରା ଧାନ କଟ୍‌ନି କରାଯାଉଛି। ଭାଜପା ନେତାଙ୍କ ଇସାରାରେ ମିଲର୍ସମାନେ ମନଇଚ୍ଛା ଧାନ କଟ୍‌ନି କରୁଛନ୍ତି। ଭାଜପାର ଡବଲ ଇଞ୍ଜିନ ସରକାର ରାଜ୍ୟ ଓ କେନ୍ଦ୍ରରେ ବିଫଳ ହୋଇଛି ବୋଲି ସାଗର କହିଥିଲେ। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ, ଉପସଭାପତି ଧନୁର୍ଦ୍ଧର ଗହୀର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ମାନବିକତା ଭୁଲିଲେ ‘ମୋ ବସ’ ଚାଳକ: ହର୍ନ ମାରିଲେ, ନ ଉଠିବାରୁ ଚଢ଼ାଇ ଦେଲେ…

ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ): ଦିନକୁ ଦିନ ‘ମୋ ବସ’ (ଲକ୍ଷ୍ମୀ) ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଓ ଔଦ୍ଧତ୍ୟ ବଢ଼ିବାରେ ଲାଗିଛି। ସାଧାରଣ ଯାତ୍ରୀଙ୍କୁ ହଇରାଣ କରିବା…

ଭେଲିଡେସନ ଆକ୍ଟ ବିରୁଦ୍ଧରେ ଗର୍ଜିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ: ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ)- ଗଞ୍ଜାମ  ଜିଲା ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଙ୍ଘ ପେନସନର୍ସ ଭେଲିଡେସନ ଆକ୍ଟ ୨୦୨୫ କୁ ବିରୋଧ କରିଛି। ଉକ୍ତ ଆକ୍ଟ ବିରୁଦ୍ଧରେ…

ସିଡିଏମଓଙ୍କ ମହାନୀୟତା: ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସାଜିଲେ ଦେବଦୂତ, ନିଜେ ଠିଆ ହୋଇ ପଠାଇଲେ ମେଡିକାଲ୍

ଗଜପତି, ୫।୩(ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶାନ୍ତନୁ କୁମାର ପାଢୀଙ୍କ ମହାନୀୟତା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଗୁରୁତର ହୋଇ ଛଟପଟ ହେଉଥିବା…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri