ବଲାଙ୍ଗୀର,୪।୧୨(ସୁନିଲ କୁମାର ମହାନ୍ତି): ରେଲୱେ ଷ୍ଟେଶନ ଠାରେ ବୁଧବାର ରାତିରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଓ କଣ୍ଟାବାଞ୍ଜି ଏନଏସି ଓ୍ବାର୍ଡ ନମ୍ବର ୧ର କାଉନସିଲର ତଥା ବିଜେଡ଼ିର ମହମ୍ମଦ ଇମରାନ ଖାନ ମୁହାଁମୁହିଁ ହେବା ସହ ପରସ୍ପର ବିରୁଦ୍ଧରେ ଜିଆରପି ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି। କଣ୍ଟାବାଞ୍ଜି ବିଧାୟକ ବାଗ ଦାଦନ ଶ୍ରମିକ ଚାଲାଣ ପ୍ରସଙ୍ଗକୁ ନେଇ ଅଭିଯୋଗ କରିଥିବା ବେଳେ କଣ୍ଟାବାଞ୍ଜି ଏନଏସି କାଉନସିଲର୍ ଖାନ୍ ଦଳ ବିରୋଧୀ ଭାବନା ରଖି ମାମଲା କରିଥିବା ଅଭିଯୋଗ କରିଛନ୍ତି। ଘଟଣାଟି ଚର୍ଚ୍ଚାର ବିଷୟ ହୋଇଛି।