ଇଡିରେ ହାଜର ହେଲେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ

ଭୁବନେଶ୍ୱର,୫।୩: ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ମଙ୍ଗଳବାର ଇଡିରେ ହାଜର ହେଇଛନ୍ତି। କିଛିଦିନ ତଳେ ପ୍ରଫୁଲ୍ଲ ସାମଲ ମଧ୍ୟ ଇଡିରେ ହାଜର ହୋଇଥିଲେ। ତାଙ୍କୁ ଇଡି ପକ୍ଷରୁ ୮ ଘଣ୍ଟା ଧରି ଜେରା କରାଯାଇଥିଲା।
ବରପଦା ଇଞ୍ଜିନିୟରିଂ କଲେଜ ନାଁରେ ଏକ ସୋସାଇଟି ହୋଇଥିବା ବେଳେ ସେଥିରେ ହୋଇଥିବା ଦୁର୍ନୀତିରେ ପ୍ରୟାସକାନ୍ତି ସାମିଲ ଥିବା ଅଭିଯୋଗ ହୋଇଥିଲା। କଲେଜ କର୍ମଚାରୀମାନେ ଦରମା ପାଉ ନ ଥିବା ବେଳେ ଉକ୍ତ ଟଙ୍କାରେ ପ୍ରୟାସକାନ୍ତି ଦାମୀ ଗାଡି ଚଢୁଥିବା କର୍ମଚାରୀମାନେ ଅଭିଯୋଗ କରିଥିଲେ। ଏହାପରେ ଇଡି ଏହି ଘଟଣାର ଖୋଳତାଡ ଆରମ୍ଭ କରିଥିଲା।
ସୂଚନାଯୋଗ୍ୟ, କିଛି ଦିନ ତଳେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଭଦ୍ରକ ନୂଆବଜାର ସ୍ଥିତ ବାସଭବନରେ ଇଡିର ୬ ଜଣିଆ ଟିମ ଚଢାଉ କରିଥିଲା। ଭଦ୍ରକ ସହରର ୬ଟି ସ୍ଥାନରେ ଓ ଭୁବନେଶ୍ୱରର ୪ଟି ସ୍ଥାନରେ ଇଡି ଚଢାଉ କରିଥିଲା। ସେଥି ମଧ୍ୟରେ ଭୁବନେଶ୍ୱରର ପଳାସପଲ୍ଲୀରେ ଥିବା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ଘରେ ବି ଚଢାଉ ହୋଇଥିଲା। ଚଢାଉ ବେଳେ ଇଡି ଟିମ ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତିଙ୍କ ଭୁବନେଶ୍ୱରର ପଳାଶପଲ୍ଲୀ ଘରୁ ୧୦ ଲକ୍ଷ ଟଙ୍କା ସହ ଏକ ଫର୍ଚ୍ୟୁନର କାର୍‌ ଜବତ କରିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

ରାଜଧାନୀରୁ ନକଲି ଡାକ୍ତର ଗିରଫ: ପ୍ରେମ ଜାଲରେ ଫସାଇଲେ ମହିଳା ଡାକ୍ତରଙ୍କୁ

ଭୁବନେଶ୍ୱର,୬।୨:ରାଜଧାନୀରୁ ନକଲି ଡାକ୍ତର ସରୋଜ ମିଶ୍ର ଓରଫ ସିଦ୍ଧାର୍ଥ ଶଙ୍କରଙ୍କୁ ଗିରଫ କରାଯାଇଛି। ମଞ୍ଚେଶ୍ୱର ପୋଲିସ ସିଦ୍ଧାର୍ଥଙ୍କୁ ୧ଲକ୍ଷ ୩୦ ହଜାର ଟଙ୍କା ଠକେଇ ଅଭିଯୋଗରେ ଗିରଫ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ଟପ୍‌ ମାଓବାଦୀ ନେତା ନିଖିଲଙ୍କ ଆତ୍ମସମର୍ପଣ ପରେ ଏମିତି କହିଲେ ଡିଜିପି

ଭୁବନେଶ୍ୱର,୬।୨: ମାଓବାଦୀ ନେତା ନିଖିଲ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ ସ୍ତ୍ରୀ ଇନ୍ଦୁ…

ସ୍ତ୍ରୀଙ୍କ ସହ ଟପ ମାଓବାଦୀ ନେତା ନିଖିଲକଲେ ଆତ୍ମସମର୍ପଣ

ରାୟଗଡ଼ା,୬।୨(ଆଶିଷ ରଞ୍ଜନ ପଣ୍ଡା): ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ…

ଜନଗଣନା ପାଇଁ ପ୍ରସ୍ତୁତି: ଏପ୍ରିଲ ୧୬ରୁ କେନ୍ଦୁଝରରେ ଆରମ୍ଭ ହେବ ଗୃହ ତାଲିକା

କେନ୍ଦୁଝର,୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଆସନ୍ତା ଜନଗଣନା-୨୦୨୭କୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜିଲାସ୍ତରୀୟ ସମୀକ୍ଷା ବୈଠକ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ରୋଗୀଙ୍କୁ ଔଷଧ ଖୁଆଇବେ ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ୱର,୬୬।୨: ଫାଇଲେରିଆ ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଏଣିକି ସ୍ବାସ୍ଥ୍ୟକର୍ମୀ ଘରକୁ ଘର ଯାଇ ଫାଇଲେରିଆରେ ଆକ୍ରାନ୍ତ…

କୋରାପୁଟରେ ପରୀକ୍ଷା ପେ’ ଚର୍ଚ୍ଚା, ସିଧା ଯୋଡ଼ି ହେଲେ ଛାତ୍ରୀଛାତ୍ର

କୋରାପୁଟ,୬ା୨(ଅମିତାଭ ବେହେରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନବମ ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଶୁକ୍ରବାର ସାରା ଦେଶର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଚାଲିଥିଲା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri