ବିଧାୟକ-କାଉନସିଲର ବିବାଦ: ଶପଥ ପାଇଁ ସଭାମଞ୍ଚକୁ ଟଣାହେଲେ ମହାପ୍ରଭୁ, ଆଉ ତା’ ପରେ…

ଚିକିଟି,୬ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦର ସମ୍ମିଳନୀ କକ୍ଷ ଗୃହରେ ଶନିବାର ଭତ୍ତା ବଣ୍ଟନ ନେଇ ବିଧାୟକ ଏବଂ ଏନ୍‌ଏସି ଅଧ୍ୟକ୍ଷl ଓ କାଉସିଲରଙ୍କ ମଧ୍ୟରେ ମୁହାଁମୁହିଁ ସୃଷ୍ଟି ହୋଇଥିଲା।
ପରିସ୍ଥିତି ଏମିତି ହେଲା ଯେ, ସଭାମଞ୍ଚକୁ ଟଣାହୋଇ ଆସିଲେ ମହାପ୍ରଭୁ। ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବାରୁ ମହାପ୍ରଭୁଙ୍କୁ ଛୁଇଁ ଶପଥ କରିବା ଯାଏ ସ୍ଥିତି ଉପୁଜିଲା। ଏଭଳି କିଛି ଘଟଣାର ଭିଡିଓ ଏବେ ଗଞ୍ଜାମ ରାଜନୀତିକୁ ସରଗରମ କରିଛି।

ଚିକିଟି ନିର୍ବାଚନ ମଣ୍ଡଳୀର ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ଉପସ୍ଥିତିରେ ତାଙ୍କ ସମର୍ଥକ ତଥା ପାତ୍ରପୁର ଗ୍ରାମର ନିତେଶ କୁମାର ମହାନ୍ତି ଅଶ୍ଳୀଳ ଭାଷାରେ କାଉସିଲରମାନଙ୍କୁ ଗାଳିଗୁଲଜ କରିଥିଲେ। ଏନ୍‌ଏସି ଅଧ୍ୟକ୍ଷା ଦୀପା କୁମାରୀ ସାହୁ ଏହାକୁ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ନେଇ ଅଧ୍ୟକ୍ଷା ଦୀପା କୁମାରୀ ସାହୁ ଶନିବାର କେ ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗତ ଏକ ସପ୍ତାହ ମଧ୍ୟରେ ଚିକିଟି ବ୍ଲକରେ ବିଜେଡି ଓ ଭାଜପା ଭତ୍ତା ବଣ୍ଟନ ଏବଂ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମକୁ ନେଇ ଛକାପଞ୍ଝା ଲାଗିରହିଛି। ଏହି ଭଳି ଘଟଣାକୁ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଃଖ ପ୍ରକାଶ କରିବା ସହ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ବିଧାୟକଙ୍କ ପାତ୍ରପୁର ଅଞ୍ଚଳର କିଛି ସମର୍ଥକ ସଭାରେ ପହଞ୍ଚି କାଉସିଲର ଏବଂ ଅଧ୍ୟକ୍ଷାଙ୍କୁ ଗାଳିଗୁଲଜ କରିଥିବାରୁ ଏହାର ବିଧିବଦ୍ଧ ଭାବେ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଏନେଇ କେ.ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ସୋରେନ ଭତ୍ତା ବଣ୍ଟନ ସମ୍ପର୍କରେ ଅଧ୍ୟକ୍ଷା ଦୀପା କୁମାରୀ ସାହୁଙ୍କ ସମେତ ସମସ୍ତ କାଉସିଲରଙ୍କୁ କୌଣସି ସୂଚନା ଦେଇ ନ ଥିବାରୁ ଏହାକୁ ବନ୍ଦ କରିବାକୁ ଅଧ୍ୟକ୍ଷା ଦାବି କରିଥିବା ବେଳେ ବିଧାୟକ ରାଜନୈତିକ ଆକ୍ରୋଶ ରଖି ନିର୍ବାହୀ ଅଧିକାରୀଙ୍କ ଉପରେ ଚାପ ପକାଇ ଭତ୍ତା ଓ ରାଶନକାର୍ଡରେ ଜାଲିଆତି କରି ତରବରିଆ ଭାବେ ବାଣ୍ଟିବା ପାଇଁ ଜିଦ ଧରିଥିବା ବେଳେ ଅଧ୍ୟକ୍ଷା, କାଉସିଲର ଏବଂ ବିଧାୟକଙ୍କ ମଧ୍ୟରେ ମୁହାଁମୁହିଁ ଦେଖାଦେଇଥିଲା। ଏ ସମ୍ପର୍କରେ କେ. ନୂଆଗାଁ ଥାନା ଅଧିକାରୀ ବିଶ୍ୱଜିତ ନାୟକଙ୍କ ସହ ଯୋଗାଯୋଗ ବେଳେ ଅଭିଯୋଗ ଆସିଛି ତଦନ୍ତ ପରେ ମାମଲା ରୁଜୁ ହେବ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

ଅପହଞ୍ଚ ଅଞ୍ଚଳରେ ଆଇଏଏସ୍‌ ଅଧିକାରୀ: ପାହାଡ଼ ଚଢ଼ି ଆଦିବାସୀଙ୍କ ବୁଝିଲେ ଦୁଃଖ, ପ୍ରସ୍ତୁତ ହେଲା ବିକାଶର ବ୍ଲୁ-ପ୍ରିଣ୍ଟ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ଥୁଆମୂଳ ରାମପୁର ବ୍ଲକର କନ୍ଦାଗୁଡ଼ା, କେନ୍ଦୁଗୁଡ଼ା ଓ ଦେର୍ଲାଠି ଭଳି ଅପହଞ୍ଚ ଗ୍ରାମଗୁଡ଼ିକରେ ପ୍ରଥମକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri